No Result
View All Result
ଓଡ଼ିଶା ତାଜା ନ୍ୟୁଜ୍/୧୨ ଜୁଲାଇ ମଙ୍ଗଳବାର/ଭୁବନେଶ୍ୱର :- ଝାଡ଼ଖଣ୍ଡ ରାଜ୍ୟର ଚକ୍ରଧରପୁର ଠାରେ ଓଡ଼ିଆ ଭାଇଭଉଣୀମାନଙ୍କୁ (ଖରସୁଆଁ ଗୁଣ୍ଡିଚା ମନ୍ଦିର ନିକଟରେ ଉତ୍କଳ ପ୍ରସଙ୍ଗ ବିତରଣ) ଉତ୍କଳ ପ୍ରସଙ୍ଗ ପ୍ରଦାନ ଓ ସଭା କାର୍ଯ୍ୟକ୍ରମ ‘ଉତ୍କଳ ପ୍ରସଙ୍ଗ’ର ‘ରଥଯାତ୍ରା ସ୍ୱତନ୍ତ୍ର ସଂଖ୍ୟା’ ଆଜି ଝାଡଖଣ୍ଡ ରାଜ୍ୟ ତଥା ଓଡିଶାର ବିଚ୍ଛିନ୍ନାଂଚଳ ଷଢେଇକଳା, ଖରସୁଆଁ, ଚାଇଁବସା ଓ ଚକ୍ରଧରପୁର ଆଦି ଅଂଚଳର ଓଡିଆା ଭାଇଭଉଣୀମାନଙ୍କୁ ବଣ୍ଟନ କରାଯାଇଛି । ମହାପ୍ରଭୁ ଶ୍ରୀ ଶ୍ରୀ ଜଗନ୍ନାଥଙ୍କ ସଂସ୍କୃତି ଓ ମହିମା ସହିତ ଓଡିଆ ଭାଷା,ସାହିତ୍ୟର ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ଗତକାଲି ଓଡିଶା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ତରଫରୁ ସ୍ୱତନ୍ତ୍ର ଯାନ ଯୋଗେ ଏହିସବୁ ଅଂଚଳକୁ ପ୍ରେରଣ କରାଯାଇଥିଲା ।
ଶ୍ରୀ ଜଗନ୍ନାଥଙ୍କ କଥାମୃତ,ସଂସ୍କୃତି ଏବଂ ପରଂପରା ଉପରେ ଗବେଷଣାତ୍ମକ ଲେଖାରେ ସମୃଦ୍ଧ ଏହି ପତ୍ରିକା ଷଢେଇକଳା, ଖରସୁଆଁ, ଚାଇଁବସା ଓ ଚକ୍ରଧରପୁର ଅଂଚଳର ଏହି ଓଡିଆ ଭାଇଭଉଣୀମାନେ ପାଇବା ପରେ ସେମାନେ ଭାବ ବିହ୍ୱଳ ହୋଇ ଖୁସି ବ୍ୟକ୍ତ କରିବା ସହ ‘ରଥଯାତ୍ରା ସ୍ୱତନ୍ତ୍ର ସଂଖ୍ୟା’ ଯୋଗୁଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସଂପର୍କରେ ସେମାନେ ବହୁତ କଥା ଜାଣିବାକୁ ପାଉଛନ୍ତି ଏବଂ ନିଜ ପିଲାମାନଙ୍କୁ ଶ୍ରୀଜଗନ୍ନାଥଙ୍କ ସଂସ୍କୃତି, ଐତିହ୍ୟ ସଂପର୍କରେ ଅବଗତ କରାଇପାରୁଛନ୍ତି ବୋଲି ପ୍ରକାଶ କରିଛନ୍ତି ।
ଏଥି ସହିତ ସେମାନଙ୍କ ନିକଟରେ ପତ୍ରିକା ପହଁଚାଇଥିବାର ସ୍ୱତନ୍ତ୍ର ବ୍ୟବସ୍ଥା କରିଥିବାରୁ ଓଡିଶା ରାଜ୍ୟ ସରକାର ଏବଂ ବିଶେଷ କରି ସୂଚନା ଓ ଲୋକ ସଂପର୍କ ବିଭାଗକୁ ଆନ୍ତରିକ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଛନ୍ତି । ବିଭାଗ ତରଫରୁ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଦେବାଶିଷ ପଟ୍ଟନାୟକ ଓ ଶ୍ରୀ ସୌରଭ ପ୍ରଧାନ ଏହି ଗସ୍ତରେ ଯାଇ ବିଚ୍ଛିନ୍ନାଂଚଳରେ ଥିବା ଓଡିଆ ସଂଗଠନର କର୍ମକର୍ତ୍ତାମାନଙ୍କ ସହିତ ସାକ୍ଷାତ ପୂର୍ବକ ଓଡିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ପରମ୍ପରା ସଂପର୍କରେ ଆୟୋଜିତ ଆଲୋଚନା ସଭାରେ ଯୋଗଦାନ କରି ରଥଯାତ୍ରା ସ୍ୱତନ୍ତ୍ର ସଂଖ୍ୟା ଉତ୍କଳ ପ୍ରସଙ୍ଗ ବଣ୍ଟନ କରିଛନ୍ତି ।
No Result
View All Result