• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

୧୩ ଦିନିଆ ଓଡ଼ିଶା ଷ୍ଟାର୍ଟଅପ୍ କାର୍ନିଭାଲ୍ ୨୦୨୨ ଉଦ୍‌ଘାଟିତ

Proprietor Abhimanyu Maharana by Proprietor Abhimanyu Maharana
July 12, 2022
in ଓଡ଼ିଶା, ବାଣିଜ୍ୟ, ହୋମ୍
0
୧୩ ଦିନିଆ ଓଡ଼ିଶା ଷ୍ଟାର୍ଟଅପ୍ କାର୍ନିଭାଲ୍ ୨୦୨୨ ଉଦ୍‌ଘାଟିତ
Share on FacebookShare on TwitterWhatsapp

ଓଡ଼ିଶାରେ ବ୍ୟବସାୟ ପାଇଁ ଅନୁକୂଳ ବାତାବରଣ ଆହୁରି ସହଜ ହୋଇଛି : ବିଶେଷଜ୍ଞ

ଓଡ଼ିଶା ତାଜା ନ୍ୟୁଜ୍/୧୧ ଜୁଲାଇ ସୋମବାର/ଭୁବନେଶ୍ୱର :- ଷ୍ଟାର୍ଟଅପ୍ ଅଭିଯାନକୁ ପରବର୍ତୀ ସ୍ତର ପର୍ଯ୍ୟନ୍ତ ପହଂଚାଇବା ଲାଗି ଆଗେଇ ଆସିବାକୁ ଯୁବପିଢ଼ିଙ୍କୁ ଓଇଆର୍‌ସିର ପୂର୍ବତନ ଅଧ୍ୟକ୍ଷ, ଉପେନ୍ଦ୍ର ନାଥ ବେହେରା ଆହ୍ୱାନ ଦେଇଛନ୍ତି । ଏଆଇସି-ନାଳନ୍ଦା, ଷ୍ଟାର୍ଟଅପ୍ ଓଡ଼ିଶା, ଉତ୍କଳ ଚାମ୍ବର ଅଫ୍ କମର୍ସ ଆଣ୍ଡ୍ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ୟୁସିସିଆଇଏଲ୍‌) ଓ ଫ୍ଲୁଇଡ୍ ଭେଂଚର୍ସ ସହଯୋଗିତାରେ ୟୁସିସିଆଇଏଲ୍ ଭୁବନେଶ୍ୱରରେ ଓଡ଼ିଶା ଷ୍ଟାର୍ଟଅପ୍ କନ୍‌କ୍ଲେଭ୍ ୨୦୨୨ର ଉଦଘାଟନ କରାଯାଇଛି । ଉକ୍ତ ସମାରୋହକୁ ସମ୍ବୋଧିତ କରି ଶ୍ରୀଯୁକ୍ତ ବେହେରା କହିଛନ୍ତି ଯେ, ଷ୍ଟାର୍ଟଅପ୍‌ଙ୍କୁ ସାହାଯ୍ୟ କରିବା ଲାଗି ଓଡ଼ିଶାର ଥିବା ସହାୟତା ବ୍ୟବସ୍ଥା ବେଶ ଦୃଢ଼ ଯାହା ରାଜ୍ୟର ବ୍ୟବସାୟ ବାତାବରଣକୁ ଆହୁରି ସହଜ କରିପାରିଛି ।

ବହୁ ମଂଜୁରି ଏବେ ନିରବଚ୍ଛିନ୍ନ ଭାବେ ମିଳୁଛି ଏବଂ ସେଥିପାଇଁ ଦରକାର ହେଉଥିବା ସମୟ ମଧ୍ୟ ଉଲ୍ଲେଖନୀୟ ଭାବେ ହ୍ରାସ ପାଇଛି । ବର୍ତମାନ ହେଉଛି ରିସ୍କ ଗ୍ରହଣ କରି ଆଗକୁ ବଢ଼ିବାର ଉପଯୁକ୍ତ ସମୟ ସେଥିପାଇଁ ଅନୁକୂଳ ପରିବେଶ ରହିଛି । ସଫଳତା ପାଇଁ ନବସୃଜନ ଅତ୍ୟନ୍ତ ଆବଶ୍ୟକ ବୋଲି ସେ କହିଛନ୍ତି । ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବେଦାନ୍ତର ସଭାପତି, ଡକ୍ଟର ତପନ କୁମାର ଚାନ୍ଦ କହିଥିଲେ ଯେ ନିଜ ବ୍ୟବସାୟକୁ ବ୍ୟାପକ କରିବା ଲାଗି ଷ୍ଟାର୍ଟଅପ୍‌ଗୁଡ଼ିକ ପାଇଁ ପ୍ରଯୁକ୍ତିର ବ୍ୟବହାର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଷ୍ଟାର୍ଟଅପ୍‌ଗୁଡ଼ିକ ସେଭଳି ଚିନ୍ତାଧାରା ଉପରେ କାମ କରିବା ଦରକାର ଯାହା ସାଧାରଣ ଲୋକଙ୍କ ସମସ୍ୟାକୁ ସମାଧାନ କରିବା ସହ ସେମାନଙ୍କୁ ଲାଭ ପ୍ରଦାନ କରିବ ।

ଦେଶରେ ଥିବା ବିପୁଳ ସଂଖ୍ୟକ ଯୁବପିଢ଼ି ଉପଲବ୍ଧତାର ଲାଭ ଉଠାଇ ସେମାନେ ନିଯୁକ୍ତି ସୁଯୋଗ ସୃଷ୍ଟି ଉପରେ ଗୁରୁତ୍ୱାରୋପ କରିବା ଦରକାର । ସଠିକ୍ ସମୟରେ ପାଣ୍ଠି ଓ ବଜାର ହାସଲ ମଧ୍ୟ ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ଯାହା ଧ୍ୟାନ ଦରକାର କରୁଛି । ନିଜ ଉତ୍ପାଦକୁ ବିଭିନ୍ନ ସ୍ଥାନରେ ପହଂଚାଇବା ଲାଗି ସେମାନଙ୍କୁ ନେଟ୍‌ୱର୍କିଂ ଉପରେ କାମ କରିବାକୁ ପଡ଼ିବ । ସ୍ୱାଗତ ଭାଷଣ ପ୍ରଦାନ କରି ୟୁସିସିଆଇଏଲ୍‌ର ସଭାପତି, ଅଶୋକ କୁମାର ସାରଦା କହିଛନ୍ତିଯ, “ଗତ ୬ ବର୍ଷ ଭିତରେ ଷ୍ଟାର୍ଟଅପ୍ ଅଭିଯାନ ସାରା ଦେଶରେ ବ୍ୟାପକ ଚର୍ଚ୍ଚା ସୃଷ୍ଟି କରିବାରେ ସଫଳ ହୋଇଛି । ଓଡ଼ିଶା ସମେତ ବହୁ ରାଜ୍ୟ ନିଜସ୍ୱ ଷ୍ଟାର୍ଟଅପ୍ ନୀତି ଘୋଷଣା କରିଛନ୍ତି ଯାହା ଆଗକୁ ବଢ଼ିବା ଲାଗି ଷ୍ଟାର୍ଟଅପ୍‌ଗୁଡ଼ିକୁ ଅନୁକୂଳ ପରିବେଶ ପ୍ରଦାନ କରିଛି ।

ଓଡ଼ିଶା ଷ୍ଟାର୍ଟଅପ୍ ନୀତିର ଏକ ସ୍ୱତନ୍ତ୍ର ଦିଗ ହେଉଛି ଭୁବନେଶ୍ୱରର ଇନଫୋସିଟିରେ ସ୍ଥାପନ କରାଯାଇଥିବା ଓ-ହବ୍ । ଏହି ଅଭିଯାନରେ ସାମିଲ ହେବା ଲାଗି ରାଜ୍ୟ ସରକାର ଯୁବପିଢ଼ିଙ୍କୁ ଆହ୍ୱାନ ଦେଇଛନ୍ତି । ଦେଶର ଅଭିବୃଦ୍ଧିକୁ ଆଗକୁ ବଢ଼ାଇବା ଲାଗି ଷ୍ଟାର୍ଟଅପ୍ ହେଉଛି ଏକ କ୍ଷେତ୍ର ଯାହା ଦେଶ ଏବେ ଆବଶ୍ୟକ କରୁଛି । ଏସାର ମିନ୍‌ମେଟ୍‌ର ଲିମିଟେଡ୍‌ର ନିର୍ଦେଶକ ସଂଜୟ ପଟ୍ଟନାୟକ କହିଛନ୍ତି ଯେ, “ଷ୍ଟାର୍ଟଅପ୍‌କୁ ନେଇ ରାଜ୍ୟଗୁଡ଼ିକର ର‌୍ୟାଙ୍କିଙ୍ଗ୍‌ରେ ଓଡ଼ିଶା ଟପ୍ ପରଫରମର୍ ବର୍ଗରେ ସ୍ଥାନ ପାଇବା ଅତ୍ୟନ୍ତ ଖୁସିର ବିଷୟ । କେବଳ ଯୁବପିଢ଼ି ନୁହେଁ ଅଭିଜ୍ଞ ପେସାଦାରମାନେ ମଧ୍ୟ ଷ୍ଟାର୍ଟଅପ୍ ବ୍ୟବସ୍ଥା ପ୍ରତି ଆକର୍ଷିତ ହୋଇଛନ୍ତି ।

ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭ୍ ସନ୍ଦର୍ଭରେ ଆମେ ବାଙ୍ଗାଲୋର ଭଳି ସହରରେ ନିବେଶକ ସମ୍ମିଳନୀ ଆୟୋଜନ ବେଳେ ଓଡ଼ିଶାର ସଫଳ ଷ୍ଟାର୍ଟଅପ୍ କାହାଣୀଗୁଡ଼ିକ ବିଷୟରେ ବର୍ଣ୍ଣନା କରିଥିଲୁ । ଆଗାମୀ ଦିନରେ ଓଡ଼ିଶାରୁ ଓୟୋର ରିତେଶ ଅଗ୍ରୱାଲଙ୍କ ଭଳି ରାଜ୍ୟରୁ ବହୁ ସଫଳ ଷ୍ଟାର୍ଟଅପ୍ ଉଦ୍ୟୋଗୀ ବାହାରିବେ । ଉତ୍କର୍ଷ ହାସଲ ଲାଗି ଓଡ଼ିଶାର ଷ୍ଟାର୍ଟଅପ୍‌ଗୁଡ଼ିକ ପାଇଁ ଏହି କନ୍‌କ୍ଲେଭ୍ ବିଶେଷ ସହାୟକ ହେବ ବୋଲି ମୁଁ ଆଶା କରୁଛି ।’’ ଲୁମିନସ୍ ଇନଫୋୱେଜ୍‌ର ପ୍ରେସିିଡେଂଟ, ଜୟଶ୍ରୀ ମହାନ୍ତି ନିବେଶକମାନଙ୍କ ସାମ୍ନାରେ ପିଚିଂର ମହତ୍ୱ ଉପରେ ଆଲୋକପାତ କରିଥିଲେ । ସେ କହିଛନ୍ତି ଯେ ଓଡ଼ିଶାରେ ୪୫୦ରୁ ଅଧିକ ଷ୍ଟାର୍ଟଅପ୍ ଥିବା ବେଳେ ସେମାନଙ୍କ ମଧ୍ୟରୁ ଅଧିକାଂଶ ମହିଳା ଉଦ୍ୟୋଗୀଙ୍କ ନେତୃତ୍ୱରେ ପରିଚାଳିତ ହେଉଛି ।

ଓଡ଼ିଶା ଷ୍ଟାର୍ଟଅପ୍ କନ୍‌କ୍ଲେଭ୍ ହେଉଛି ଏକ ଦୁଇ ସପ୍ତାହବ୍ୟାପୀ ଲମ୍ବା କାର୍ଯ୍ୟକ୍ରମ ଯାହା ୨୦୨୨ ଜୁଲାଇ ୪ରୁ ଆରମ୍ଭ ହୋଇ ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହା ହେଉଛି ଷ୍ଟାର୍ଟଅପ୍‌, ମେଂଟର, ନିବେଶକମାନଙ୍କ ପାଇଁ ରାଜ୍ୟର ସର୍ବବୃହତ ସମାବେଶ ଯାହା ସେମାନଙ୍କୁ ପରସ୍ପରକୁ ଭେଟିବା, ଯୋଡ଼ିହେବା, ନିବେଶ ବିଷୟରେ ଆଲୋଚନା କରିବାର ସୁଯୋଗ ପ୍ରଦାନ କରିବ । ଏଥିରେ ଦେଶର ବିଭିନ୍ନ କ୍ଷେତ୍ରର ନିବେଶକମାନେ ଯୋଡ଼ି ହୋଇଛନ୍ତି । କାର୍ଯ୍ୟକ୍ରମର ଅଂଶସ୍ୱରୂପ ମେଂଟରିଂ, ନିବେଶ ପାଇଁ ପ୍ରସ୍ତୁତ ରହିବା ଓ ପିଚିଂ ଉପରେ ତିନିଟି ସ୍ୱତନ୍ତ୍ର ଅଧିବେଶନ ଆୟୋଜନ କରାଯିବ ।

ସରକାର ଓ ଶିଳ୍ପ ସଂସ୍ଥାର ବହୁ ଅଂଶୀଦାର ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି । ଏହି କନ୍‌କ୍ଲେଭ୍ ଜୁଲାଇ ୧୬, ୨୦୦୨ରେ ଏକ ଷ୍ଟାର୍ଟଅପ୍‌-ନିବେଶକ ସମ୍ମିଳନୀ ଓ ଭୁବନେଶ୍ୱରର ଓ-ହବ୍‌ଠାରେ ଏକ ଉଦଯାପନୀ ସମାରୋହ ଆୟୋଜନ ସହ ଶେଷ ହେବ । ଏଥିରେ ବହୁ ସଂଖ୍ୟକ ଷ୍ଟାର୍ଟଅପ୍ ସଂସ୍ଥା ଯୋଡ଼ି ହୋଇଛନ୍ତି ଓ ଷ୍ଟାର୍ଟଅପ୍ ପ୍ରିଭିଲେଜ୍ କ୍ଲବ୍ ପଇଁ ୫୦ ଷ୍ଟାର୍ଟଅପ୍‌ଙ୍କ ନାମ ଘୋଷଣା କରାଯାଇଛି । କନ୍‌କ୍ଲେଭ୍‌ରେ ଭାଗ ନେବା ଲାଗି ଷ୍ଟାର୍ଟଅପ୍‌ଗୁଡ଼ିକ ପଞ୍ଜୀକରଣ କରିଥିଲେ ଯେଉଁ ସୁବିଧା ୨୦୨୨ ଜୁଲାଇ ୩ ପର୍ଯ୍ୟନ୍ତ ଉପଲବ୍ଧ ରହିଥିଲା ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ମା ତାରିଣୀ ଦେବୀଙ୍କ ୧୮ତମ ବିଶ୍ଵଶାନ୍ତି ମହାଯଜ୍ଞ ଉପଲକ୍ଷେ କଳସ ଯାତ୍ରା

ମା ତାରିଣୀ ଦେବୀଙ୍କ ୧୮ତମ ବିଶ୍ଵଶାନ୍ତି ମହାଯଜ୍ଞ ଉପଲକ୍ଷେ କଳସ ଯାତ୍ରା

March 18, 2026
ଡମସାହି ସେବା ସମବାୟ ସମିତି ତରଫରୁ ଧାନମଣ୍ଡି ଉଦଘାଟିତ 

ଡମସାହି ସେବା ସମବାୟ ସମିତି ତରଫରୁ ଧାନମଣ୍ଡି ଉଦଘାଟିତ 

March 18, 2026
ବରଗଡ଼ ମୋଟର ଚାଳକ ଙ୍କ ସୁରକ୍ଷା ପାଇଁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କୁ ଦାବିପତ୍ର

ବରଗଡ଼ ମୋଟର ଚାଳକ ଙ୍କ ସୁରକ୍ଷା ପାଇଁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କୁ ଦାବିପତ୍ର

March 18, 2026
As we approach Pakhala Divas on 20.03.2026

As we approach Pakhala Divas on 20.03.2026

March 18, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ମା ତାରିଣୀ ଦେବୀଙ୍କ ୧୮ତମ ବିଶ୍ଵଶାନ୍ତି ମହାଯଜ୍ଞ ଉପଲକ୍ଷେ କଳସ ଯାତ୍ରା

ମା ତାରିଣୀ ଦେବୀଙ୍କ ୧୮ତମ ବିଶ୍ଵଶାନ୍ତି ମହାଯଜ୍ଞ ଉପଲକ୍ଷେ କଳସ ଯାତ୍ରା

March 18, 2026
ଡମସାହି ସେବା ସମବାୟ ସମିତି ତରଫରୁ ଧାନମଣ୍ଡି ଉଦଘାଟିତ 

ଡମସାହି ସେବା ସମବାୟ ସମିତି ତରଫରୁ ଧାନମଣ୍ଡି ଉଦଘାଟିତ 

March 18, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version