No Result
View All Result
ନୟାଗଡ଼ (ଓଡିଶା ତାଜା ନ୍ୟୁଜ ) ନି.ପ୍ର :- ନୟାଗଡ଼ ପୌର ପରିଷଦ ତରଫରୁ “ସ୍ଵଚ୍ଛତା ହିଁ ସେବା” ଆନୁକୁଲ୍ୟରେ ଆଜି ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ଏକ ମେଗା ମାଗଣା ସ୍ୱାସ୍ଥ୍ୟ ସେବା ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ୧୪୨ ଜଣ ସଫେଇ କର୍ମଚାରୀ ଏବଂ ସେମାନଙ୍କ ପରିବାର ବର୍ଗ ବିଭିନ୍ନ ସ୍ୱାସ୍ଥ୍ୟ ପରୀକ୍ଷା କରାଇ ନିଜ ସ୍ୱାସ୍ଥ୍ୟ ପ୍ରତି ଅଧିକ ସଚେତନ ହୋଇଥିଲେ । ଜିଲ୍ଲାପାଳ ମଧୁମିତା ରଥ, ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିବିରକୁ ଉଦ୍ ଘାଟନ କରିଥିଲେ ।

ପୌରାଧ୍ୟକ୍ଷା ନିରୂପମା ଖଟେଇ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାଃ ସନ୍ତୋଷ କୁମାର ଭୁଜବଳ ଓ ଡାଃ ଅଭିପ୍ସା ପଟ୍ଟନାୟକ ଯୋଗଦେଇ ସଫେଇ କର୍ମଚାରୀଙ୍କୁ ଉତ୍ସାହିତ କରିଥିଲେ । ଏହା ସହିତ ମୁଖ୍ୟ ଚିକତ୍ସାଳୟର ୮ ଜଣ ବରିଷ୍ଠ କର୍ମଚାରୀ ବିଭିନ୍ନ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । କାଉନସିଲର ଲକ୍ଷ୍ମୀଧର ମହାପାତ୍ର, କାଉନସିଲର ସର୍ମିଳା ପ୍ରଧାନ, ସମାଜସେବୀ ରୁଦ୍ର ପ୍ରସନ୍ନ ରଥ ଏବଂ ଅଖିଳ କୁମାର ସ୍ଵାଇଁଙ୍କ ସମେତ ସମସ୍ତ କାଉନସିଲର, ସମସ୍ତ ଯନ୍ତ୍ରୀ ଓ ସମସ୍ତ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ ।
ନିର୍ବାହୀ ଅଧିକାରୀ ସ୍ନେହଲତା ଆଚାର୍ଯ୍ୟ ଶିବିର ପରିଚାଳନା କରିଥିବା ବେଳେ କନିଷ୍ଠ ପରିମଳ ବିଶେଷଜ୍ଞ ଦୀପକ କୁମାର ଜେନା, ସୁପରଭାଇଜାର ପ୍ରଦୀପ୍ତ କୁମାର ଦାସ, ବିଭୁତି ଭୂଷଣ ସାହୁ, ସାହା ପରିମଳ ସଂସ୍ଥାର କର୍ମଚାରୀ, ଗୋଷ୍ଠୀ ସଙ୍ଗଠିକା ଇନ୍ଦୁମତି ପରିଡା, ଶିଶିର କୁମାର ମହାପାତ୍ର ଏବଂ ରଞ୍ଜନ କୁମାର ମହାପାତ୍ର ସଂପୂର୍ଣ୍ଣ ସହଯୋଗ କରିଥିଲେ ।

No Result
View All Result