No Result
View All Result
ଓଡ଼ିଶା ତାଜା ନ୍ୟୁଜ୍/୧୧ ଜୁଲାଇ ସୋମବାର/ବରଗଡ଼ :- ରାଜ୍ୟ ସରକାର ଙ୍କ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଅନୁଯାୟୀ ଆଜି ଜିଲ୍ଲା ର ଭଟଲି ବ୍ଲକ ରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଥିଲା । ଜିଲ୍ଲାପାଳ ମନୀଷା ବାନାର୍ଜୀ ଓ ଜିଲ୍ଲା ଏସପି ପର୍ମାର ସ୍ମିତ ପୁରୁଷୋତ୍ତମ ଦାଶ ଙ୍କ ଉପସ୍ଥିତି ରେ ୫୫ ଜଣ ତାଙ୍କର ଆପତ୍ତି ଅଭିଯୋଗ କରିଥିଲେ ।
ଭଟଲି ବ୍ଲକ ଅନ୍ତର୍ଗତ ସମସ୍ତ ଅଧିକାରୀ ଓ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣାଣୀ ଓ ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ର ପ୍ରକଳ୍ପ ନିର୍ଦ୍ଦେଶକ କୃତି ବାସ ରାଉତ ଓ ଭଟଲି ବ୍ଲକ ଅଧ୍ୟକ୍ଷ ନିତ୍ୟାନନ୍ଦ ପ୍ରଧାନ, ବିଡ଼ିଓ ମଞ୍ଚାସୀନ ଥିଲେ ।
No Result
View All Result