No Result
View All Result
ଓଡ଼ିଶା ତାଜା ନ୍ୟୁଜ୍/୧୦ ଜୁଲାଇ ରବିବାର/ପାରଳାଖେମୁଣ୍ଡି :- ଠାରେ ପବିତ୍ର ରଥଯାତ୍ରା ଅବସର’ରେ ଜିଲ୍ଲା ପ୍ରଶାସନ ଅନ୍ତର୍ଗତ ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷ’ରୁ ସ୍ଥାନୀୟ ଜଗନ୍ନାଥ ମନ୍ଦିର ପରିସର’ରେ ଥିବା ସ୍ନାନ ମଣ୍ଡପ”ରେ ଚାଲିଥିବା ସାଂସ୍କୃତିକ କାର୍ଯ୍ୟକ୍ରମ , ବାହୁଡ଼ାଯାତ୍ରା ଦିନ ସନ୍ଧ୍ୟାରେ ଶେଷ ସାଂସ୍କୃତିକ କାର୍ଯ୍ୟକ୍ରମ (ଭଜନ ସମାରୋହ ) ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲା ପ୍ରସାଶନ ଓ ଜିଲ୍ଲା ସଂସ୍କୃତି ପରିଷଦ’ର ମିଳିତ ଆନୁକୂଲ୍ୟ’ରେ ଆୟୋଜିତ ଏହି ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ’କୁ ଯାତ୍ରାବାସୀ ଭରପୁର ଉପଭୋଗ କରିଥିଲେ l
ଚଳିତ ରଥଯାତ୍ରା ପରଦିନ ଠାରୁ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ଶ୍ରଦ୍ଧାଳୁ ଲୋକମାନ’ଙ୍କ ସମାଗମ’କୁ ଦୃଷ୍ଟିରେ ରଖି ସେମାନଙ୍କ ମନୋରଞ୍ଜନ ପାଇଁ ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିଲା ଏହି ଆଠଦିନ ବ୍ୟାପି ସାଂସ୍କୃତିକ କାର୍ଯ୍ୟକ୍ରମ ଅବସର’ରେ ବିଭିନ୍ନ ଦିନ’ର ସନ୍ଧ୍ୟାରେ ଓଡିଶୀ , ଭାରତ-ନାଟ୍ୟମ ଓ କୁଚୁପୁଡ଼ି ନୃତ୍ୟ ସମେତ ଭଜନ ନୃତ୍ୟ , ସମ୍ବଲପୁରୀ ଓ ଭଜନ ସନ୍ଧ୍ୟା ପ୍ରଭୃତି ପରିବେଷଣ କରା ଯାଇଥିଲା l ସେହିଭଳି ବାହୁଡା ଯାତ୍ରା ଦିନ ଶେଷ ସନ୍ଧ୍ୟା’ରେ ସୁଦୂର ବ୍ରହ୍ମପୁର’ର କଳାକାର ମାନେ ଆସି “ଭକ୍ତି ନୈବେଦ୍ୟ” ସଂଗୀତ ପରିବେଷଣ କରିଥିଲେ l
ଏହି “ଭକ୍ତି ନୈବେଦ୍ୟ”ପୂର୍ଣ୍ଣ ସଂଗୀତ ସଂଗୀତ କାର୍ଯ୍ୟକ୍ରମ’କୁ ଶ୍ରଦ୍ଧାଳୁ ଲୋକମାନେ ରାତି ୧୧ଟା ସମୟ ପର୍ଯ୍ୟନ୍ତ ଉପଭୋଗ କରିବା ସହ ପ୍ରଶାସନ ପକ୍ଷରୁ ଆୟୋଜିତ ହୋଇଥିବା ଏଭଳି କାର୍ଯ୍ୟକ୍ରମ’କୁ ସମସ୍ତେ ସାଦରେ ଗ୍ରହଣ କରିଥିଲେ l ଏହି ସାଂସ୍କୃତିକ ସନ୍ଧ୍ୟା କାର୍ଯ୍ୟକ୍ରମ’ରେ ଅନ୍ୟମାନଙ୍କ ମଧ୍ୟରେ ଉପଜିଲ୍ଲାପାଳ ଶ୍ରୀ ଆଲୋକ କୁମାର ପ୍ରଧାନ , ପାରଳା ପୌର ପରିଷଦ’ର ଭାରପ୍ରାପ୍ତ ନିର୍ବାହୀ ଅଧିକାରୀ ଶ୍ରୀ ଜୁବୁଲି ଚରଣ ବେହେରା , ଜିଲ୍ଲା ସଂସ୍କୃତି ସଧିକାରୀ ସୁଶ୍ରୀ ଅର୍ଚ୍ଚନା ମଙ୍ଗରାଜ ପ୍ରମୁଖ ଉପସ୍ଥିତ ଥିଲେ l
No Result
View All Result