ଓଡ଼ିଶା ତାଜା ନ୍ୟୁଜ୍/୯ ଜୁଲାଇ,ଶନିବାର/ରଣପୁର :- ପୁରୀ ପରେ ରଣପୁର ରେ ଶ୍ରୀକ୍ଷେତ୍ର ଭଳି ମହାପ୍ରଭୁ ଙ୍କ ରଥ ଯାତ୍ରା ଦୀର୍ଘ ବର୍ଷ ଧରି ଅନୁଷ୍ଠିତ ହୋଇଆସିଥିବା ବେଳେ ଚଳିତ ବର୍ଷ ରଣପୁର ରେ ବାହୁଡା ଯାତ୍ରା ଅନୁଷ୍ଠିତ ହୋଇଛି । ଆଜି ଅନୁକୂଳ ପାଗ ଯୋଗୁଁ ବାହୁଡା଼ ଯାତ୍ରା ରେ ଲକ୍ଷାଧିକ ଜନସମାଗମ ହୋଇଥିବା ଦେଖିବାକୁ ମିଳିଥିଲା । ସକାଳୁ ରଣପୁରରେ ଝିପିଝିପି ବର୍ଷା ଲାଗିରହିଥିଲା ।
କିନ୍ତୁ ଦିନ ୮ ଟା ପରେ ଖରା ହୋଇଥିବାରୁ ଭକ୍ତ ମହଲରେ ଆନନ୍ଦ ଖେଳିଯାଇଥିଲା । ବଳଭଦ୍ର ଙ୍କର ତାଳଧ୍ୱଜ ରଥ ଶ୍ରୀମନ୍ଦିର ନିକଟରେ ପହଚିଂଥିଲା ବେଳେ ସୁଭଦ୍ରାଙ୍କ ଦେବଦୋଳନ ରଥ ସନ୍ଧ୍ୟା ହୋଇଯିବାରୁ ମଝିଦାଣ୍ଡରେ ଅଟକି ରହିଛି । ଗତକାଲି ସଂନ୍ଧ୍ୟାରେ ଆଡପ ମଣ୍ଡପରେ ଶ୍ରୀ ଜୀଉଙ୍କର ନବମୀ ନୀତୀ ସମାପନ୍ନ କରାଯାଇଥିଲା । ଆଜି ସକାଳୁ ପ୍ରଭୂ ଙ୍କ ଅବକାଶ ନୀତି , ବଲ୍ଲଭ ନୀତି ସହ ଅନ୍ୟାନ୍ୟ ନୀତିକାନ୍ତି ସମାପନ ହୋଇଥିଲା ।
ଦିନ ୯.୩୦ ରେ ପହଣ୍ଡି ପାଇଁ ପ୍ରଶାସନ ନିଷ୍ପତି ନେଇଥିବା ବେଳେ ଏଥିରେ ବ୍ୟତିକ୍ରମ ଦେଖା ଦେଇଥିଲା । ଦିନ ୧୨ଟା ପରେ ଶ୍ରୀଜିଉଙ୍କ ପହଣ୍ଡି ହୋଇଥିଲା । ପ୍ରଥମେ ସୁଦର୍ଶନ ପହଣ୍ଡି କରାଯାଇଥିଲା । ପରେ ତିନି ଠାକୁରଙ୍କୁ ଧାଡି ପହଣ୍ଡିରେ ରଥା ରୁଢ କରାଯାଇଥିଲା । ରଣପୁରରେ ଅନୁକୂଳ ପାଗ ଯୋଗୁଁ ଆଜି ମହାପ୍ରଭୁଙ୍କ ବାହୁଡା ଯାତ୍ରା ଦେଖିବା ପାଇଁ ଭକ୍ତ ସୁଅ ଛୁଟିଥିଲା ।
ତିନି ଠାକୁର ରଥା ରୂଢ ପରେ ଅପରାହ୍ନ ୩ ଟାରେ ଏକ ବର୍ଣ୍ଣାଢ୍ୟ ପରିବେଶରେ ରଣପୁର ରାଜା ଦିଲ୍ଲିପ ଚନ୍ଦ୍ର ସିଂଦେଓ ତିନି ରଥକୁ ଛେରା ପହଁରା କରିବା ପାଇଁ ରାଜବାଟିରୁ ବିମାନ ରେ ବାହାରିଥିଲେ । ୩ ରଥ ର ଛେରାପହଁରା ପରେ ପ୍ରଥମେ ବଳଭଦ୍ର ଙ୍କ ରଥ ଟଣାଯାଇଥିଲା । ଅପରାହ୍ନ ୫ ଟାରେ ବଳଭଦ୍ର ଙ୍କ ରଥ ଶ୍ରୀମନ୍ଦିର ସମ୍ମୁଖରେ ପହଚିଂଥିଲା ।
ପରେ ସୁଭଦ୍ରା ଙ୍କ ରଥ କୁ ମହିଳା ମାନେ ଟାଣିଥିଲେ । କିନ୍ତୁ ସନ୍ଧ୍ୟା ହୋଇଯାଇଥିବାରୁ ମଝିଦାଣ୍ଡରେ ଅଟକିଥିଲା । ରବିବାର ବଡଏକାଦଶି ଥିବାରୁ ରଥ ଟଣାଯିବ ନାହିଁ । ସୋମବାର ଜଗନ୍ନାଥ ଙ୍କ ନନ୍ଦିଘୋଷ ଓ ସୁଭଦ୍ରା ଙ୍କ ଦେବଦୋଳନ ଟଣାଯିବ ବୋଲି ପ୍ରଶାସନ ନିଷ୍ପତି ନେଇଛି । ଆଜି ରଥ ଟଣାରେ ବିଧାୟକ ସତ୍ୟନାରାୟଣ ପ୍ରଧାନ ,
ପୂର୍ବତନ ବିଧାୟକ ରବିନାରାୟଣ ମହାପାତ୍ର, ନୟାଗଡ ଜିଲ୍ଲାପରିଷଦ ଅଧକ୍ଷ ଦେବାଶିଷ୍ ପଟନାୟକ, ତହସିଲଦାର ଅଶୋକ ପଟନାୟକ , ଏନଏସି ଅଧ୍ୟକ୍ଷା ରଙ୍ଗୀନ୍ ମହାନ୍ତି ଓ ସମାଜସେବୀ ରାଜା ମହାନ୍ତି , ଆଇଆଇସି ଜ୍ୟୋତିପ୍ରକାଶ ପଣ୍ଡା ,
ଏଡିପିଓ ଓ ଅନ୍ୟାନ୍ୟ ପ୍ରଶାସନ କର୍ମଚାରୀ ଙ୍କ ସହାୟତା ରେ ଶୃଙ୍ଖଳିତ ଭାବେ ବାହୁଡା଼ ଯାତ ଅନଷ୍ଠିତ ହୋଇଥିବା ଦେଖିବାକୁ ମିଳିଥିଲା । ଏହି ବାହୁଡା଼ ଯାତ୍ରାରେ ସାମ୍ବାଦିକ ମାନେ ଯୋଗ ଦେଇଥିଲେ, ରଥ ଯାତ୍ରା ରେ ବିସି ହାଇସ୍କୁଲର ସ୍କାଉଟ୍ ଛାତ୍ର ଛାତ୍ରୀ ମାନେ ଶୃଙ୍ଖଳିତ ଭାବେ ସହଯାଗ କରିଥିବା ବେଳେ ଛାତ୍ରୀ ମାନେ ଭକ୍ତ ମାନଙ୍କୁ ପଣା ବଣ୍ଟନ କରିଥିଲେ ।

































