No Result
View All Result
ଓଡ଼ିଶା ତାଜା ନ୍ୟୁଜ୍/୮ ଜୁଲାଇ ଶୁକ୍ରବାର/ବରଗଡ଼ :- ବରଗଡ଼ ପୌରପରିଷଦ ଅଧିନସ୍ଥ ସମସ୍ତ ସଫେଇ କର୍ମଚାରୀଙ୍କ ପାଇଁ ଦୁଇ ଦିବସୀୟ ସ୍ବତନ୍ତ୍ର ସ୍ବାସ୍ଥ୍ୟ ଶିବିର ଆୟୋଜିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମକୁ ମାନନୀୟା କଳ୍ପନା ମାଝୀ, ଅଧ୍ୟକ୍ଷ, ବରଗଡ଼ ପୌରରିଷଦ ଓ ଡ଼ା ସାଧୁ ଚରଣ ଦାଶ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଉଦ୍ଘାଟନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମ ପ୍ରତି ବର୍ଷ ଜୁଲାଇ ଓ ଫ୍ରେବୃୟାରୀ ମାସରେ ଆୟୋଜନ କରାଯାଏ ।
ଏହି ଶିବିରରେ ସମସ୍ତ ପ୍ରକାର ନିଃଶୁକ୍ଳ ପ୍ରାଥମିକ ସ୍ବାସ୍ଥ୍ୟ ଜନିତ ଚିକିତ୍ସା ପରାମର୍ଶ ସହିତ ରୋଗ ନିରୂପଣ, ଔଷଧ ବିତରଣ ଓ ପ୍ରତିଷେଧକ ଟୀକା ଯଥା ଟି ଟି ଦିଆଯାଇଥାଏ । ଉକ୍ତ ଶିବିରଟି ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ହାଟପଦା ଓ ଷ୍ଟେସନପଡ଼ା ରୁ ଡ଼ ନୁପୁର ପାଢ଼ୀ ଓ ଡ଼ ସନ୍ଦୀପ ତ୍ରିପାଠୀଙ୍କ ସହ ବିଭିନ୍ନ ସ୍ୱାସ୍ଥ୍ୟ କର୍ମଚାରୀ ମାନଙ୍କ ଦ୍ଵାରା ଆୟୋଜିତ ହୋଇଥିବା ବେଳେ ସ୍ବାସ୍ଥ୍ୟ ବିଭାଗ ତରଫରୁ ରାଜକୁମାର ଗୁପ୍ତା,
ଭାରପ୍ରାପ୍ତ ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ, ତୁଷାର ନାୟକ, ସହାୟକ ସହରାଞ୍ଚଳ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ପରିଚାଳକ ଓ ଚନ୍ଦ୍ରକାନ୍ତ ପଣ୍ଡା, ଜନସ୍ୱାସ୍ଥ୍ୟ ପରିଚାଳକ ଆଦି ଉପସ୍ଥିତ ଥିଲେ। ଏହି ଶିବିର କୁ ସଫଳ କରିବା ପାଇଁ ପୌର ପରିଷଦ କାର୍ଯ୍ୟାଳୟ ତରଫରୁ ସୁଶାନ୍ତ ଦାଶ, ତୁଷାର ପଣ୍ଡା, ନବ ବାରିକ, ଶ୍ରୀରାମ ପଣ୍ଡା ଆଦି ସହଯୋଗ କରିଥିଲେ ।
No Result
View All Result