ଓଡ଼ିଶା ତାଜା ନ୍ୟୁଜ୍/୮ ଜୁଲାଇ ଶୁକ୍ରବାର/ବରଗଡ଼ :- ବରପାଲି ଥାନା ଅଞ୍ଚଳରୁ ନକଲି ନୋଟ୍ କାରବାର ସଂପର୍କରେ ଓଡ଼ିଶା ପୋଲିସ ର ସ୍ବତନ୍ତ୍ର ଟାକ୍ସ ଫୋର୍ସ ଖବର ପାଇ ସ୍ଥାନୀୟ ପୋଲିସ ସହାୟତାରେ ଦୁଇ ଜଣକୁ ଧରିବାରେ ସଫଳ ହୋଇଛି । ତାଙ୍କ ଠାରୁ ୧୪ ଲକ୍ଷ ୨୯ହଜାର ପାଞ୍ଚ ଶହ ଟଙ୍କା ସହ ନୋଟ୍ ଛପା ପ୍ରିଣ୍ଟର ଓ ଦୁଇଟି ମୋବାଇଲ୍ ଫୋନ୍ ଜବତ୍ କରିଛି ।
ସ୍ବତନ୍ତ୍ର ଟାସ୍କ ଫୋର୍ସ ଅଭିଯୁକ୍ତ ବରପାଲି ର ବଳରାମ ମେହେର ଙ୍କ ମୋବାଇଲ ଫୋନ କୁ ଟ୍ରାକ କରି ତାକୁ ଧରିବାରେ ସଫଳ ହୋଇଥିଲେ । ଅନ୍ୟ ଅଭିଯୁକ୍ତ ଉତ୍ତର ପ୍ରଦେଶ ଗୋରଖପୁର ର ମୂଳ ନିବାସୀ ପପ୍ପୁ ଯାଦବ ନକଲି ନୋଟ୍ କାରବାର ପାଇଁ ଆସିଥିବା ବେଳେ ଧରା ପଡ଼ିଥିଲେ ।














