No Result
View All Result
ଓଡ଼ିଶା ତାଜା ନ୍ୟୁଜ୍/୭ ଜୁଲାଇ ଗୁରୁବାର/ନୟାଗଡ଼ :- ଓଡ଼ିଶା ରାଜ୍ୟ ଆଇନ୍ ସେବା ପ୍ରାଧିକରଣ, କଟକଙ୍କ ନିର୍ଦ୍ଦେଶକ୍ରମେ ସାରା ରାଜ୍ୟ ଭଳି ନୟାଗଡ଼ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣଙ୍କ ତରଫରୁ ଚଳିତ ମାସ ଜୁଲାଇ ପ୍ରଥମ ସପ୍ତାହରେ ବନମହୋତ୍ସବ ପାଳନ କରାଯାଉଅଛି । ଏହି ପରିପ୍ରେକ୍ଷୀ ରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଓ ଜିଲ୍ଲା ବନ ବିଭାଗଙ୍କ ମିଳିତ ସହଯୋଗରେ ସ୍ଥାନୀୟ ନବଘନପୁର ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ୟାପକ ବୃକ୍ଷରୋପଣ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମ ରେ ନୟାଗଡ଼ ଜିଲ୍ଲା ଓ ଦୈ।ରାଜଜ୍ ତଥା ଅଧ୍ୟକ୍ଷା , ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଶ୍ରୀମତୀ ରୁପଶ୍ରୀ ଚୈ।ଧୁରୀ ଯୋଗଦେଇ ବହୁ ମୂଲ୍ୟବାନ ଚାରା ରୋପଣ କରିବାସହ ସମବେତ ଛାତ୍ରଛାତ୍ରୀ,ଶିକ୍ଷକ, ଆଇନଜୀବୀ, ଶିକ୍ଷାବିତ୍, ଗ୍ରାମୀଣ ଆଇନ୍ ସହାୟତା କର୍ମୀ ଏବଂ ସ୍ଥାନୀୟ ଜନସାଧାରଣଙ୍କୁ ନିଜ ନିଜ ପରିସରରେ, ସର୍ବସାଧାରଣରେ ଖାଲିଥିବା ସ୍ଥାନ ମାନଙ୍କରେ ବ୍ୟାପକ ଚାରା ରୋପଣ କରିବାକୁ ବନମହୋତ୍ସବ ପାଳନ ଅବସରରେ ବାର୍ତ୍ତା ପ୍ରଦାନ କରିଥିଲେ ।
ସେହିପରି ବରିଷ୍ଠ ପରିବାର ଅଦାଲତ ଜଜ୍ ପ୍ରଦୀପ କୁମାର ମହାନ୍ତ, ଅତିରିକ୍ତ ଜିଲ୍ଲା ଜଜ୍ ଲିଲି ସେନାପତି,ସବଜଜ୍ ଅମିତାଭ ପଣ୍ଡା,ସଚିବ ଜିଲ୍ଲା ଆଇନ ସେବା ପ୍ରାଧିକରଣ ବିଶେଷ କୁମାର ସାହୁ,ମହିଳା ବିଚାରପତି ଡ.ରିନତୀ ମିଶ୍ର,ମଣ୍ଡଳ ନ୍ୟାୟଧିଶ ସୈ । ଭାଗ୍ୟ ରଞ୍ଜନ ପ୍ରଧାନ, ଅନ୍ୟତମ ସବଜଜ୍ ପବିତ୍ରାନନ୍ଦ ପ୍ରଧାନ, କୋର୍ଟ ମ୍ୟାନେଜର ସଂଗ୍ରାମ କେଶରୀ ଜେନା ଙ୍କ ସହ ନୟାଗଡ଼ ବନଖଣ୍ଡ ଅଧିକାରୀ କ୍ଷମା ଷଡ଼ଙ୍ଗୀ ଓ ହିମାଂଶୁ ଶେଖର ଷଡ଼ଙ୍ଗୀ, ଶ୍ୱେତଲୀନା ସାହୁ, ସୁଶାନ୍ତ କୁମାର ସ୍ୱାଇଁ ପ୍ରମୁଖ ଚାରାରୋପଣ କରିଥିଲେ ।
ତତ୍ ସହିତ ସ୍ଥାନୀୟ ଆଇନଜୀବୀ ରମେଶ ଚନ୍ଦ୍ର ମହାରଣା, ଗୈ।ରାଙ୍ଗ ଚରଣ ସାହୁ, ମନୋଜ କୁମାର ନାଏକ, ଅବସର ପ୍ରାପ୍ତ ଅଧ୍ୟକ୍ଷ ମହମ୍ମଦ ଓମାର ମଲ୍ଲିକ, ବିଦ୍ୟାଳୟର ପ୍ରଧାନଶିକ୍ଷକ ଯୋଗେନ୍ଦ୍ର ନାୟକ, ସାହିତ୍ୟିକ ଶରତ ଚନ୍ଦ୍ର ଆଚାର୍ଯ୍ୟଙ୍କ ସହ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ପ୍ରିୟଦର୍ଶିନୀ ସେଠୀ, ପୁଷ୍ପାଞ୍ଜଳି ସାହୁ,ରାକେଶ କୁମାର ନାଏକ, ସୋନାଲି ସାହୁ, ଭବାନୀଶଙ୍କର ନାୟକ,ପ୍ରଣତୀ ପ୍ରିୟଦର୍ଶିନୀ ପଣ୍ଡା, ନୃସିଂହ ଚରଣ ଜେନା ପ୍ରମୁଖ ଚାରା ରୋପଣ କରିବାସହ ସମସ୍ତ ସହଯୋଗ କରିଥିଲେ । ସେହିପରି ଗ୍ରାମୀଣ ଆଇନ୍ ସହାୟତା କର୍ମୀ ମମତା ବେହେରା, ସୋନାଲି ପ୍ରିୟଦର୍ଶିନୀ,ପ୍ରମୋଦ ମହାନ୍ତି, ପ୍ରଫୁଲ୍ଲ ବେହେରା,ଅକ୍ଷୟ କୁମାର ପ୍ରଧାନ,ଶୁଭସ୍ମିତା ମିଶ୍ରଙ୍କ ସହ ଛାତ୍ର ଛାତ୍ରୀ ମାନେ ମଧ୍ୟ ଚାରା ରୋପଣ କରିଥିଲେ ।

No Result
View All Result