No Result
View All Result
ଓଡ଼ିଶା ତାଜା ନ୍ୟୁଜ୍/୬ ଜୁଲାଇ ବୁଧବାର /ନୂଆଗାଁ :- ରାଜ୍ୟରେ ପ୍ରକାଶ ପାଇଛି ମାଟ୍ରିକ ପରୀକ୍ଷା ଫଳ।ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବାପରେ ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ରେ ପରୀକ୍ଷା ଦେଇଥିବା ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି।ଅକ୍ଲାନ୍ତ ପରିଶ୍ରମ, ଚେଷ୍ଟା ବଳରେ କୃତକାର୍ଯ୍ୟ ସମ୍ଭବ ବୋଲି ପ୍ରମାଣ କରି ଦେଖାଇଛନ୍ତି ନୂଆଗାଁ ବାଳିକା ଉଚ୍ଚ ବିଦ୍ୟାଳୟ ର ଛାତ୍ରୀ ସୋନାଲି ପରିଡ଼ା।ନୂଆଗାଁ ବ୍ଲକ୍ ସଦରମହକୁମା ନୂଆଗାଁ ପଞ୍ଚାୟତ ଅଧୀନରେ ଥିବା ଖାଲ ମଡା ଗ୍ରାମ ରୁ ପ୍ରତିଦିନ ଦୀର୍ଘ ୬ କିମି ସାଇକେଲ ରେ ଯାତାୟାତ କରି ସୋନାଲି ୫୦୩ ନଂ ମାଟ୍ରିକ ପରୀକ୍ଷାରେ ରଖି ଖାଲମଡା ଗ୍ରାମ ପାଇଁ ଗୌରବ ଆଣିଛନ୍ତି।ଯାହାକି ଆଜି ପର୍ଯ୍ୟନ୍ତ କୌଣସି ଛାତ୍ର ଛାତ୍ରୀ ଏହିପରି ଭାବେ ଯାତାୟାତ କରି୫୦୦ ନଂ ରଖି ପାରିନାହାନ୍ତି।
ସୋନାଲି କୃତିତ୍ୱ ଅର୍ଜନ କରିବା ପରେ ନୂଆଗାଁ ହାଇସ୍କୁଲ୍ ର ପ୍ରଧାନ ଶିକ୍ଷୟତ୍ରୀ ଭାଗ୍ୟଲତା ଦେଇ ଙ୍କ ସମେତ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଏବଂ ଗୁରୁମା ପୁଷ୍ପଲତା ପ୍ରଧାନ ଙ୍କ ଠାରୁ ଶିକ୍ଷା ଗ୍ରହଣ କରି ସଫଳତା ପାଇଥିବା ସୋନାଲି କହିଛନ୍ତି।ନୂଆଗାଁ ବ୍ଲକ୍ ର ନୂଆଗାଁ ଉଚ୍ଚ ବିଦ୍ୟାଳୟ,ନୂଆଗାଁ ବାଳିକା ଉଚ୍ଚ ବିଦ୍ୟାଳୟ, ମହିପୁର ନୋଡାଲ ଉଚ୍ଚ ବିଦ୍ୟାଳୟ,ଚାହାଳି ଜନଶକ୍ତି ଉଚ୍ଚ ବିଦ୍ୟାଳୟ, ବାଲଣ୍ଡା ଉଚ୍ଚ ବିଦ୍ୟାଳୟ ରେ ଶତ ପ୍ରତିଶତ ଛାତ୍ର ଛାତ୍ରୀ ଉତୀର୍ଣ୍ଣ ହୋଇଥିବା ଜଣା ପଡିଛି। ଉତୀର୍ଣ୍ଣ ହୋଇଥିବା ଛାତ୍ର ଛାତ୍ରୀ ଙ୍କୁ ଶୁଭେଛା ଜଣାଇବା ସହ ଉଜ୍ଜ୍ବଳ ଭବିଷ୍ୟତ କାମନା କରିଛନ୍ତି ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା।

No Result
View All Result