No Result
View All Result
ଓଡ଼ିଶା ତାଜା ନ୍ୟୁଜ୍/୬ ଜୁଲାଇ ବୁଧବାର /ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ସଦର ମହକୁମା ରେ ଥିବା ନୂଆଗାଁ ପଞ୍ଚାୟତ ର ନୂଆଗାଁ ଉଠାଣି ସାହି ରେ ବାସ କରୁଥିବା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପତିତ ପାବନ ସାହୁ ଏବଂ ଆମ୍ବଝରି ଗ୍ରାମ ର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସ୍ଵର୍ଗତ ଭାଗିରଥି ସାହୁ ଙ୍କ ଘର ଅଗଣା ରେ ଫୁଟିଛି ଦିବ୍ୟ ପୁଷ୍ପ ବ୍ରହ୍ମ କମଳ।ବ୍ରହ୍ମ କମଳ ପୁଷ୍ପ ଫୁଟିବା ପରେ ପରିବାର ର ସଦସ୍ୟ ମାନେ ଧୂପ ଦୀପ ଦେଇ ପୂଜାର୍ଚ୍ଚନା କରିଥିଲେ ।
ବ୍ରହ୍ମ କମଳ ଉତ୍ତରାଖଣ୍ଡ ରାଜ୍ୟର ଜାତୀୟ ପୁଷ୍ପ ଅଟେ।ପୁରାଣ ବର୍ଣ୍ଣନା ଅନୁଯାୟୀ ଯେଉଁ ଗୃହରେ ବ୍ରହ୍ମ କମଳ ପୁଷ୍ପ ଫୁଟେ ସେହି ଗୃହରେ ସୁଖ ,ସମ୍ପତି ପରିପୂର୍ଣ୍ଣ ହୁଏ। ଭଗବାନ ବ୍ରହ୍ମା ଙ୍କ ପୁଷ୍ପ ଅଟେ ବ୍ରହ୍ମ କମଳ।ଜୁଲାଇ ରୁ ସେପ୍ଟେମ୍ବର ମାସ ମଧ୍ୟରେ ଜହ୍ନ ଆଲୋକରେ ଏହି ଦିବ୍ୟ ପୁଷ୍ପ ଫୁଟିଥାଏ।କେହି କେହି କହିଥାନ୍ତି ବ୍ରହ୍ମ କମଳ ପୁଷ୍ପ ମଧ୍ୟ ଭାଗରେ ଭଗବାନ୍ ବିଷ୍ଣୁ ଙ୍କ ଶୟନ ଶଯ୍ୟା ଦେଖିବାକୁ ମିଳିଥାଏ ।
ବ୍ରହ୍ମ କମଳ ପୁଷ୍ପ ର ବହୁତ ଔଷଧୀୟ ଗୁଣ ରହିଥିବା ବିଭିନ୍ନ ଆୟୁର ବେଦିକ୍ ପୁସ୍ତକରେ ବର୍ଣ୍ଣନା କରାଯାଇଛି।ବ୍ରହ୍ମ କମଳ ପୁଷ୍ପ ରେ ଥିବା ଜଳ ପାନ କଲେ ଅସାଧ୍ୟ ରୋଗ ଭଲ ହୋଇଥାଏ।ବ୍ରହ୍ମ କମଳ ପୁଷ୍ପ ଦ୍ଵାରା ଗୃହ ର ବାସ୍ତୁ ଦୋଷ ଦୂର ହୋଇଥାଏ ବୋଲି ବାସ୍ତୁଶାସ୍ତ୍ରରେ ବର୍ଣ୍ଣିତ ଅଛି।ବ୍ରହ୍ମ କମଳ ପୁଷ୍ପ ଦର୍ଶନ ଦ୍ଵାରା ସୌଭାଗ୍ୟ ପ୍ରାପ୍ତି ହୁଏ ତେଣୁ ଲୋକମାନେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଙ୍କ ବାସ ଗୃହ ଅଗଣା ରେ ଫୁଟିଥିବା ବ୍ରହ୍ମ କମଳ ପୁଷ୍ପ ଦେଖିବା ପାଇଁ ଯାଇଥିଲେ।

No Result
View All Result