ଓଡ଼ିଶା ତାଜା ନ୍ୟୁଜ୍/୬ ଜୁଲାଇ ବୁଧବାର /ନୂଆଗାଁ :- ରାଜ୍ୟରେ ପ୍ରକାଶ ପାଇଛି ମାଟ୍ରିକ ପରୀକ୍ଷା ଫଳ । ପାସ ହାର ରହିଛି ଶତକଡା ୯୦.୫୫।ସେହିପରି ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ରେ ମାଟ୍ରିକ ପରୀକ୍ଷା ଦେଇଥିବା ଛାତ୍ର ଛାତ୍ରୀ ଙ୍କ ପାସ ହାର ରହିଛି ଶତକଡା ୯୫ ରୁ ଉର୍ଦ୍ଧ୍ବ।ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ଖେଳିଯାଇଛି ଖୁସିର ଲହରୀ ।
ନୂଆଗାଁ ବ୍ଲକ୍ ରେ ମାଟ୍ରିକ ପରୀକ୍ଷା ରେ ଉତୀର୍ଣ୍ଣ ହୋଇଥିବା ଛାତ୍ର ଛାତ୍ରୀ ଙ୍କୁ ଶୁଭେଛା ଜଣାଇବା ସହ ଉଜ୍ଜ୍ବଳ ଭବିଷ୍ୟତ କାମନା କରିଛନ୍ତି ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ।














