No Result
View All Result
ଓଡ଼ିଶା ତାଜା ନ୍ୟୁଜ୍/୫ ଜୁଲାଇ ମଙ୍ଗଳବାର/ବରଗଡ଼ :- ବରଗଡ଼ ଜିଲ୍ଲା ଅମ୍ଭାଭୋନା ବ୍ଲକ ରେ ଥିବା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଆବଶ୍ୟକ ଡାକ୍ତର ର ଷ୍ଟାଫ୍ ଦାବି ରେ ଆଜି ଭାରତୀୟ ଜନତା ପାର୍ଟିର ଭଟଲି ନିର୍ବାଚନମଣ୍ଡଳୀ ପକ୍ଷରୁ ଡାକ୍ତରଖାନା ପରିସରରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଉପାନ୍ତ ଅଞ୍ଚଳରେ ଡାକ୍ତର ର ପାରା ମେଡିକାଲ ଷ୍ଟାଫ୍ ଅଭାବରୁ ଲୋକେ ସରକାରୀ ସ୍ବାସ୍ଥ୍ୟ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି ।
ଏ ସମ୍ପର୍କରେ ବହୁବାର ସ୍ଥାନୀୟ ଲୋକେ ଅଭିଯୋଗ କରିଥିଲେ ମଧ୍ୟ କୈାଣସି ସମାଧାନ ହୋଇପାରିନାହିଁ। ଫଳରେ ଆଜି ଭିଜପା ପକ୍ଷରୁ ମେଡିକାଲ ସମ୍ମୁଖରେ ପ୍ରତିବାଦ ଓ ବିକ୍ଷୋଭ ସଭା ଆୟୋଜିତ ହୋଇଥିଲା। ପରେ ଏକ ଦାବି ପତ୍ର ଜିଲ୍ଲାପାଳ ଓ ସିଡିଏମଓ ଙ୍କ ଉଦେଶ୍ୟ ରେ ସ୍ଥାନୀୟ ଅଧିକାରୀ ଙ୍କୁ ପ୍ରଦାନ କରାଯାଇଥିଲା। ସଭାରେ ଭାଜପା ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଇରାସିଷ ଆଚାର୍ଯ୍ୟ, ସୁଶାନ୍ତ ମିଶ୍ର,ସୈରୀ ବାରିକ ପ୍ରମୁଖ ବ୍ଲକ ର ଶତାଧିକ କର୍ମୀ ଉପସ୍ଥିତ ଥିଲେ।

No Result
View All Result