No Result
View All Result
ଓଡ଼ିଶା ତାଜା ନ୍ୟୁଜ୍/୪ ଜୁଲାଇ ସୋମବାର/ଭୁବନେଶ୍ୱର :- ବେକାର ଯୁବକ ତଥା ପ୍ରବାସୀ ଶ୍ରମିକ ମାନଙ୍କର ନିଯୁକ୍ତି ପାଇଁ ରାଜ୍ୟ ବଜେଟରେ ବ୍ୟବସ୍ଥା ନାହିଁ । କେନ୍ଦ୍ର ସରକାର ପରିସଂଖ୍ୟାନ ବିଭାଗର ରିପୋର୍ଟ ଅନୁଯାୟୀ ଦେଶରେ ବେକାର ସଂଖ୍ୟା ୪.୨ ପ୍ରତିଶତ ଥିବାବେଳେ ରାଜ୍ୟରେ ଏହା ୫.୩ ପ୍ରତିଶତ ଅଛନ୍ତି । ରାଜ୍ୟରୁ ୬୫ ଲକ୍ଷ ଲୋକ ପ୍ରବାସୀ ଦାଦନ ଶ୍ରମିକ ଭାବେ ରାଜ୍ୟ ଓ ଦେଶ ବାହାରକୁ ଯାଉଥିବାବେଳେ ସେମାନଙ୍କୁ ରାଜ୍ୟରେ କର୍ମନିଯୁକ୍ତି ଦେବା ପାଇଁ ରାଜ୍ୟ ସରକାର ସଂପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ଜାତୀୟ ଉପସଭାପତି, ରାଜ୍ୟ ସଭାପତି ତଥା ପ୍ରାକ୍ତନ ସାଂସଦ ଡକ୍ଟର ରାମଚନ୍ଦ୍ର ଖୁଟିଆ ଆଜି ରାଷ୍ଟ୍ରୀୟ ମଜଦୁର କଂଗ୍ରେସର କାର୍ଯ୍ୟକାରୀ କମିଟିରେ ଉଦ୍ବୋଧନ ଦେଇ କହିଛନ୍ତି ।
ଏହି କାର୍ଯ୍ୟକାରୀ କମିଟିରେ ରାଜ୍ୟରେ ୩୦ ଜିଲ୍ଲାରେ ଦୀର୍ଘ ଦିନଧରି ପଡ଼ି ରହିଥିବା ନିର୍ମାଣ ଶ୍ରମିକଙ୍କ ପଞ୍ଜିକୃତ ପାଇଁ କାର୍ଡ଼, କାର୍ଡ଼ ନବୀକରଣ, ଶିକ୍ଷା, ସ୍ୱାସ୍ଥ୍ୟ ପାଇଁ ଅନୁଦାନ ଓ ମୃତ ଶ୍ରମିକମାନଙ୍କ ପାଇଁ କ୍ଷତିପୁରଣ ଦରଖାସ୍ତ ଗୁଡ଼ିକ ତୁରନ୍ତ ଆଗାମୀ ୧ ମାସ ମଧ୍ୟରେ ମଞ୍ଜୁର କରିବା ପାଇଁ ଏବଂ ଅସଂଗଠିତ କ୍ଷେତ୍ରରେ କାମ କରୁଥିବା ଶ୍ରମିକ ମାନଙ୍କ ଚିକିତ୍ସା ଓ ସ୍ୱାସ୍ଥ୍ୟ ତଥା ଚିକିତ୍ସା ଓ ସାମାଜିକ ସୁରକ୍ଷା ପାଇଁ ରାଜ୍ୟ ବଜେଟରେ ଅନ୍ୟୁନ୍ୟ ୫୦୦୦ କୋଟି ମଂଜୁର କରିବା ଓ ରାଜ୍ୟ ସରକାର ସର୍ବନିମ୍ନ ଟ. ୩୨୬ ହୋଇଥିଲାବେଳେ ଏମ୍.ଜି.ଏନ୍.ଆର.ଇ.ଜି.ଏ ରେ କାର୍ଯ୍ୟକରୁଥିବା ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ଟ.୨୨୨ ହେଉଥିବାରୁ ନରେଗାରେ କାର୍ଯ୍ୟ କରିବା ପାଇଁ ଉତ୍ସାହିତ ହେଉନାହିଁ ।
ଏଣୁ ନରେଗାରେ କାର୍ଯ୍ୟକରୁଥିବା ଶ୍ରମିକମାନଙ୍କ ମଜୁରୀ ମଧ୍ୟ ସର୍ବନିମ୍ନ ଟ ୩୨୬ କରିବା ପାଇଁ ଦାବୀ କରାଯାଇ ସାଧାରଣ କମ୍ପାନୀରେ କାର୍ଯ୍ୟରତ କର୍ମଚାରୀ ଦରମା ବୃଦ୍ଧି ଦାବୀ ଓ କେନ୍ଦ୍ର ସରକାର ସରକାରୀ ଉଦ୍ୟୋଗ ଘରୋଇକରଣ ବିରୁଦ୍ଧରେ ପ୍ରସ୍ଥାବ ଗୃହିତ ହୋଇଛି । ଏହି ବୈଠକରେ ସାଧାରଣ ସଂପାଦକ ଶ୍ରୀ କିଶୋର ଜେନା ସ୍ୱାଗତ ଭାଷଣ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ମଦନ ମୋହନ ଧଳ, ପ୍ରଶାନ୍ତ ମହାପାତ୍ର, ଶ୍ୟାମ ସୁନ୍ଦର ମହାପାତ୍ର, ବିଦ୍ୟାଧର ମହାନ୍ତି, ଶିବାନନ୍ଦ ରାୟ, ଧରଣି ସ୍ୱାଇଁ, ପରେଶ ଜେନା, କ୍ଷୀରୋଧ ଓଝା, ସଭାନେତ୍ରୀ- ପ୍ରଣତି ମିଶ୍ର, ଯୁବ ସଭାପତି – ସତ୍ୟବ୍ରତ ନାୟକ, କୃଷ୍ଣଚନ୍ଦ୍ର ସାହୁ, ଇକ୍ୱାଲ ମଲ୍ଲିକ,
ଅଜୟ ପାଇକରାୟ, ଭୁବନ ସାହୁ, ଘନ ସବର, ସୁରେଶ ବେହେରା, ମୁକ୍ତାର ଖାଁ, ଭୋକାଲୀ ସେଠୀ, ପିତବାସ ପଣ୍ଡା, ବିକାଶ ଦାସ, ପ୍ରଭାତ ମୋଟାଲି, ବାସନ୍ତି ସାମଲ, ଯବାମଣି ଟୁଡ଼ୁ, ସିଲି ସେଠୀ, ଆଶା ମିଞ୍ଜ୍, ଜଗବନ୍ଦୁ ପ୍ରଧାନ, ବଲବନ୍ତ ବେହେରା, ତପତି ଦତ୍ତ, ବିଷ୍ଣୁ ମୋହନ ରଥ, ଖଗେଶ୍ୱର ସ୍ୱାଇଁ, ମାନସ ପାତ୍ର, ରଶ୍ମିରଞ୍ଜନ ପରିିଡ଼ା, ଉଦୟନାଥ ରାଉତ, ବିଘ୍ନରାଜ ନାୟକ, କର୍ଣ୍ଣରାଜ ପ୍ରଧାନ, କିଶୋର ସ୍ୱାଇଁ, ସୁଶାନ୍ତ ବେହେରା ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ ଏବଂ ପରିଶେଷରେ ସୁକୁମାର ଦେଓ ଧନ୍ୟବାଦ ଅର୍ପଣ କରିଥିଲେ ।
No Result
View All Result