ବ୍ରିଟିଶ ପୁଲିସ ର ବିନା ମେଘରେ ସୃଜିପାରେ କୁଳିଶ (ବଜ୍ରପାତ )ଭଳି କ୍ଷମତା ଥିଲା ମାତ୍ର ସ୍ୱାଧୀନତାର ୮୦ବର୍ଷ ପରେ ନୟାଗଡ଼ ଜ଼ିଲା ଚାନ୍ଦପୁର ଥାନାଧିକାରୀ ଜୀବିତ କୁ ମୃତ ଓ ମୃତକଙ୍କୁ ଜୀବିତ କଲା ଭଳି କ୍ଷମତା ରଖନ୍ତି । ତାଙ୍କର ଏହି ପାଗଳାମୀକୁ ନେଇ ଅଞ୍ଚଳ ପଡୁଛି ଉଠୁଛି ।
ଶ୍ରୀରାଗମ ଚିଙ୍ଗୁଡ଼ି କମ୍ପାନୀରେ ବିଗତ ୫ମାସ ହେଲା କାମ କରୁଥିବା ଯାଜପୁର ଜ଼ିଲା ଗୋପାଳ ପୁର ର ରାଜେନ୍ଦ୍ର କୁମାର ମହାପାତ୍ର ଙ୍କ ପୁଅ ଦିବ୍ୟପ୍ରକାଶ (୨୧)ଙ୍କର କୌଣସି ଖୋଜ ଖବର ମିଳୁନଥିବା ନେଇ ଚିନ୍ତିତ ଥିଲେ ବାପା ରାଜେନ୍ଦ୍ର l
ପ୍ରଭାବ ଶାଳୀ ବ୍ୟକ୍ତିଙ୍କ ବାହୁ ଛାୟା ତଳେ ରହି ରାଜରାଜୁଡା ଶାସନକୁ ଚାନ୍ଦପୁର ଥାନା ଅଂଚଳ ରେ ଚାଲୁ ରଖୁଛନ୍ତି ।
ନୟାଗଡ଼ ଜ଼ିଲା (ଓଡିଶା ତାଜାନ୍ୟୁଜ ) (ନି. ପ୍ର) ଚାନ୍ଦପୁର :- ଚାନ୍ଦପୁର ଥାନା ଅଂଚଳରେ ବ୍ରିଟିଶ ଶାସନ ସମୟରେ ପୁଲିସର ଅତ୍ୟାଚାର ଓ ନିର୍ଯ୍ୟାତନା ଏପରି ସୀମା ଲଂଘନ କରୁଥିବା ଯୋଗୁ ସେତେବେଳେ ଆକ୍ଷେପ କରି କୁହାଯାଉଥିଲା, ବ୍ରିଟିଶ ପୁଲିସ ବିନା ମେଘେ ସୃଜି ପାରଇ କୁଳିଶ (ବଜ୍ରପାତ )ଦେଶ ସ୍ୱାଧୀନତା ପରେ ବ୍ରିଟିଶ ଶାସନର ଅନ୍ତ ଘଟିଥିଲେ ମଧ୍ୟ କେତେକ କ୍ଷେତ୍ରରେ ଚୌକି ଓ ପୋଷାକ ଯୋଗୁ ଆମ ସ୍ୱାଧୀନ ପୁଲିସ ତଦନ୍ତ ସମୟରେ କିଛିଟା ସୀମା ଲଂଘନ ର ଅଭିଯୋଗ ହୁଏ । କିଂତୁ ନୟାଗଡ଼ ଜ଼ିଲା ଚାନ୍ଦପୁର ଥାନାଧିକାରୀ ଅଭୟ କୁମାର ବେହେରା ଏପରି କ୍ଷମତା ରଖନ୍ତି ଯେ, ପରିବାରର ବାରଣ ସତ୍ୱେ ସେ ନିଖୋଜ ଜୀବିତ ବ୍ୟକ୍ତିଙ୍କୁ ବିକୃତ ମସ୍ତିସ୍କ ର ଆଖ୍ୟା ଦେଇ ମୃତ ବୋଲି ଘୋଷଣା କରି ପାରନ୍ତି ।

କେବଳ ଏତିକି ନୁହେଁ କେଉଁ ଅଦୃଶ୍ୟ ପ୍ରଭାବ ଶାଳୀ ବ୍ୟକ୍ତିଙ୍କ ବାହୁ ଛାୟା ତଳେ ରହି ରାଜରାଜୁଡା ଶାସନକୁ ଚାନ୍ଦପୁର ଥାନା ଅଂଚଳ ରେ ଚାଲୁ ରଖୁଛନ୍ତି । ସୂଚନା ଯୋଗ୍ୟ, ଗତ ୧୯ତାରିଖରେ ବେଣ୍ଟ ଗ୍ରାମ ଜଙ୍ଗଲ ପାଣିଧାର ରୁ ଏକ ନରକଙ୍କାଳ ଠାବ କରାଗଲା । ଥାନାଧିକାରୀ ଶ୍ରୀ ବେହେରାଙ୍କୁ ପଚାରିବାରେ ସେ ସୂଚନା ଦେଲେ ଯେ,ଓସ୍ତ ପଡା ଗ୍ରାମର ନିଖୋଜ ଥିବା ବିକୃତ ମସ୍ତିଷ୍କ କାଳିଆ ସାହୁର ଏହି ନରକଙ୍କାଳ ବୋଲି ଏକ ଇଉ ଡ଼ି କେଶ ଥାନାରେ ରୂଜୁ କରିଦେଛି । ଏହା ପରେ କାଳିଆର ମାଆ ଗଣ୍ଡେଇଙ୍କୁ ପଚରା ଗଲାବେଳେ ସେ ପୁରାପୁରି ଏହା କାଳିଆର ଶବ ନୁହେଁ ବୋଲି ମନା କରିଦେଲେ । କାରଣ ଏହି ଶବ ଠାରେ ଯେଉଁ ପୋଷାକ, ମାଳି ଓ ବ୍ରେସଲେଟ ଇତ୍ୟାଦି ଥିଲା ତାହା କାଳିଆର ନୁହେଁ।

ବିଭିନ୍ନ ଗଣ ମାଧ୍ୟମରେ ଏହା ପ୍ରକାଶ ପାଇବା ପରେ ବେଣ୍ଟ ଠାରେ ଥିବା ଶ୍ରୀରାଗମ ଚିଙ୍ଗୁଡ଼ି କମ୍ପାନୀରେ ବିଗତ ୫ମାସ ହେଲା କାମ କରୁଥିବା ଯାଜପୁର ଜ଼ିଲା ଗୋପାଳ ପୁର ର ରାଜେନ୍ଦ୍ର କୁମାର ମହାପାତ୍ର ଙ୍କ ପୁଅ ଦିବ୍ୟପ୍ରକାଶ (୨୧)ଙ୍କର କୌଣସି ଖୋଜ ଖବର ମିଳୁନଥିବା ନେଇ ଚିନ୍ତିତ ଥିଲେ । ତେଣୁ ବାପା ରାଜେନ୍ଦ୍ର ଚାନ୍ଦପୁର ଆସି ଏହି ନରକଙ୍କାଳ ଠାରେ ଥିବା ପୋଷାକ ମାଳି ଓ ବ୍ରେସଲେଟ ଇତ୍ୟାଦି ତାଙ୍କ ପୁଅ ଦିବ୍ୟପ୍ରକାଶଙ୍କର ବୋଲି ଚି଼ହ୍ନଟ କରି ଚାନ୍ଦପୁର ଥାନାରେ ଲିଖିତ ଅଭିଯୋଗ ଦାଖଲ କରିବା ପରେ ଥାନାଧିକାରୀ ଶ୍ରୀ ବେହେରା ଙ୍କ କାଳିଆକୁ ନେଇ ଦୃଢୋକ୍ତି କୁଆଡେ ଗଲା ଓ ଏହା ତାଙ୍କର ଦାୟିତ୍ୱ ହୀନତାର ଏକ ଜ୍ୱଳନ୍ତ ନମୁନାବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।

ଗତ ୯ତାରିଖରୁ ଦିବ୍ୟପ୍ରକାଶ ନିଖୋଜ ହୋଇଥିଲେ ମଧ୍ୟ କମ୍ପାନୀ ତରଫରୁ କୌଣସି ଅଭିଯୋଗ ଥାନାରେ କରାଯାଇନଥିବା ପଛରେ କିଛି ଗୁଢ ରହସ୍ୟ ରହିଥିବା ସନ୍ଦେହ କରାଯାଉଛି । ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ମୃତକଙ୍କ ବାପା କହୁଛନ୍ତି । ଏଥିସହିତ ଅଭିଜ୍ଞ ବ୍ୟକ୍ତି ସମ୍ପୃକ୍ତ ଥିବା ସ୍ପଷ୍ଟ ହେଉଛି । କାରଣ ହତ୍ୟା କରିବା ପରେ ଶବ ଚି଼ହ୍ନଟ ହୋଇ ନପାରିବା ପାଇଁ ଶବ ଉପରେ ରାସାୟନିକ ସାମଗ୍ରୀ ଢାଳି ଦେବା ପରେ ମାଂସ ଅଲଗା ହୋଇଯାଇଛି ।
ଏହି ଘଟଣା ସହିତ ସ୍ଥାନୀୟ ପୁଲିସ ଓ ଶ୍ରୀରାଗମ ଚିଙ୍ଗୁଡ଼ି କମ୍ପାନୀ ର କିଛି ବୁଝାମଣା ଓ ବିପୁଳ ଅର୍ଥ କାରବାରକୁ ଏଡ଼େଇ ଦିଆଯାଇନପାରେ । ମୃତକ ଙ୍କ ବାପା ଓ ମାଆ ଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇଛି ଡ଼ି ଏନ ଏ ପରୀକ୍ଷା ପାଇଁ କିଂତୁ ଏହାକୁ ହେରଫେର କରାଯିବାର ଯଥେଷ୍ଟ ସମ୍ଭାବନା ପୁଲିସର କାର୍ଯ୍ୟକଳାପକୁ ଲକ୍ଷ୍ୟକରି ରାଜେନ୍ଦ୍ର ମହାପାତ୍ର ସ୍ପଷ୍ଟ ମତ ବ୍ୟକ୍ତ କରିଛନ୍ତି । ପୁଲିସ କର୍ତ୍ତୃପକ୍ଷ ଏହାକୁ ହାଲକା ଭାବେ ଗ୍ରହଣ ନକରି ବିଧିବଦ୍ଧ ତଦନ୍ତ କଲେ ଏହି ହତ୍ୟାକାଣ୍ଡ ପଛରେ ଥିବା ସମସ୍ତ ରହସ୍ୟ ଲୋକଲୋଚନକୁ ଆସିବାର ଯଥେଷ୍ଟ ସମ୍ଭାବନା ରହିଛି ।














