No Result
View All Result
ଓଡ଼ିଶା ତାଜା ନ୍ୟୁଜ୍/୪ ଜୁଲାଇ ସୋମବାର/ବରଗଡ଼ :- ଅଶୋକା ବିଲ୍ଡକନ୍ ଓ ନିଷ୍ଠା ପରିବାର ର ମିଳିତ ଆନୁକୁଲ୍ୟରେ ଟୋଲଗେଟ୍ ବରାହଗୋଡା ଠାରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଶିବିର କୁ ମୁଖ୍ୟ ଅତିଥି ଭାରତୀୟ ଜାତୀୟ ରାଜପଥ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ନାଗେଶ୍ଵର ରାଏ ଓ ଅଶୋକାର ସୁବାଷ ବାରିକ ଫିତା କାଟି ଶୁଭାରମ୍ଭ କରିଥିଲେ । ଏହି ଶିବିର ରେ ସର୍ବମୋଟ୍ ୩୧ୟୁନିଟ୍ ରକ୍ତ ବରଗଡ଼ ରକ୍ତ ଭଣ୍ଡାର ଦ୍ୱାରା ସଂଗୃହୀତ ହୋଇଥିଲା ।
ଏହି ଶିବିର କୁ ନିଷ୍ଠା ପରିବାର ର ଉପ ସଭାପତି ଆଶିଷ କର, ଉପଦେଷ୍ଟା ଅଶ୍ଵିନୀ ତ୍ରିପାଠୀ, ସହ ସମ୍ପାଦକ ସଙ୍କେତ ଆଠଘରା, ଲିଙ୍ଗରାଜ ସାହୁ, ଚିତ୍ରସେନ ପ୍ରଧାନ, ଧର୍ମରାଜ ସାହୁ, ଭାଗିରଥି ସାହୁ ଓ ମହିଳା ଶାଖା ର ସଂଯୋଜିକା ତ୍ରିପୁରା ସୁହୁଳା, ରିନା ମହାରଣା, କେ. ସରସ୍ଵତୀ ସୂଚାରୁ ରୂପେ ପରିଚାଳନା କରିଥିଲେ । ନିଷ୍ଠା ପରିବାର ତରଫ ରୁ ଅଶୋକା ବିଲ୍ଡକନ, ବରାହଗୋଡା, ର ପଦାଧିକାରୀ ଙ୍କୁ ରକ୍ତ ଦାନ ଶିବିର ଆୟୋଜନ ପାଇଁ ସ୍ମୃତି ଚିହ୍ନ ଓ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।
No Result
View All Result