ଓଡ଼ିଶା ତାଜା ନ୍ୟୁଜ୍/୪ ଜୁଲାଇ ସୋମବାର/ରଣପୁର :- ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ୭୩ ତମ ବନମହୋତ୍ସବ ସପ୍ତାହ ପାଳନ ହୋଇଯାଇଛି । ରଣପୁର ବ୍ଲକ ଅନ୍ତର୍ଗତ ରଣପୁର ଏନ୍ ଏ ସି ରେ ଆଜି ବୃକ୍ଷ ରୋପଣ କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି । ଜୁଲାଇ ପ୍ରଥମ ସପ୍ତାହରେ ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ରାଜ୍ୟ ସାରା ବନ ମହୋତ୍ସବ ପାଳନ ଅବସରରେ ବୃକ୍ଷ ରୋପଣ ଭଳି ମହତ କାର୍ଯ୍ୟ ହାତକୁ ନିଆଯାଇଥାଏ ।

ଏହି ପରିପ୍ରେକ୍ଷୀରେ ଜଙ୍ଗଲ ଭୂମିରେ ମହାଦୃମ ବୃକ୍ଷ ରୋପଣ କରାଯାଇ " ଭବିଷ୍ୟତ ପାଇଁ ଗଛ ଟିଏ " ସ୍ଲୋଗାନ ଦେଇ ଆଗାମୀ ପିଢ଼ିକୁ ସଚେତନ କରାଯାଇଥିବା ଦେଖିବାକୁ ମିଳିଥିଲା ।  ରଣପୁରର ପ୍ରତିଷ୍ଠିତ ଦେବୀ ମା ମଣିନାଗ ଯିବା ରାସ୍ତା ସଂସ୍କୃତ ମହାବିଦ୍ୟାଳୟ ନିକଟ ଅଞ୍ଚଳ ତଥା ବନ ବିଭାଗର ରିଜର୍ଭ ଜଙ୍ଗଲ ଠାରେ ଏହି ବୃକ୍ଷ ରୋପଣ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା ।  ଏହି ୭୩ ତମ ବନମହୋତ୍ସବ ସପ୍ତାହ ପାଳନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଏନ୍ଏସି ଚେୟାରମ୍ୟାନ ରଙ୍ଗୀନ୍ ମହାନ୍ତି ଓ ଖୋର୍ଦ୍ଧା ଜିଲ୍ଲା ଜଙ୍ଗଲ ବିଭାଗ ବନପାଲ ଅଧିକାରୀଣି ପୂର୍ଣ୍ଣିମା ପାଣ୍ଡିଆନଙ୍କ ସହଯୋଗ ଦ୍ଵାରା

ରଣପୁର ବନାଞ୍ଚଳ ଅଧିକାରୀ ସୁବ୍ରତ କୁମାର ବେହେରା ଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀବୃନ୍ଦ ସ୍ଥାନୀୟ ମଣିନାଗ ପର୍ବତରେ ବୃକ୍ଷ ରୋପଣ କାର୍ଯ୍ୟ କରିଥିଲେ । ଏଥିରେ ମୂଖ୍ୟଅତିଥି ଚେୟାରମ୍ୟାନ୍ ରଙ୍ଗୀନ୍ ମହାନ୍ତିଙ୍କ ଦ୍ଵାରା ବୃକ୍ଷରୋପଣ କରାଯାଇଥିଲା । ପରିବେଶ କୁ ସବୁଜ ସୁନ୍ଦର କରିବା ପାଇଁ ବିଭିନ୍ନ କିସମର ଗଛ ରୋପଣ କରି ତା'ର ଯତ୍ନ ନେବା କୁ ଶପଥ କରିଥିଲେ । ଏଥିରେ କେତେକ ଅଞ୍ଚଳବାସୀ ଓ ସମାଜସେବୀ ମାନେ ପ୍ରମୁଖ ଉପସ୍ଥିତ ଥିଲେ ।