ଓଡ଼ିଶା ତାଜା ନ୍ୟୁଜ୍/ ୩ ଜୁଲାଇ ରବିବାର/ବରଗଡ଼ :- ରାଜନୀତିରେ କେବେ ନଥାଏ ଅନ୍ତ । ସଠିକ୍ ଓ ସୁଚାରୁ ରୂପେ ନିଜର ସମସ୍ତ କାର୍ଯ୍ୟକୁ ତୁଲାଇଥିବା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ରାଜ୍ୟସଭା ସାଂସଦ ଭାବେ ଅବସର ନେଇଛନ୍ତି । ତାଙ୍କ ରାଜନୈତିକ କ୍ୟାରିୟର ମଧ୍ୟରେ ଅନେକ ପରିବର୍ତ୍ତନ ର ସାମ୍ନା କରିଆସୁଥିବା ବେଳେ, ଲୋକସଭାରେ ହେଉ କି ରାଜ୍ୟ ସଭାରେ ହେଉ ଓଡ଼ିଶାର ପ୍ରସଙ୍ଗ ନେଇ ଶାଣିତ ସ୍ୱର ଉଠାଇଛନ୍ତି ସଂସଦରେ । ବିଜେଡି ସୁପ୍ରିମୋ ମଧ୍ୟ ତାଙ୍କୁ ଅନେକ ବଡ଼ ଏବଂ ଗୁରୁଦାୟିତ୍ଵ ଦେଇଛନ୍ତି । ଯାହାକୁ ସେ ସଠିକ୍ ନିର୍ବାହ କରିଛନ୍ତି ।

ରାଜ୍ୟସଭାରେ ସେ ଅନେକ ପ୍ରସଙ୍ଗରେ ଦଳର ସ୍ୱର ସାଜିଛନ୍ତି । ଦିଲ୍ଲୀର ୪, ଫିରୋଜ ଶାହା ସରକାରୀ ବାସଭବନରେ ରହୁଥିଲେ ପ୍ରସନ୍ନ ଆଚାର୍ଯ୍ୟ । ଯାହାକୁ ବର୍ତ୍ତମାନ ସେ ଖାଲି କରିଛନ୍ତି । ଆଜି ସେ ଏହି ବାସଭବନ ଖାଲି କରିବା ସମୟରେ କହିଥିଲେ ରାଜନୀତି ଏବଂ ସଂସଦ ସମ୍ପର୍କରେ ନିଜ ଅନୁଭୂତି । ନିଜ ରାଜନୈତିକ ଜୀବନରେ ବିଜୁ ବାବୁଙ୍କଠୁ ଅନୁପ୍ରାଣିତ ଏବଂ ଦଳରେ ଅନୁଶାସନରେ ନିଜକୁ ରଖିଥିବା ଜଣେ ଅନନ୍ୟ ନେତା ପ୍ରସନ୍ନ ଆଚାର୍ଯ୍ୟ ।

ଦିଲ୍ଲୀର ସରକାରୀ ବାସଭବନ ଛାଡ଼ିବା ସମୟ ରେ ନିଜ ରଜୈନିତିକ ଜୀବନ ଏବଂ ସଂସଦର ଅନୁଭବ ବିଷୟରେ କହିଛନ୍ତି । ସେ କହିଛନ୍ତି ରାଜନୀତିରେ କେବେ ଅବସର ନଥାଏ । ଲୋକଙ୍କ ପାଇଁ କାମ କରିବାକୁ ଦଳ ଯେଉଁ ଦାୟିତ୍ଵ ଦେବ ତାକୁ ନିର୍ବାହ କରିବି ।