No Result
View All Result
ଓଡ଼ିଶା ତାଜା ନ୍ୟୁଜ୍/୨ ଜୁଲାଇ ଶନିବାର/ଭୁବନେଶ୍ୱର :- ବିଧାନସଭାରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଏହି ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ଡିଜିଟାଲ୍ ବଜେଟ୍ ଦେଇଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ,୨ ଲକ୍ଷ କୋଟିର ବଜେଟ୍ ଅଭିବୃଦ୍ଧି, ବିକାଶ, ଭିତ୍ତିଭୂମି ଉନ୍ନୟନ, ପୁଞ୍ଜି ନିବେଶକୁ ଗୁରୁତ୍ୱ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ୨ ଲକ୍ଷ କୋଟି ଟଙ୍କାର ବଜେଟ୍ ଆଣିଛନ୍ତି ରାଜ୍ୟ ସରକାର । ଆଜି ବିଧାନସଭାରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଏହି ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି । ଏହି ବଜେଟ୍ ୨୦୨୧-୨୨ ଆର୍ଥିକ ବର୍ଷ ତୁଳନାରେ ୧୭.୬% ଅଧିକ ।
ବଜେଟ୍ ରେ ଅଭିବୃଦ୍ଧି, ବିକାଶ, ଭିତ୍ତିଭୂମି ଉନ୍ନୟନ ଓ ପୁଞ୍ଜି ନିବେଶ ଉପରେ ଗୁରୁତ୍ୱ ଦିଆଯାଇଛି । ,କ୍ଷବଜେଟ୍ ରେ କାର୍ୟ୍ୟକ୍ରମ ଖର୍ଚ୍ଚର ପରିମାଣ ୧ ଲକ୍ଷ କୋଟି ଟଙ୍କା ଆକଳନ କରାଯାଇଛି । ସେହିଭଳି ପ୍ରଶାସନିକ ଖର୍ଚ୍ଚ ୮୯, ୫୯୦ କୋଟି, ବିପର୍ୟ୍ୟୟ ପରିଚାଳନା ପାଣ୍ଠିରୁ ଖର୍ଚ୍ଚ ୩,୨୧୦ ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ହସ୍ତାନ୍ତରିତ ହୋଇଥିବା ଅର୍ଥରୁ ଖର୍ଚ୍ଚ ୭,୨୦୦ କୋଟି ଟଙ୍କା ଆକଳନ କରାଯାଇଛି । ମୋଟ ରାଜସ୍ୱରେ ରାଜ୍ୟ ସରକାରଙ୍କ ନିଜସ୍ୱ ରାଜସ୍ୱର ଭାଗ ହୋଇଛି ୫୭% ।
ଏହାଦ୍ୱାରା କେନ୍ଦ୍ରୀୟ ସହାୟତା ଉପରେ ନିର୍ଭରଶୀଳତା କମିଥିବା ଅର୍ଥମନ୍ତ୍ରୀ ଦର୍ଶାଇଛନ୍ତି । ସେହିଭଳି ରାଜସ୍ୱ ବଳକା, ରାଜ୍ୟ ସାମଗ୍ରିକ ଘରୋଇ ଉତ୍ପାଦର ୨.୫% ହେବ ବୋଲି ଆକଳନ କରାଯାଇଛି । ବିତ୍ତୀୟ ନିଅଣ୍ଟ ଘରୋଇ ଉତ୍ପାଦର ଧାର୍ୟ୍ୟ ଲକ୍ଷ୍ୟର ୩% ମଧ୍ୟରେ ସୀମିତ ରହିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି । ବଜେଟ୍ ରେ କୃଷି ଓ ଆନୁସଙ୍ଗିକ କ୍ଷେତ୍ର ପାଇଁ ବ୍ୟୟ ଅଟକଳ ୨୧, ୧୬୬ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି ।
ଶିକ୍ଷା ଓ ଦକ୍ଷତା କ୍ଷେତ୍ର ପାଇଁ ୨୭, ୩୨୪ କୋଟି, ସ୍ୱାସ୍ଥ୍ୟ କ୍ଷେତ୍ରରେ ୧୨,୬୨୪ କୋଟି, ବସୁଧା ଏବଂ ଜଳ ଜୀବନ ମିଶନ୍ ପ୍ରକଳ୍ପ ଅଧିନରେ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣ ପାଇଁ ୮,୩୮୯ କୋଟି ଟଙ୍କାର ପୁଞ୍ଜି ବିନିଯୋଗ ପ୍ରସ୍ତାବ ରହିଛି । ଏସସି/ଏସଟି ଙ୍କ ପାଇଁ ଚିହ୍ନିତ ଯୋଜନା ଦ୍ୱାରା କାର୍ୟ୍ୟକ୍ରମ ବ୍ୟୟ ମାଧ୍ୟମରେ ୩୨, ୫୯୬ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ୨୬୬୪ କୋଟି, କାଳିଆ ଯୋଜନାରେ ୧୮୭୪ କୋଟି, ମିଶନ ଶକ୍ତି କାର୍ୟ୍ୟକ୍ରମ ପାଇଁ ୨,୦୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି,
ରାଜ୍ୟ ବଜେଟ୍ ରେ ନୂଆ ପଦକ୍ଷେପଗୁଡ଼ିକ ହେଲା :-
୧. ୧୦ ହଜାର କୋଟି ଟଙ୍କାର କର୍ପସ୍ ସହିତ ଏକ ବଜେଟ୍ ସ୍ଥିରୀକରଣ ପାଣ୍ଠି ପ୍ରତିଷ୍ଠା । ସମଗ୍ର ଦେଶରେ ଏଭଳି ପଦକ୍ଷେପ ପ୍ରଥମ ।
୨. ନୂତନ ଭାବେ ନିର୍ମିତ ମିଶନ ଶକ୍ତି ବିଭାଗ ପାଇଁ ୨,୦୦୦ କୋଟି ବ୍ୟୟବରାଦ
୩. ଠିକ୍ ସମୟରେ ମଂଜୁରୀ ପ୍ରଦାନ ପାଇଁ ମନରେଗା ରିଭଲଭିଂ ଫଣ୍ଡ୍ କର୍ପସ ଆକାରକୁ ୫୦୦ କୋଟିରୁ ୧୦୦୦ କୋଟିକୁ ବୃଦ୍ଧି
୪. ସଙ୍କଟକାଳୀନ ଶ୍ରମିକ ପ୍ରବାସ ରୋକିବା ପାଇଁ ମନରେଗାକୁ ରାଜ୍ୟ ସହାୟତା ଭାବରେ ୫୦୦ କୋଟି
୫. ନୂତନ ଯୋଜନା ଏସଆଇଡିବିଆଇ କ୍ଲଷ୍ଟର ବିକାଶ ପାଣ୍ଠି ଅଧୀନରେ ଏକ ନରମ ଋଣ ଭାବରେ ୨୭୦ କୋଟି ବ୍ୟୟବରାଦ
୬. ୫-ଟି ହାଇସ୍କୁଲ ରୂପାନ୍ତରୀକରଣ ଯୋଜନା ଅଧୀନରେ ୧୦୦ କୋଟି
୭. ଦୁର୍ଗମ ଅଞ୍ଚଳରେ ଅଣସଂଯୁକ୍ତ ଗ୍ରାମଗୁଡ଼ିକୁ ସଂଯୋଗ କରିବା ପାଇଁ ୧୫୦ କୋଟି
୮. ସଡ଼କ ସଂଯୋଗୀକରଣ ପାଇଁ ୧୫୦ କୋଟି
୯. ଚେକ୍ ଡ୍ୟାମ୍/ ବ୍ରିଜ୍ ନିର୍ମାଣ ପାଇଁ ୫୮ କୋଟି
ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା :-
ବଜେଟ୍ କୁ ବିକାଶଶୀଳ ଓ ଲୋକାଭିମୁଖୀ ବୋଲି ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ କହିଛନ୍ତି, ବଜେଟ୍ ଆକାର ୨ ଲକ୍ଷ କୋଟିକୁ ବୃଦ୍ଧି ପାଇଥିବା ବେଳେ କେବଳ କାର୍ୟ୍ୟକ୍ରମ ଖର୍ଚ୍ଚର ପରିମାଣ ୧ ଲକ୍ଷ କୋଟି ରହିଛି । ବଜେଟ୍ ରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ସୁବିଧା, ଗୁଣାତ୍ମକ ଶିକ୍ଷା, ଜୀବନ ଜୀବିକା, ମହିଳା ସଶକ୍ତିକରଣ ଏବଂ ଭିତ୍ତିଭୂମି ବିକାଶକୁ ଗୁରୁତ୍ୱ ଦିଆଯାଇଛି । ପୁଞ୍ଜି ଖର୍ଚ୍ଚ ୫୬% ରୁ ଅଧିକ ବୃଦ୍ଧି ପାଇବା ଦ୍ୱାରା ଅଭିବୃଦ୍ଧି ହାର ଆହୁରି ବଢ଼ିବ । ସ୍ୱତନ୍ତ୍ର ଭାବେ ମିଶନ ଶକ୍ତି ପାଇଁ ୨୦୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିବାରୁ ୭୦ ଲକ୍ଷ ମହିଳା ଉପକୃତ ହେବେ ।
ବଜେଟ୍ ସ୍ଥିରୀକରଣ ପାଣ୍ଠି ଗଠନ ଦ୍ୱାରା ରାଜସ୍ୱ କ୍ଷତି ପ୍ରଶମନ ହୋଇପାରିବ । ବଜେଟ୍ ସମ୍ପୂର୍ଣ୍ଣ ଭାବେ ୫-ଟି ଏବଂ ମୋ ସରକାର ଆଧାରରେ ପ୍ରସ୍ତୁତ ହୋଇଛି ଏବଂ ଏହା ଜନସାଧାରଣଙ୍କ ଆକାଂକ୍ଷା ପୂରଣ କରିପାରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି । ବଜେଟ୍ ଉପସ୍ଥାନ ହୋଇଛି ଏବଂ ଜୁଲାଇ ୨୯ରେ ବ୍ୟୟମଞ୍ଜୁରୀ ବିଲ୍ ଆଗତ ହେବ । ଅଗଷ୍ଟ ୪ ପର୍ୟ୍ୟନ୍ତ ବିଧାନସଭା ଚାଲିବାର କାର୍ୟ୍ୟକ୍ରମ ଅଛି ।

No Result
View All Result