No Result
View All Result
ଓଡ଼ିଶା ତାଜା ନ୍ୟୁଜ୍/୧ ଜୁଲାଇ ଶୁକ୍ରବାର/ରଣପୁର :- କରୋନା ଯୋଗୁ ୨ ବର୍ଷ ଧରି ରଥ ଯାତ୍ରା ହୋଇନଥିଲା. ଆଜି ୨ବର୍ଷ ପରେ କରୋନା କଟକାଣା ହଟିବାରୁ ରଣପୁର ରେ ୩ ଠାକୁର ରଥାରୁଢ ହୋଇଛନ୍ତି । ଓଡିଶାର ଦ୍ୱିତୀୟ ଶ୍ରୀକ୍ଷେତ୍ରଭାବେ ପରିଚିତ ରଣପୁର ରଥଯାତ୍ରାରେ ଆଜି ଲକ୍ଷାଧିକ ଭକ୍ତ ସମାଗମ ହୋଇଥିବା ଦେଖିବାକୁ ମିଳିଛି । ମାଦଳାପାଞି ଓ କିମ୍ବନ୍ତି ଅନୁଯାଇ ପୁରୀର ଷୋଳ କଳରୁ ରଣପୁରରେ ଗୋଟିଏ କଳା ରହିଛି ।
ପୁରୀରେ ଠାକୁରଙ୍କୁ ଦର୍ଶନ କଲେ ଯେଉଁ ପୁଣ୍ୟ ମିଳେ ରଣପୁରରେ ଠାକୁରଙ୍କୁ ଦର୍ଶନକଲେ ସେହିପୁଣ୍ୟ ମିଳେ ବୋଲି ବିଶ୍ୱାସ ରହିଥିବାରୁ ଏଠାରେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଲକ୍ଷାଧିକ ଭକ୍ତ ସମାଗମ ହୋଇଛି । କିନ୍ତୁ ଦୀର୍ଘବର୍ଷ ଧରି ଜଗନ୍ନଥ ଙ୍କ ରଥ ରେ ରାଜପରିବାର ଠାକୁର ଗୁଣ୍ଡିଚା ମନ୍ଦିର କୁ ଯାଇଥିବା ବେଳେ ଏଥର ଏଥିରେ ବ୍ୟତିକ୍ରମ ଦେଖାଦେଇଛି । ଗୁରୁବାର ବିଳମ୍ବିତ ରାତିରେ ତିନି ଠାକୁରଙ୍କ ଛେନାପଟା କାରାଯାଇଥିଲା ।
ଆଜି ସକାଳୁ ରଣପୁରରେ ପାଗ ସୁଖିଲା ରହିଥିଲା । ନୟାଗଡ ଜିଲ୍ଲା ପୂର୍ବତନ ଖାଉଟି ଫୋରମ ଅଧ୍ୟକ୍ଷ ନାରାୟଣ ମହାପାତ୍ର ତିନି ରଥର ପ୍ରତିଷ୍ଠା କରିଥିଲେ । ପୁରୀ ମନ୍ଦିର କୁ ଶ୍ରୀ ଜୀଉ ଙ୍କ ପାଇଁ ବିଭିନ୍ନ ଜିନିଷ ରାଘବ ଦାସ ମଠ ଯୋଗାଉଥିବାବେଳେ ଶହଶହ ବର୍ଷ ର ପରମ୍ପରା ଅନୁଯାଇ ଆଜି ରାଘବ ଦାସ ମଠ ତରଫରୁ ତିନି ବୋଝ ଭୋଗ ଆସିଥିଲା । ମଧ୍ୟାହ୍ନ ବାରଟାରେ ପରେ ରଣପୁର ବଡଦାଣ୍ଡ ଭକ୍ତମୟ ହୋଇଯାଇଥିଲା ।
ମାଦଳ, ଢୋଲ ଓ ହରିବୋଲ ହୁଳହୁଳି ରେ ଜଗନ୍ନାଥ ମନ୍ଦିର ପରିସର ଭକ୍ତ ମୟ ହୋଇ ଯାଇଥିଲା । ମଧ୍ୟାହ୍ନ ୧୨ଟାରେ ପ୍ରଥମେ ଘରବାହୁ ଠାକୁରଙ୍କୁ ପହଣ୍ଡି କରାଯାଇଥିଲା । ପରେ ସୁଦର୍ଶନଙ୍କୁ ରଥାରୁଢ କରାଯାଇଥିଲା । ପ୍ରବଳ ଗୁଳୁମୁଳି ହେଉଥିଲେ ମଧ୍ୟ ସେଥିପ୍ରତି ଖାତିରିନକରି ଲକ୍ଷାଧିକ ଭକ୍ତ ମନ୍ଦିର ସମ୍ମୁଖରେ ଶ୍ରୀ ଜିଉଙ୍କ ପହଣ୍ଡି ଦେଖିବାପାଇଁ ରୁଣ୍ଡ ହୋଇଥିଲେ । ଅପରାହନ୍ନ ୧.୩୦ ରେ ତିନି ଠାକୁରଙ୍କୁ ଧାଡି ପଂହଡି କରା ଯାଇଥିଲା ।
ଶ୍ରି ଜିଉଙ୍କ ପହଣ୍ଡି ବେଳେ ମହିଳା ଓ ପୁରୁଷଙ୍କ ହୁଳହୁଳି ଓ ହରିବୋଲରେ ଏକ ଭକ୍ତିମୟ ପରିବେଷ ସୃଷ୍ଟି କରିଥିଲା । ଅପରାହ୍ନ ୨ ଟାରେ ତିନି ଠାକୁରଙ୍କୁ ରଥାରୁଢପରେ ରଣପୁର ରାଜା ଦିଲିପ ଚନ୍ଦ୍ର ସିଂହଦେଓ ରାଜପୁରହିତଙ୍କ ସହ ଏକ ସୁସଜ୍ଜିତ ବିମାନରେ ଆସି ତିନି ରଥରେ ଛେରା ପହଁରା କରିଥିଲେ । କିନ୍ତୁ ରାଜବାଟି ର ଠାକୁର କୁ ରାଜପରିବାର ଲୋକମାନେ ଛାଡିନଥିଲେ । ଏଠାରେ ସୁଚନା ଯୋଗ୍ୟ ପୂର୍ବରୁ ରଣପୁର ରେ ୫ ଟି ରଥ ନିର୍ମାଣ ହୋଇଥିଲା ।
୨ ଟି ରଥ ରେ ରାଜପରିବାର କୂପାନିଧାନଦେବ ଓ ଗୋପିନାଥଦେବ ଜାଇଥିଲେ । କିନ୍ତୁ ଏହା ବ୍ୟୟବହୁଳ ହେବାରୁ ପରେ ଜଗନା୍ନଥ ଙ୍କ ରଥରେ ରାଜପରିବାର ଠାକୁର ଯାଇଥିଲେ । କିନ୍ତୁ ଆଜି ରାଜା ଛେରାପହଁରା କରିବାକୁ ଆସିଥିବା ବେଳେ ଠାକୁର କୁ ଛାଡିନଥିଲେ । ଯାହାଫଳରେ ରାଜପରିବାର ଠାକୁର ଗୁଣ୍ିଚା ମନ୍ଦିର କୁ ଯିବାକୁ ରଥାରୁଢ ହୋଇନଥିଲେ । ଛେରାପହଁରା ପରେ ବଳଭଦ୍ର ରଥର ଚାରମାଲ ଖୋଲାଯାଇଥିଲା ଓ ଘୋଡା ବନ୍ଦା ଜାଇଥିଲା ।
। ୪.୧୫ ମିନିଟ୍ ସମୟରେ ହଜାର ହଜାର ଭକ୍ତ ବଳଭଦ୍ର ଙ୍କ ତାଳଧ୍ୱଜ ରଥକୁ ଗୁଣିଂଚା ମନ୍ଦିର ପାଖକୁ ଟାଣି ନଇଥିଲେ । ମାତ୍ର ୧୫ ମିନିଟ ମଧ୍ୟରେ ବଳଭଦ୍ର ଙ୍କ ତାଳଧ୍ୱଜ ରାଥ ଗୁଣ୍ଡିଚା ମନ୍ଦିର ନିକଟରେ ପହଚିଂଥିଲା । ପରେ ମହିଳା ମାନେ ସୁଭଦ୍ରାଙ୍କ ରଥ କୁ ଟାଣି ଥିଲେ । ସ୍ଥାନିୟ ଦୁର୍ଗା ମଣ୍ଡପ ଉପରେ ନାରାୟଣ ମହାପାତ୍ର ,ପଦ୍ମଚରଣ ସତପତି ,ଡଃ ପ୍ରଶାନ୍ତ ମିଶ୍ର ,ବିରଞ୍ଚି ତ୍ରପାଠି ଓ କଳ୍ପନା ରଥ.ବାଳକୃଷଂ ମିଶ୍ର, କିଶୋର ଭଞ, ବୈକୁଣଂଟ ପ୍ରଧାନ ଓ ସୁଦର୍ଶନ ଧାରା ବିବରଣୀ ପ୍ରଦାନ କରିଥିଲେ ।
ଆଜି ଏହି ରଥ ଯାତ୍ରା ରେ ବିଧାୟକ ସତ୍ୟନାରାୟଣ ପ୍ରଧାନ ,ପୂର୍ବତନ ମନ୍ତ୍ରୀ ସୁରମା ପାଢୀ ,ପୂର୍ବତନ ବିଧାୟକ ରବିନାରାୟଣ ମହାପାତ୍ର, ନୟାଗଡ ଜିଲ୍ଲାପରିଷଦ ଅଧକ୍ଷ ଦେବାଶିଷ୍ ପଟାୟକ ,ଏନଏସି ଅଧକ୍ଷା ରଙ୍ଗିନ୍ ମହାନ୍ତି, ତହସିଲଦାର ଅଶୋକ ପଟନାୟକ ପ୍ରମୁଖ ଯୋଗ ଦେଇଥିଲେ । ଏଥିରେ ପୋଲିସ ପକ୍ଷରୁ ଆଇଆଇସି ଜୋତିପ୍ରକାଶ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।
ଏଠାରେ ସୁଚନା ଯୋଗ୍ୟ ୧୯୬୩ ମସିହାରେ ତତ୍କାଳିନ ରଣପୁର ରାଜା ଉଦ୍ଧବ ନରେନ୍ଦ୍ର ପୁରି ଜଗନ୍ନାଥ ମନ୍ଦିର ର କଳ୍ପବଟ ମୁଳେ ଅଧିଆ ପଡି ଜଗନ୍ନାଥ ଙ୍କ କୃପା ଲାଭ କରିବାପରେ ରଣପୁରରେ ମନ୍ଦିର ନିର୍ମାଣ କରିଥିଲେ । ଉଦ୍ଦବ ନରେନ୍ଦ୍ର କଲ୍ପବଟ ମୂଳରେ ଅଧିଆ ପଡି
ଜଗନ୍ନାଥଙ୍କ କୃପାଲାଭ ପରେ ପୁରୀର ଷୋଳ କଳାରୁ ରଣପୁରକୁ ଏକ କଳା ଆଣିଥିଲେ । ପରେ ୧୭୫୪ ମସିହାରେ ସରଙ୍ଗଧର ନରେନ୍ଦ୍ର ଚତୁଧା ର୍ ମୂର୍ତୀ ପ୍ରତିଷ୍ଠା କରିବା ସହ ରଣପୁରରେ ରଥ ଯାତ୍ରା ଆରମ୍ବ କରିଥିଲେ । ସେହିଦିନ ଠାରୁ ରଣପୁରରେ ରଥ ଯାତ୍ରା ପାଳିତ ହୋଇ ଆସୁଛି ।


No Result
View All Result