ସେହିପରି ଜିଲ୍ଲା ରେ ଏକ ପୂର୍ଣ୍ଣ ଷ୍ଟାଡିୟମ, ପ୍ରତ୍ୟେକ ପଞ୍ଚାୟତ ରେ ଶିଶୁ ଉଦ୍ୟାନ ନିର୍ମାଣ ପାଇଁ ଚର୍ଚ୍ଚା ହୋଇଥିଲା। ସେହିଭଳି ଯୋଗାଣ ବିଭାଗ, ବିଦ୍ୟୁତ, ଗ୍ରାମ୍ୟ ଉନ୍ନୟନ, ମୃତ୍ତିକା ସଂରକ୍ଷଣ କାର୍ଯ୍ୟ ର ସମୀକ୍ଷା କରାଯାଇଥିଲା। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବୟନଶିଳ୍ପ ଓ ହସ୍ତତନ୍ତ ମନ୍ତ୍ରୀ ରୀତା ସାହୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ମାନିନୀ ଭୋଇ, ଜିଲ୍ଲାପାଳ ତଥା କମିଟି ର ମେମ୍ବର ସେକ୍ରେଟାରୀ ମନୀଷା ବାନାର୍ଜୀ, ବରଗଡ଼ ପୈାରଧକ୍ଷା କଳ୍ପନା ମାଝୀ ଓ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ। ପ୍ରାରମ୍ଭରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ର ପ୍ରକଳ୍ପ ନିର୍ଦ୍ଦେଶକ କୃତି ବାସ ରାଉତ ସ୍ବାଗତ ଭାଷଣ ଦେଇଥିଲେ ଓ ଶେଷରେ ଧନ୍ୟବାଦ୍ ଅର୍ପଣ କରିଥିଲେ।
© 2023 Odisha Taza News.