ଖୋର୍ଦ୍ଧା ବଲାଙ୍ଗୀର ରେଳ ପ୍ରକଳ୍ପ ପାଇଁ ମାନ୍ୟବର ପ୍ରଧାନ ମନ୍ତ୍ରୀ ୧ ହଜାର କୋଟି ଅର୍ଥ ମଞ୍ଜୁର କରିଥିବା ଏବଂ ରେଳ ପ୍ରକଳ୍ପ ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କ ସହଯୋଗ କୁ ପ୍ରଶଂସା କରିଥିଲେ।ସମ୍ମାନୀତ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା,ରେଳ ବିଭାଗ ର ଜି ଏମ ଶରଦ କୁମାର ଶ୍ରୀ ବାସ୍ତବ, ଡି ଆର୍ ଏମ ରୀଙ୍କେଶ ରଏ ଯୋଗ ଦେଇଥିଲେ।
ନୂଆଗାଁ ଷ୍ଟେସନ ପର୍ଯ୍ୟନ୍ତ ରେଳ ଗଡିଥିବାରୁ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କୁ ଦଶପଲ୍ଲା ବିଧାୟକ ଶ୍ରୀ ବେହେରା ଧନ୍ୟବାଦ୍ ଦେଇଥିଲେ। ତତ୍ ସହିତ ନୂଆଗାଁ ରେଳ ଷ୍ଟେସନ କୁ ପ୍ରଖ୍ୟାତ ସଂଗ୍ରାହକ ଦାଶରଥି ପଟ୍ଟନାୟକ ଙ୍କ ନାମରେ ନାମିତ କରିବା ପାଇଁ କେନ୍ଦ୍ର ରେଳମନ୍ତ୍ରୀ ଙ୍କୁ ଅନୁରୋଧ କରିଥିଲେ ।ନୂଆଗାଁ ରୁ ପୁରୀ କୁ ଟ୍ରେନ ଗଡ଼ିଥିବାରୁ ଅଞ୍ଚଳବାସୀ ଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି।
© 2023 Odisha Taza News.