ଓଡ଼ିଶା ତାଜା ନ୍ୟୁଜ୍/୧ ଜୁଲାଇ ଶୁକ୍ରବାର/ଭୁବନେଶ୍ୱର :- ବରିଷ୍ଠ ଫଟୋ ସାମ୍ବାଦିକ ଅଶୋକ ପଣ୍ଡାଙ୍କ ସଡ଼କ ଦୁର୍ଘଟଣାରେ ପରଲୋକ ହୋଇଛି । ପୁରୀ ଯାଉଥିବା ବେଳେ ସାତଶଙ୍ଖ ନିକଟରେ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିଛି । ରଥଯାତ୍ରାର ଫଟୋ ସଂଗ୍ରହ ପାଇଁ ପୁରୀ ଯାଉଥିବା ବେଳେ ଦୁର୍ଘଟଣା ଘଟିଥିଲା । ବାଇକ୍ରେ ପୁରୀ ଯାଉଥିବା ବେଳେ ଅଜଣା ଗାଡ଼ି ସହ ଅଶୋକଙ୍କ ଗାଡ଼ି ଧକ୍କା ହୋଇଥିଲା ।
ସାତଶଙ୍ଖ ନିକଟରେ ଏହି ଦୁର୍ଘଟଣା ଘଟିଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ୍ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଦୈନିକ ଖବରକାଗଜ ‘ସମୟ’ ସହ ସାମ୍ବାଦିକ ଅଶୋକ ପଣ୍ଡା ଦୀର୍ଘ ଦିନ ଧରି ଜଡ଼ିତ ଥିଲେ । ହଠାତ୍ ଅଶୋକ ପଣ୍ଡାଙ୍କ ଦେହାନ୍ତ ନେଇ ସାମ୍ବାଦିକ ମହଲରେ ଶୋକର ଛାୟା ଖେଳି ଯାଇଛି ।















