No Result
View All Result
ଓଡ଼ିଶା ତାଜା ନ୍ୟୁଜ୍/୩୦ ଜୁନ ଗୁରୁବାର/ନୟାଗଡ଼ :- ସମାଜର ପ୍ରତିଷ୍ଠାତା ଉତ୍କଳ ମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୪ ତମ ପୂଣ୍ୟ ତିଥି ତଥା ସେବା ଓ ସେବକ ସପ୍ତାହ ପାଳନ ଅବସରରେ ସମାଜ ଓ ରୋଟାରୀ କ୍ଲବ୍ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଏହି ଶିବିରକୁ ପୌରପରିଷଦ ଅଧ୍ଯକ୍ଷା ନିରୂପମା ଖଟେଇ ଏବଂ ଜିଲ୍ଲା ମୁଖ୍ଯ ଚିକିତ୍ସା ଅଧିକାରୀ ମକରନ୍ଦ ବେଉରା ଉଦଘାଟନ କରିଛନ୍ତି ।
ସମାଜ ଜିଲ୍ଲା ପ୍ରତିନିଧି ଶୁଭେନ୍ଦୁ କୁମାର ଦାସ ଓ ରୋଟାରୀ କ୍ଲବ୍ ସଭାପତି ଧୀରେନ୍ଦ୍ର କୁମାର ପଟ୍ଟନାୟକଙ୍କ ନେତୃତ୍ବରେ ଏହି ଶିବିର ରୁ ୧୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ କାର୍ଯ୍ୟକ୍ରମକୁ ରୋଟାରୀଆନ୍ ସୁବୋଧ କୁମାର ପଟ୍ଟନାୟକ, ଅବଦୁଲ ଆରିଫ୍ ଖାଁ, ପ୍ରସନ୍ନ କୁମାର ବସନ୍ତିଆ, ଶ୍ରୀଧର ସାହୁ, ପ୍ରବୀର କୁମାର ପ୍ରୁଷ୍ଟି, ବାସୁଦେବ ସାହୁ, ବିମଳେନ୍ଦୁ ପଟ୍ଟନାୟକ, ଶ୍ରୀକାନ୍ତ ଖଟେଇ, ସମାଜସେବୀ ଦାମୋଦର ସାହୁ, ଶୁକେନ୍ଦୁ କୁମାର ସାହୁ,ସୁବାନ ମଲ୍ଲିକ ଉପସ୍ଥିତ ରହି ସହଯୋଗ କରିଛନ୍ତି ।


No Result
View All Result