No Result
View All Result
ଓଡ଼ିଶା ତାଜା ନ୍ୟୁଜ୍/୨୯ ଜୁନ ବୁଧବାର/ବରଗଡ :- ପାରା ଅଲମ୍ପିକ ଖେଳାଳୀ ତଥା ଖେଳରତ୍ନ ଓ ପଦ୍ମଶ୍ରୀ ସମ୍ମାନ ରେ ସମ୍ମାନୀତ ପ୍ରମୋଦ ଭଗତ ଙ୍କୁ ତାଙ୍କ ନିଜ ଜନ୍ମ ମାଟି ଅତାବିରା ର ନିଜେ ଖେଳିଥିବା ପ୍ଲେୟାର୍ସ କ୍ଲବ୍ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ଆଜି କ୍ଲବ ର ସଭାପତି ରବି ପଣ୍ଡା ଙ୍କ ସଭାପତିତ୍ବ ଓ ସାଧାରଣ ସମ୍ପାଦକ କୌଶିକ ମହାକୁର ଙ୍କ ସଂଯୋଜନା ରେ ଅନୁଷ୍ଠିତ ସାଧାରଣ ପରିଷଦ ବୈଠକ ରେ ପ୍ରଥମେ କ୍ଲବ ର ସଦସ୍ୟ ତଥା ପାରା ବ୍ୟାଡମିଣ୍ଟନ ଆଲମ୍ପିକ ସ୍ଵର୍ଣ୍ଣ ପଦକ ବିଜେତା ତଥା ମେଜର ଧ୍ୟାନଚାନ୍ଦ ଖେଳରତ୍ନ ଓ ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ପ୍ରମୋଦ ଭଗତ ଙ୍କୁ କ୍ଲବ ପକ୍ଷରୁ ଉତ୍ତରୀୟ , ସ୍ମାରକୀ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।
ଖେଳରତ୍ନ ଓ ପଦ୍ମଶ୍ରୀ ପୁରସ୍କାର ପାଇବା ପରେ ପ୍ରମୋଦ ଙ୍କ ଏହା ନିଜ ଜନ୍ମମାଟି କୁ ପ୍ରଥମ ଗସ୍ତ ହୋଇଥିବାରୁ ତାଙ୍କୁ କ୍ଲବ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା।ପରେ ଅନୁଷ୍ଠିତ କ୍ଲବ ର ବୈଠକରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା।ଏଥିରେ ଖୁବ୍ ଶୀଘ୍ର କ୍ଲବ ପକ୍ଷରୁ ପ୍ଲେୟାର୍ସ କ୍ଲବ୍ ଓ ପିବି ଫାଉଣ୍ଡେସନ ନାମରେ ଏକ ଟ୍ରଷ୍ଟ ଗଠନ କରାଯିବା କୁ ନିଷ୍ପତ୍ତି ନିଆଗଲା। ପାରା ଆଲମ୍ପିକ ସ୍ଵର୍ଣ୍ଣ ପଦକ ବିଜୟୀ ହେବା ପରେ ପ୍ରମୋଦ ରାଜ୍ୟ ସରକାର ଙ୍କ ପାଖରେ ଜମି ଯୋଗାଇ ଦେଲେ ଏକ ବ୍ୟାଡମିଣ୍ଟନ ଏକାଡେମୀ ନିର୍ମାଣ କରିବେ ବୋଲି ଅନୁରୋଧ କରିଥିଲେ।
କ୍ଲବ ପକ୍ଷରୁ ଖୁବ୍ ଶୀଘ୍ର ସରକାର ଓ ଜିଲ୍ଲା ପ୍ରଶାସନର ସହ ଆଲୋଚନା କରି ପ୍ରମୋଦ ଙ୍କ ଇଚ୍ଛା ଅନୁସାରେ ବ୍ୟାଡମିଣ୍ଟନ ଏକାଡେମୀ ପାଇଁ ୫ ଏକର ଜମି ଯୋଗାଇ ଦେବାକୁ ଅନୁରୋଧ କରାଯିବା କୁ ନିଷ୍ପତ୍ତି ନିଆଗଲା। ଏହି ଏକାଡେମୀ ମାଧ୍ୟମ ରେ ପ୍ରମୋଦ ନିଜେ ଯୁବ ପୀଢ଼ି ଙ୍କୁ ତାଲିମ ଦେଇ ରାଜ୍ୟ ତଥା ଦେଶ ପାଇଁ ଅନେକ ନୂତନ ଖେଳାଳୀ ଦେବାକୁ ଇଚ୍ଛା ରଖିଛନ୍ତି। ସାଧାରଣ ପରିଷଦ ବୈଠକ ରେ କ୍ଲବ ର ସଦସ୍ୟ ଦୀପକ ରାୟ, ସନ୍ଦୀପ ଅଗ୍ରୱାଲ,ସତିଶ ମିତ୍ତଲ, ବିପୁଳ ଅଗ୍ରୱାଲ, ଚେତନ ଶର୍ମା, ବ୍ରଜେଶ ବଲୋଦିଆ ପ୍ରମୁଖ ଉପସ୍ଥିତ ଥିଲେ।
No Result
View All Result