No Result
View All Result
ଓଡ଼ିଶା ତାଜା ନ୍ୟୁଜ୍/୨୮ ଜୁନ ମଙ୍ଗଳବାର/ଓଡ଼ଗାଁ :- ଓଡ଼ଗାଁ ବେରୁଆଁବାରୀ ଗ୍ରାମ ଓ ବାଲିସିଂଶା ରେ ବନବିଭାଗର ଚଢ଼ାଉ ଲକ୍ଷାଧିକ – ଶାଗୁଆନ ପଟା ଜବତ ବନାଞ୍ଚଳ ବାହାଡ଼ଝୋଲା ସେକ୍ସନ ଅନ୍ତର୍ଗତ ବାଲିସିଂଶା ଓ ବେରୁଆଁବାରୀ ଗ୍ରାମରୁ ପ୍ରାୟ ଲକ୍ଷାଧିକ ଟଙ୍କାର ଶାଗୁଆନ ପଟା ଜବତ କରିଛି ବନବିଭାଗ । ବାଲିସିଂଶା ଗ୍ରାମର ମାଧବ ପ୍ରଧାନ ଓ ବେରୁଆଁବାରୀ ଗ୍ରାମର ଶ୍ୟାମ ସାହୁ ଘରେ ବହୁ ପରିମାଣର କାଠ କାଟି ମହଜୁଦ ରଖିଥିବା ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବନାଞ୍ଚଳ ଅଧିକାରୀ ଆଶିଷ କୁମାର କଅଁର,ବନପାଳ ସଂଧ୍ୟାରାଣୀ ନାୟକ ବନରକ୍ଷୀ ଓ ବନସୁରକ୍ଷା ଫୋର୍ସ ସହାୟତାରେ ସକାଳ ୧୦ ଘଟିକା ସମୟରେ ଚଢ଼ାଉ କରିଥିଲେ ।
ମାଧବଙ୍କ ଘରୁ ୨୦ଖଣ୍ଡ ,ଶ୍ୟାମଙ୍କ ଘରୁ ୧୪ ଖଣ୍ଡ ସମୁଦାୟ ୩୪ ଖଣ୍ଡ ଶାଗୁଆନ ପଟା ଜବତ କରିଛି ବନବିଭାଗ । ଜବତ ପଟାର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଜଣାପଡିଛି । ଅନ୍ୟପକ୍ଷେ ଉକ୍ତ ଦୁଇ ଜଣ ବ୍ୟକ୍ତିଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯିବା ସହ ତଦନ୍ତ ଚାଲିଥିବା ବନାଞ୍ଚଳ ଅଧିକାରୀ ଆଶିଷ କୁମାର କଅଁର ସୂଚନା ଦେଇଛନ୍ତି । ଏହି ଚଢ଼ାଉ ସମୟରେ ବାହାଡ଼ଝୋଲା ବନପାଳ ସନାତନ ସ୍ୱାଇଁ, ବନସୁରକ୍ଷା ଫୋର୍ସଙ୍କ ସମେତ ପୁଲିସ ସାମିଲ ଥିବା ଜଣାପଡିଛି ।

No Result
View All Result