No Result
View All Result
ଓଡ଼ିଶା ତାଜା ନ୍ୟୁଜ୍/୨୮ ଜୁନ ମଙ୍ଗଳବାର/ପୁରୀ :- ରଥଯାତ୍ରାରେ ବଣ୍ଟାଯିବ ୧୦ ଲକ୍ଷ ମାସ୍କ । କରୋନା ସଂକ୍ରମଣ ପୁଣି ଥରେ ମୁଣ୍ଡ ଟେକୁଥିବା ବେଳେ ତଥା ପଜେଟିଭ ହାର ବଢ଼ିବାକୁ ଲକ୍ଷ୍ୟରେ ରଖି ସ୍ୱାସ୍ଥ୍ୟ ବିଭାଗ ଏହି ନିଷ୍ପତ୍ତି ନେଇଛି । ପୁରୀ ରଥଯାତ୍ରା ପାଇଁ ଆଜି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ବସିଥିଲା । ବୈଠକ ପରେ ସେ ଏହି ସୂଚନା ଦେଇଛନ୍ତି ।
ଯେଉଁ ମାନଙ୍କୁ ଥଣ୍ଡା କାସ ଅଛି ସେମାନେ ଘରେ ବସି ଟିଭିରେ ମହାପ୍ରଭୁଙ୍କ ରଥଯାତ୍ରା ଦେଖନ୍ତୁ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ନିବେଦନ କରିଛନ୍ତି ! ସେହିପରି ରଥଯାତ୍ରାକୁ ଲକ୍ଷ୍ୟ ରଖି ପୁରୀ ମେଡ଼ିକାଲରେ ୫୦ଟି ଅତିରିକ୍ତ ବେଡ଼ ସମେତ ସ୍ୱତନ୍ତ୍ର ଓଟି, ମେଡ଼ିସିନ ଓ ଅନ୍ୟାନ୍ୟ ସାମଗ୍ରୀ ମହଜୁଦ ରହିବ । ଆମ୍ବୁଲାନ୍ସ ସମେତ ସ୍ୱେଚ୍ଛାସେବୀ ଓ ମେଡିକାଲ ଅଧିକାରୀ ୨୪ଘଣ୍ଟା କାମ ନିୟୋଜିତ ହେବେ !

No Result
View All Result