No Result
View All Result

ଓଡ଼ିଶା ତାଜା ନ୍ୟୁଜ୍/୨୭ ଜୁନ ସୋମବାର/ବରଗଡ଼ :- ପୂଜ୍ୟପୂଜା ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ ଙ୍କ ୮୦ ତମ ପ୍ରକାଟ୍ୟ ଦିବସ ବରଗଡ଼ ସହର ସ୍ଥିତ ଶ୍ରୀ ଶ୍ରୀ ବଟେଶ୍ବର ବାବା ଙ୍କ ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ହୋଇଯାଇଛି। ପୀଠ ପରିଷଦ, ଆଦିତ୍ୟ ବିହିନୀ ଓ ଆନନ୍ଦ ବାହିନୀ ବରଗଡ଼ ଶାଖା ଆନୁକୁଲ୍ୟରେ ଅନୁଷ୍ଠିତ ଉକ୍ତ ଦିବସରେ ଶ୍ରୀମଦ ଜଗତ ଗୁରୁ ଶଙ୍କରାଚାର୍ଯ୍ୟ ଶିଷ୍ୟ ମଣ୍ଡଳୀ ର ସମସ୍ତ ସଭ୍ୟ ସଭ୍ୟା ଉପସ୍ଥିତ ରେ ହୋମ,ଯଜ୍ଞ ଜପ,ମହାଆଳତିର ଆୟୋଜନ ହୋଇଥିଲା।
ଏହି ଅବସରରେ ଶ୍ରୀମଦ୍ ଜଗତଗୁରୁ ଶଙ୍କରାଚାର୍ଯ୍ୟ ଶିଷ୍ୟ ମଣ୍ଡଳୀ,ପୀଠ ପରିଷଦ ର ସାଧାରଣ ପରିଷଦ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଶିଷ୍ୟ ମଣ୍ଡଳୀ ର ସଭ୍ୟ ବିଜୟ କୁମାର ମିଶ୍ର, ସରୋଜ କୁମାର ଷଡଙ୍ଗୀ, କିଶୋର କୁମାର ଦାଶ,ଅମରେନ୍ଦ୍ର ନାରାୟଣ ଯାଦବ, ହରି ହର ଦାଶ,ସନ୍ତୋଷ ଦାଶ, ପ୍ରଫୁଲ୍ଲ କୁମାର ଦାଶ, ସୁବ୍ରତ କୁମାର ବିରତିଆ, ଚନ୍ଦ୍ର ଶେଖର ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

No Result
View All Result