ଓଡ଼ିଶା ତାଜା ନ୍ୟୁଜ୍/୨୬ ଜୁନ ରବିବାର/ରଣପୁର :- କାନ୍ଦୁଛି ଗାଁ, କାନ୍ଦୁଛି ମା , କାନ୍ଦୁଛନ୍ତି ଆତ୍ମିୟସ୍ବଜନ | ସମସ୍ତଙ୍କ ଆଖିରୁ ଝରୁଛି ଧାର ଧାର ଲୁହ । କିଏ ବା ଏଠି କାହାକୁ ବୁଝାଇବ ସମସ୍ତେ ତ ଅବୁଝା । ନିଜ ପୁଅକୁ ହରାଇ କିଏ ବା ନିଜକୁ ସମ୍ଭାଳିପାରିବ । ଏଇ ପୁଅର ଫେରିବା ବାଟକୁ ପରା ରହିଁରହିଥିଲା ମା, ଚାହିଁ ରହିଥିଲା ପୂରା ଗାଁ । ହେଲେ ପୁଅ ଫେରିଲା କିନ୍ତୁ ଦେଶ ପାଇଁ ଜୀବନ ଦେଇ ଶହୀଦ ହୋଇ ଫେରିଲା |
ନୟାଗଡ ଜ଼ିଲ୍ଲା ରଣପୁର ବ୍ଲକର କୁଞ୍ଜବନ ଗାଁ ର | ଗାଁରେ ପହଞ୍ଚିଲା ଶହୀଦ ଯବାନ ବୈକୁଣ୍ଠନାଥ ପ୍ରଧାନଙ୍କ ମୃତ ଶରୀର l ତ୍ରିପୁରା ସୀମାରେ ବି.ଏସ.ଏଫ ଯବାନ ଭାବେ କାର୍ଯ୍ୟରତ ଥିବା ବେଳେ ଗତ ୨୩ ତାରିଖ ଦିନ ତାଙ୍କର ମୃତ୍ୟୁ ହୋଇଥିଲା | ଆଜି ସକାଳୁ ପ୍ରଥମେ ତାଙ୍କ ମୃତ ଶରୀର ରଣପୁର ଥାନା ସମ୍ମୁଖରେ ପହଞ୍ଚି ଥିଲା | ସେଠାରେ ଥାନା ଅଧିକାରୀ ଓ କର୍ମଚାରୀ ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ |
ଏହା ପରେ ତାଙ୍କର ମୃତ ଶରୀର ଗାଁରେ ପହଞ୍ଚିଵା ପରେ ଗାଁରେ ଶୋକାକୁଳ ପରିବେଶ ଦେଖାଦେଇଥିଲା | ଗାଁର ଶତାଧିକ ଲୋକଙ୍କ ଉପସ୍ଥିତରେ ତାଙ୍କ ମୃତ ଶରୀରକୁ ଗ୍ରାମରେ ପରିକ୍ରମା କରାଯିଵା ସହ ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ଗାର୍ଡ ଅଫ ଅର୍ନର ଦିଆଯାଇଥିଲା | ପରେ ଗାଁ ମଶାଣିରେ ତାଙ୍କର ଶେଷକୃତ୍ୟ ସମ୍ପର୍ଣ କରାଯାଇଥିଲା | ୧୯୮୬ ମସିହାରେ ବର୍ଡ଼ର ସିକ୍ୟୁରିଟି ଫୋର୍ସରେ ଯୋଗଦେଇ ଦୀର୍ଘ ବର୍ଷହେବ ଭାରତ ମା ର ସେବା କରିଆସୁଥିଲେ |
ଶହୀଦ ଯବାନଙ୍କ ଶେଷ ଦର୍ଶନ ପାଇଁ ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ, ନୟାଗଡ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ସାଂସଦ ପ୍ରତିନିଧି ସ୍ୱରାଜ ମହାନ୍ତି, ସୁରେଶ ସ୍ୱାଇଁଙ୍କ ସହ ବହୁ ଲୋକଙ୍କ ଧାଡି ଲମ୍ବି ରହିଥିବା ଦେଖିବାକୁ ମିଳି ଥିଲା |















