No Result
View All Result
ଓଡ଼ିଶା ତାଜା ନ୍ୟୁଜ୍/୨୬ ଜୁନ ରବିବାର/ନୟାଗଡ଼ :- ଆଜି କାଲି ର ଯୁବ ପୀଢ଼ି ନିଜର ଜନ୍ମଦିନକୁ ଆଧୁନିକ ଚାକଚକ୍ୟ ର ଆଡମ୍ୱର ପୂର୍ଣ୍ଣ ଭାବେ ପାଳନ କରୁଥିବା ବେଳେ କିନ୍ତୁ ସାଇ ଶୁଭମ୍ ଏଇ ସବୁ ର ଉର୍ଦ୍ଧ୍ବ ରେ ରହି ଆଗାମୀ ଭବିଷ୍ୟତ,ପରିବେଶ କୁ ଦୃଷ୍ଟି ରଖି ନିଜ ଜନ୍ମଦିନରେ ସାଥୀ ମନ ଙ୍କ ସହ ରାଜ୍ୟରେ ରକ୍ତ ଅଭାବ ଦୂର ନିମନ୍ତେ ‘ଜୀବନବିନ୍ଦୁ’ କାର୍ଯ୍ୟକ୍ରମ ମାଧ୍ୟମରେ ରକ୍ତଦାନ ଶିବିର ର ଆୟୋଜନ କରିଛନ୍ତି ।
ଏହି ପ୍ରରିପେକ୍ଷୀରେ ବ୍ରଜେନ୍ଦ୍ର ହାଇ ସ୍କୁଲ ପରିସରରେ ଆଜି ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଇଟାମାଟିର ଯୁବ ସମାଜ ସେବି ସାଇ ଶୁଭମ ତାଙ୍କ ଜନ୍ମଦିବସ ଅବସରରେ ଏହି ରକ୍ତଦାନ ଶିବିର ଅନୁଷ୍ଠିତ କରିଥିଲେ । ଏହି ଅବସରରେ ନୟାଗଡ଼ ବିଧାୟକ ଅରୁଣ କୁମାର ସାହୁ ଉଦ୍ଘାଟନ କରିଥିଲେ ଏବଂ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ ଉପସ୍ଥିତ ଥିଲେ । ଏବଂ ଯୁବବର୍ଗଙ୍କ ଏଭଳି ମହତ କାର୍ଯ୍ୟକୁ ଭୁରି ପ୍ରଶଂସା କରିଥିଲେ ଅରୁଣ ।
ସମାଜ ସେବୀ ଦାମ sir, NAC vice chairman ଗୁରୁପ୍ରସାଦ ଜେନାଉପଷ୍ଟିତ ଥିଲେ । ରକ୍ତଦାନ କରିଥିବା ସମସ୍ତ ବ୍ୟକ୍ତିଙ୍କୁ ଧନ୍ୟବାଦ ଦେଇଛନ୍ତି ଯୁବ ସମାଜ ସେବୀ ସାଇ ଶୁଭମ । ଆଜି ଅନୁଷ୍ଠିତ ଜୀବନ ବିନ୍ଦୁ କାର୍ଯ୍ୟକ୍ରମରେ ୫୧ ୟୁନିଟ୍ ରକ୍ତସଂଗ୍ରହ ହୋଇଥିଲା । ଏହି କାର୍ଯକ୍ରମ ରେ ସ୍ଵାଧୀନ ସାହୁ,ରୁଦ୍ର ମାଧବ ଦାସ ,ଶୁଭଙ୍କର ପ୍ରଧାନ, ଦେବାଶିଷ ମାର୍ଥା, ସୌମ୍ୟ ପୃଷ୍ଟି ସ୍ବାଗତ ସାହୁ
ସହଯୋଗ କରିଥିଲେ ।

No Result
View All Result