No Result
View All Result
ଓଡ଼ିଶା ତାଜା ନ୍ୟୁଜ୍/୨୬ ଜୁନ ରବିବାର/ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ସିଙ୍ଗାର ପଲ୍ଲୀ ପଞ୍ଚାୟତ ଅଧୀନରେ ଥିବା କଇଥ ପଲ୍ଲୀ ସେବା ସମବାୟ ଡାଇରେକ୍ଟର ପଦବୀ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି।୧୩ ଟି ଜୋନ୍ ରୁ ୬ ଟି ଜୋନ୍ ରେ ଗୋକୁଳ ଚନ୍ଦ୍ର ବାରିକ, ଜଗନ୍ନାଥ ପାଇକରାୟ, ଭଗବାନ୍ ସେନାପତି, ସୁଶୀଳ ସାହୁ,ଯୁଗଳ ଚରଣ ସେନାପତି,ବସନ୍ତ ସେନାପତି ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଥିବା ବେଳେ ସତ୍ୟ ନାରାୟଣ ସାହୁ,ସନ୍ତୋଷ ସେନାପତି,
ଗୟାଧର ନାଏକ, ଭାଜକୃଷ୍ଣ ସାହୁ,ଶାନ୍ତିଲତା ସାହୁ, ହୀନ ମହାକୁଡ଼, ମଳୟ ନାୟକ ନିର୍ବାଚନ ପ୍ରକ୍ରିୟା ମାଧ୍ୟମରେ ବିଜୟୀ ହୋଇଥିଲେ।ତେବେ ଏହି ବିଜୟର ନାୟକ ମାନେ ଥିଲେ ସରପଞ୍ଚ ଙ୍କ ପ୍ରତିନିଧି ବିଭୂତି ବେହେରା,ଯୁବ ବିଜେଡ଼ି ସଭାପତି ଶୁଭ୍ରାଂଶୁ ଶେଖର ସେନାପତି, ଆଶୁତୋଷ ସାହୁ,ଅନିଲ ସାହୁ ଙ୍କ ସମେତ ଛାତ୍ର ଓ ଯୁବ ଗୋଷ୍ଠୀ।ସେହିପରି ଭାବେ ନୂଆଗାଁ ସେବା ସମବାୟ ସମିତି ନିର୍ବାଚନରେ ପ୍ରକାଶ କୁମାର ନାୟକ ,ମୁରଲୀ ଧର ବେହେରା,ଦିଲ୍ଲୀପ କୁମାର ପ୍ରଧାନ, ଗଗନ ବିହାରୀ ପ୍ରଧାନ,ରମେଶ ଚନ୍ଦ୍ର ରାଉତ, ସମ୍ବାରି ନାଏକ ପ୍ରମୁଖ ବିଜୟୀ ହୋଇଥିଲେ।ନିର୍ବାଚନ ଅଧିକାରୀ ରଞ୍ଜନ କୁମାର ବେହେରା,ସମ୍ପାଦକ ସଞ୍ଜୟ ଦତ୍ତ ଆଚାର୍ଯ୍ୟ ନିର୍ବାଚନ ପରିଚାଳନା କରିଥିଲେ।

No Result
View All Result