ଓଡ଼ିଶା ତାଜା ନ୍ୟୁଜ୍/୨୬ ଜୁନ ରବିବାର/ବରଗଡ଼ :- ବରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଆନ୍ତର୍ଜାତୀକ ନିଶା ଦ୍ରବ୍ୟ ଚୋରା ଚାଲାଣ ଓ ସେବନ ନିଷେଧ ଦିବସ ପରିପ୍ରେକ୍ଷୀରେ ଏକ ସଚେତନତା ଦେଲି ଆୟୋଜିତ ହୋଇଯାଇଛି । ଜିଲ୍ଲା ଅବକାରୀ ବିଭାଗ ଏବଂ ପ୍ରଜାପତି ବ୍ରହ୍ମକୁମାରୀ ଇଶ୍ବରିୟ ବିଶ୍ବ ବିଦ୍ୟାଳୟ ବରଗଡ଼ ଜିଲ୍ଲା ଶାଖା ପକ୍ଷରୁ ଆୟୋଜିତ ଏହି ରେଲିରେ ସୁସ୍ଥ ଜୀବନ କୁ ହ ,
ନିଶା ସେବନ କୁ ନାଁ ସ୍ଲୋଗାନ ରେ ସ୍କୁଲ ଓ କଲେଜ ଛାତ୍ର ଛାତ୍ରୀ ମାନଙ୍କ ସମେତ ଏନ୍ ସି ସି ଛାତ୍ର ଛାତ୍ରୀ, ବ୍ରହ୍ମ କୁମାରୀ ଶାଖା ର ସଭ୍ୟ ସଭ୍ୟା ମାନେ ସାମିଲ୍ ଥିଲେ । ରେଲି ଜର୍ଜ ହାଇସ୍କୁଲ ପଡ଼ିଆରୁ ବାହାରି ସହର ପରିକ୍ରମା କରିବା ପରେ ପୁଣି ଜର୍ଜ ହାଇସ୍କୁଲ ପଡ଼ିଆକୁ ଫେରିଥିଲେ। ସେଠାରେ ଲୋକଙ୍କ ପାଇଁ ଏକ ସଚେତନତା ବାର୍ତ୍ତା ପ୍ରଦାନ କରାଯାଇଥିଲା ।













