ଓଡ଼ିଶା ତାଜା ନ୍ୟୁଜ୍/୨୬ ଜୁନ ରବିବାର/ନୟାଗଡ଼ :- ନୟାଗଡ଼ ରେ ଆନ୍ତର୍ଜାତିକ ନିଶା ଅପବ୍ୟବହାର ଓ ଅବୈଧ ଚାଲାଣ ବିରୋଧୀ ଦିବସ ପାଳିତ ହୋଇଯାଇଛି l ସଂସ୍କୃତି ଭବନ ପରିସରରେ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ, ନୟାଗଡ଼ ଦ୍ୱାରା ଆୟୋଜିତ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୂପେ ନୟାଗଡ଼ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ର ପ୍ରକଳ୍ପ ନିର୍ଦ୍ଦେଶକ ସୁଭାଷ ଚନ୍ଦ୍ର ରାୟ ଯୋଗଦେଇ ଏହି ଦିବସ ପାଳନର ଆବଶ୍ୟକତା ଓ ବର୍ତ୍ତମାନ ସମାଜ ରେ ନିଶା ସେବନ ଯୋଗୁଁ ଘଟୁଥିବା ଅପରାଧ ଓ ନିରାକରଣ ଉପରେ ଗୁରୁତ୍ଵ ଆରୋପ କରିଥିଲେ l
ସମ୍ମାନିତ ଅତିଥି ଜିଲ୍ଲା ଅବକାରୀ ବିଭାଗ ଅଧିକ୍ଷକ ବାସନ୍ତୀ ପ୍ରଭା ନାୟକ , ଓ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୁରେନ୍ଦ୍ର କୁମାର ସାହୁ ଯୋଗଦେଇ ନିଶାର ଅବୈଧ ଚାଲାଣ କୁ ରୋକିବା ତଥା ନିଶାର ପ୍ରସାର କୁ ବନ୍ଦ କରି ସୁସ୍ଥ ଓ ବିକଶିତ ସମାଜ ଗଠନ ଦିଗରେ ବ୍ରତୀ ହେବା ପାଇଁ ଯୁବ ସମାଜ କୁ ଆହ୍ଵାନ ଦେଇଥିଲେ l ମୁଖ୍ୟବକ୍ତା,ସେବା ସ୍ବେଚ୍ଛାସେବୀ ଅନୁଷ୍ଠାନ ଦ୍ୱାରା ପରିଚାଳିତ ନିଶା ପରିତ୍ୟାଗ ଓ ପୁନର୍ବାସ କେନ୍ଦ୍ର ର ପ୍ରକଳ୍ପ ନିର୍ଦ୍ଦେଶକ କୃଷ୍ଣଚନ୍ଦ୍ର ସାହୁ ନିଶା ସେବନ ଯୋଗୁଁ ହେଉଥିବା ବ୍ୟକ୍ତି ର ଶାରୀରିକ ଓ ମାନସିକ କ୍ଷତି ତଥା ପରିବାର ଓସମାଜ ରେ ପଡ଼ୁଥିବା କୁପ୍ରଭାବ ଉପରେ ଆଲୋଚନା କରିଥିଲେ l
ନୟାଗଡ଼ ଉପଖଣ୍ଡିୟ ସାମାଜିକ ସୁରକ୍ଷା ଅଧିକାରୀ ସର୍ବେଶ୍ଵର ପାଣଗ୍ରାହୀଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଏହି ଉତ୍ସବରେ ନିଶା ପରିତ୍ୟାଗ କରି ସୁସ୍ଥ ଓ ଉପାର୍ଜନ କ୍ଷମ ହୋଇଥିବା ପାଞ୍ଚଜଣ ବ୍ୟକ୍ତିଙ୍କୁ ମୁଖ୍ୟ ଅତିଥି ସମ୍ବର୍ଦ୍ଧିତ କରିଥିଲେ l ନୟାଗଡ଼ ସ୍ଵୟଂଶାସିତ ମହାବିଦ୍ୟାଳୟ ର ଏନସିସି, ଏନେସେସ, ଓ ଯୁବ ରେଡକ୍ରସ ର ଛାତ୍ର ଛାତ୍ରୀ, ଜିଲ୍ଲା ଅବକାରୀ ବିଭାଗର ର କର୍ମଚାରୀ , ସେବାର ଅନ୍ତେଃବାସୀ ଓ ସକ କର୍ମଚାରୀ ଯୋଗଦେଇଥିଲେ l ସେବାର ଉପସଭାପତି ସଞ୍ଜୟ କୁମାର ସୁବୁଦ୍ଧି ସଭା ପରିଚାଳନା କରିଥିଲେ l
ସାମାଜିକ ସୁରକ୍ଷା ବିଭାଗ ର ରାଜଶ୍ରୀ ପଣ୍ଡା ଧନ୍ୟବାଦ ଦେଇଥିଲେ l ସକାଳ ଆଠ ଘଟିକାରେ ଜଗନ୍ନାଥ ମନ୍ଦିର ନିକଟରୁ ଏକ ସଚେତନତା ରାଲି ସହର ପରିକ୍ରମା କରିଥିଲା l ଏହି କାର୍ଯ୍ୟକ୍ରମରେ ସାମାଜିକ ସୁରକ୍ଷା ବିଭାଗ ର ଶୁଭସ୍ମିତା ବରାଡ, ପ୍ରଦ୍ୟୁମ୍ନ କୁମାର ବରାଡ,ରାମକୃଷ୍ଣ ସୁବୁଦ୍ଧି ଓ ସେବାର ସାମାଜିକ କର୍ମୀ ବିଜୟ କୁମାର ବେହେରାଓ ଯୋଗ ଶିକ୍ଷକ ଭଞ୍ଜ କିଶୋର ଯତି ସହଯୋଗ କରିଥିଲେ l

© 2023 Odisha Taza News.