No Result
View All Result
ଓଡ଼ିଶା ତାଜା ନ୍ୟୁଜ୍/୨୫ ଜୁନ ଶନିବାର/ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ବଡ଼ଗୋଠ ପଞ୍ଚାୟତ ର ୫ଟି ରେ ରୂପାନ୍ତରିତ ହୋଇଥିବା ଡିମିରି ଝରି ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା । ବିଦ୍ୟାଳୟର ଲାଇବ୍ରେରୀ ଓ କମ୍ପ୍ୟୁଟର ଗୃହ ଗୁଡ଼ିକ ବୁଲି ବିଧାୟକ ଶ୍ରୀ ବେହେରା ଦେଖିବା ସହ ଶିକ୍ଷାଦାନ ଏବଂ ବିଦ୍ୟାଳୟ ର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ସହ ଆଲୋଚନା କରିଥିଲେ ।
୫ ଟି ରେ ରୂପାନ୍ତରିତ ହେବା ପରେ ବିଦ୍ୟାଳୟ ରେ ପାଠ୍ୟକ୍ରମ ଏବଂ ସହ ପାଠ୍ୟ କାର୍ଯ୍ୟକ୍ରମ କିପରି ଚାଲିଛି ଛାତ୍ର ଛାତ୍ରୀ ଙ୍କୁ ପଚାରି ବୁଝିଥିଲେ ଦଶପଲ୍ଲା ବିଧାୟକ । ବିଦ୍ୟାଳୟ ର ଶିକ୍ଷକ , ଶିକ୍ଷୟତ୍ରୀ, ଛାତ୍ର ଛାତ୍ରୀ ଦଶପଲ୍ଲା ବିଧାୟକ ଙ୍କୁ ସ୍ବାଗତ କରିଥିଲେ । ୫ଟି ରେ ବିଦ୍ୟାଳୟ ରୂପାନ୍ତରିତ ହୋଇଥିବାରୁ ଛାତ୍ର ଛାତ୍ରୀ ଅତ୍ୟନ୍ତ ଖୁସି ପ୍ରକାଶ କରିବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ୫ଟି ସଚିବ ଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

No Result
View All Result