No Result
View All Result
ଓଡ଼ିଶା ତାଜା ନ୍ୟୁଜ୍/୨୪ ଜୁନ ଶୁକ୍ରବାର/ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ମୋହନା ବ୍ଲକ ଅଡବା ଥାନା ଅନ୍ତର୍ଗତ ଆଲିଗଣ୍ଡା ଓ ବେଗଣ୍ଡା ମଧ୍ୟରେ ଜଙ୍ଗଲ କିସମ ଜମିକୁ ନେଇ ଆଦିବାସୀ ଓ ଅଣ ଆଦିବାସୀ ଗୋଷ୍ଠୀ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା। ଯାହାଦ୍ୱାରା ଜମି ବିବାଦକୁ ନେଇ ଉଭୟ ଗ୍ରାମରେ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା। ଗତ ଏପ୍ରିଲ ମାସ ୪ରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିବା ବେଳେ ଖବର ପାଇ ଅଡବା ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଉଭୟ ପକ୍ଷଙ୍କୁ ବୁଝାସୁଝା କରିଥିଲେ । ଆଲିଗଣ୍ଡା ମୌଜା ଓ ବେଗଣ୍ଡା ଜଙ୍ଗଲ କିସମ ଜମିକୁ ନେଇ ହୋଇଥିବା ବିବାଦକୁ ସମାଧାନ କରିବା ପାଇଁ ଉଭୟ ଗୋଷ୍ଠୀଙ୍କୁ ଏପ୍ରିଲ୍ ମାସ ୧୭ରେ ଅଡବା ଥାନାରେ ଉପସ୍ଥିତ ହେବା ପାଇଁ ଚିଠି କରାଯାଇଥିଲା କିନ୍ତୁ ବେଗଣ୍ଡା ଗ୍ରାମର କିଛି ମୂଖ୍ୟ ବ୍ୟକ୍ତି ଉପସ୍ଥିତ ହୋଇ ନଥିବାରୁ ସେହିଦିନ ସମାଧାନ ହୋଇ ପାରିନଥିଲା।
ଯାହାକୁ ନେଇ ଆଲିଗଣ୍ଡା ଗ୍ରାମବାସୀ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିବା ପରେ ୨୧ /୬ରେ ମୋହନା ବ୍ଲକ କାର୍ଯ୍ୟାଳୟ ପରିସରରେ ଉପଜିଲ୍ଲାପାଳ ଆଲୋକ ପ୍ରଧାନ, ସହକାରୀ ଉପଜିଲ୍ଲାପାଳ ଯୁବୁଲି ବେହେରା, ଏସଡିପିଓ ଦିଲ୍ଲୀପ କୁମାର ନାୟକ, ତହସିଲଦାର କିଶୋର ଚନ୍ଦ୍ର ଦାସ, ଅଡବା ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର, ଅତିରିକ୍ତ ତହସିଲଦାର ହିମାଂଶୁ ଭୂଷଣ ପଲାଇଙ୍କ ଉପସ୍ଥିତରେ ଉଭୟ ଗ୍ରାମର ବୁଦ୍ଧିଜୀବୀ ଓ ମୁଖିଆଙ୍କ ଉପସ୍ଥିତରେ ଉଭୟ ପକ୍ଷଙ୍କ ଅଭିଯୋଗ ଶୁଣିବା ପରେ ଯେଉଁ ଜମିକୁ ନେଇ ବିବାଦ ଉପୁଜିଥିଲା ସେହି ଜମିର ଶାନ୍ତିପୂର୍ଣ୍ଣ ସମାଧାନ ହୋଇଥିଲା। ଉକ୍ତ ଜମିରେ ଯେଉଁ ଫସଲ ଆମଦାନୀ ହେବ ସେହି ଫସଲକୁ ଉଭୟ ଗ୍ରାମ ବାସୀ ବୁଝାବଣା କରି ବାଣ୍ଟି କରି ନେବେ ଏବଂ ଭାଇଚାରା ନେଇ ଉଭୟ ପକ୍ଷ ଚଳିବେ।

No Result
View All Result