ଓଡ଼ିଶା ତାଜା ନ୍ୟୁଜ୍/୨୩ ଜୁନ ଗୁରୁବାର/ପୁରୀ :- ବାବା ଶ୍ରୀମଦ ସ୍ୱାମୀ ଦିଗମ୍ବର ପରମହଂସଙ୍କୁ ବିଦ୍ୱାନ ଭକ୍ତମାନେ ଲଙ୍ଗୁଳି ବାବା, ନଙ୍ଗା ବାବା, ମୌନି ବାବା, ତୈଲଙ୍ଗ ସ୍ୱାମୀ ଓ ତୋତା ପୁରୀ ପ୍ରଭୃତି ନାମରେ ପରିଚିହ୍ନିତ କରନ୍ତି l ତାଙ୍କ ସାଧନା ସିଦ୍ଧି ଓ ଜୀବନୀ ଉପରେ ରାଶି ରାଶି ଗ୍ରନ୍ଥ ଲେଖା ଯାଇଛି l

ସ୍ୱାମୀ ବିବେକାନନ୍ଦଙ୍କ ଗୁରୁ ରାମକୃଷ୍ଣ ପରମହଂସ ଓ ତାଙ୍କ ଗୁରୁ ହେଉଛନ୍ତି ମହାନ୍ ସନ୍ଥ ପୁରୁଷ ତୋତା ପୁରୀ ମହାରାଜ l ଏହି ଯୋଗଜନ୍ମା ସନ୍ୟାସୀ 350 ବର୍ଷରୁ ଉର୍ଦ୍ଧ ସମୟ ବଂଚିଥିଲେ l ରାମକୃଷ୍ଣ ଓ ବିବେକାନନ୍ଦଙ୍କର ତିରୋଧାନ ପରେ ସେ ନିତ୍ୟକ୍ଷେତ୍ର ସନ୍ୟାସ ଗ୍ରହଣ କରି ଶ୍ରୀକ୍ଷେତ୍ର ପୁରୀରେ ଅବସ୍ଥାନ କଲେ l ତାଙ୍କ ଅପ୍ରକଟ ଅଗୋଚର l

ତାଙ୍କ ପ୍ରତ୍ୟକ୍ଷ ଅନୁଭୂତି ପାଇଥିବା ସଜ୍ଜନମାନେ ତାଙ୍କ ମୁଖରୁ ବ୍ରିଟିଶ ଆଗମନ, ପଲlସି ଯୁଦ୍ଧ, ସିପାହୀ ବିଦ୍ରୋହ, ରାମକୃଷ୍ଣ ସାକ୍ଷାତ ଓ ଦୀକ୍ଷାଗ୍ରହଣ, ଦକ୍ଷିଣ କାଳୀ ମନ୍ଦିର ନିର୍ମାଣ, ହାଓଡା ବ୍ରିଜ ନିର୍ମାଣ, ପ୍ରଥମ ରେଳ ଚଳାଚଳ ପ୍ରଭୃତି ବିଷୟରେ ଅନେକ ଅଲୌକିକ କଥା ଶୁଣିଛନ୍ତି l ହିନ୍ଦୁକୁଶରୁ କମ୍ବୋଡିଆ ଯାଏ ତାଙ୍କ ପରିବ୍ରାଜକ ଜୀବନ କଟିଛି l

ସେ ଅନ୍ନ ବ୍ୟଞ୍ଜନ ଆହାର କରନ୍ତି ନାହିଁ l କେବଳ ଘୋଳ ଦହି ପିଇ ଏହି ଦୀର୍ଘ ନିରାମୟ ଜୀବନ ଜିଇଥିଲେ l ସ୍ବlପଦ ସଂକୁଳ ହିଂସ୍ରଜନ୍ତୁ ପରିପୂର୍ଣ୍ଣ ଶ୍ରୀକ୍ଷେତ୍ରର ଗିର୍ଣ୍ଣlରବନ୍ତ ତାଙ୍କ ନିତ୍ୟ ଧାମ ହୋଇଥିଲା l ବର୍ତ୍ତମାନ ସେଠାରେ ତାଙ୍କର ଏକ ପୂର୍ଣ୍ଣାୟଵବ ଧ୍ୟାନୀ ମୂର୍ତ୍ତି ଓ ଭବ୍ୟ ମନ୍ଦିର ସ୍ଥାପନ ହୋଇଛି l