No Result
View All Result
ଓଡ଼ିଶା ତାଜା ନ୍ୟୁଜ୍/୨୩ ଜୁନ ଗୁରୁବାର/ଓଡ଼ଗାଁ :- ବିଧାନସଭାର ବାଚସ୍ପତି ବିକ୍ରମ କେଶରୀ ଆରୁଖ ଓଡ଼ଗାଁରେ ପହଞ୍ଚି ଶ୍ରୀ ରଘୁନାଥ ଜୀଉଙ୍କୁ ଦର୍ଶନ କରିବା ସହ ପୂର୍ତ୍ତ ବିଭାଗ ବଙ୍ଗଳାରେ ବିଶ୍ରାମ ନେଇଥିଲେ । ପୂଜକ ପରିଷଦ ସଭାପତି ପ୍ରଫୁଲ୍ଲ କୁମାର ମହାପାତ୍ର ବାଚସ୍ପତିଙ୍କୁ ଦର୍ଶନ କରାଇଥିବାବେଳେ ଅନ୍ୟମାନେ ସହଯୋଗ କରିଥିଲେ ।
ମନ୍ଦିରର ନାନାଦି ସମସ୍ୟା ସମ୍ପର୍କରେ ସେବାୟତମାନେ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଦେବୋତ୍ତର ବିଭାଗ ପକ୍ଷରୁ ସେବାୟତଙ୍କୁ ଜାଗା ପ୍ରଦାନ କରାଯାଇଥିବାରୁ ସେବାୟତମାନେ ରାଜ୍ୟସରକାରଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ଗଂଜାମ ଓ ନୟାଗଡ଼ ଜିଲ୍ଲା ସୀମାନ୍ତବର୍ତ୍ତୀ ରୋହିବାଙ୍କ ପଞ୍ଚାୟତ ପକ୍ଷରୁ ନବନିର୍ବାଚିତ ବାଚସ୍ପତିଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିବା ଜଣାପଡିଛି ।

No Result
View All Result