odishatazanews.com, whatsApp – 9938341180, ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com

ଭୁବନେଶ୍ୱର,ରିପୋର୍ଟ (ଓଡିଶା ତାଜା ନ୍ୟୁଜ୍ ) ୧୮ ମଇ, ସୋମବାର :- ଭୁବନେଶ୍ୱର ଚଳିତ ୨୦୨୦ ବର୍ଷର ରାଜ୍ୟରେ ଖରିଫ କାର୍ଯ୍ୟକ୍ରମ ର ଖସଡ଼ା ପ୍ରସ୍ତୁତ ପାଇଁ ଆଜି ରାଜ୍ୟସ୍ତରୀୟ ବୈଠକ ଲୋକସେବା ଭବନ ଠାରେ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଡ଼ ଅରୁଣ କୁମାର ସାହୁ ଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଭିଡିଓ କଂଫେରେନ୍ସି ମାଧ୍ୟମରେ କୃଷି ବିଭାଗର ଜିଲ୍ଲା ସ୍ତରୀୟ ଓ ବ୍ଲକ ସ୍ତରୀୟ ଅଧିକାରୀମାନେ ଏହି ବୈଠକରେ ଯୋଗଦାନ କରିଥିଲେ ।
କୋଭିଡ଼ ସଂକ୍ରମଣ ପରିପ୍ରେକ୍ଷୀରେ ଦେଶ ସମେତ ରାଜ୍ୟରେ ଲକ ଡାଉନ ପରିସ୍ଥିତିରେ କୃଷି କ୍ଷେତ୍ରକୁ କ୍ରିୟାଶୀଳ କରିବା ପାଇଁ ଉପଯୁକ୍ତ ଫସଲ ଯୋଜନା ସହ କୃଷି ସମ୍ପ୍ରସାରଣ ଓ ସଠିକ ବଜାର ସଂଯୋଗୀକରଣ ପାଇଁ ଗୁରୁତ୍ୱ ଦେଇ ଖରିଫ ଚାଷ କରିବା ପାଇଁ ଆଜି ମନ୍ତ୍ରୀ ଡ଼ ଅରୁଣ କୁମାର ସାହୁ କହିଛନ୍ତି। ରାଜ୍ୟରେ ପ୍ରାୟ ୭୦ ଭାଗ ଲୋକ ଜୀବିକା ଉପାର୍ଜନ ପାଇଁ ପ୍ରତ୍ୟକ୍ଷ ବା ପରୋକ୍ଷରେ କୃଷି ଉପରେ ନିର୍ଭର କରିଥିବାରୁ ଏହି ଆପଦକାଳୀନ ସ୍ଥିତିରେ କ୍ରୁଏହି ହିଁ ଏକମାତ୍ର ଆଲୋକର ଶିଖା ରୂପେ ଦେଖାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୫ଟି ଆଧାରରେ ସମସ୍ତ ପ୍ରକାରର କୃଷି କାର୍ଯ୍ୟ ଆଗେଇନେବା ସହିତ କୌଣସି ପ୍ରକାର ଅପ୍ରତ୍ୟାଶିତ ପରିସ୍ଥିତିର ସମ୍ମୁଖୀନ ହେବାପାଇଁ ପ୍ରସ୍ତୁତ ରହିବା ପାଇଁ କହିଛନ୍ତି । ଚାଷୀମାନଙ୍କ ନିକଟରେ ପହଁଞ୍ଚିବା ପାଇଁ ସୋସିଆଲ ମେଡିଆ ଅତ୍ୟନ୍ତ ଉପଯୋଗୀ ସାବ୍ୟସ୍ତ ହୋଇଥିବାରୁ ପ୍ରତ୍ୟେକ ପଂଚାୟତରେ ୧୦୦ ରୁ ୨୦୦ କୃଷକଙ୍କୁ ନେଇ ହ୍ଵାଟ୍ସଆପ ଗ୍ରୁପ ଗଠନ କରାଯାଇଛି। କୃଷି ସମ୍ବନ୍ଧୀୟ ସୂଚନା, ବିଭାଗୀୟ ବାର୍ତା ଓ ପରାମର୍ଶ ତଥା ଭିଡିଓ କ୍ଲିପ ମାଧ୍ୟମରେ ଚାଷୀମାନଙ୍କୁ ଆବଶ୍ୟକୀୟ ସୂଚନା ଦିଆ ଯାଉଛି ବୋଲି ମନ୍ତ୍ରୀ କହିଛନ୍ତି ।













