No Result
View All Result
ଓଡ଼ିଶା ତାଜା ନ୍ୟୁଜ୍/୨୧ ଜୁନ ମଙ୍ଗଳବାର/ବରଗଡ଼ :- ଭୁକ୍ତା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ମୁଖ୍ୟ ଡା. ଟେମରାମ ଦେହେରି ଙ୍କ ତତ୍ୱାବଧାନ ରେ ଭୁକ୍ତା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନସ୍ଥ ସମସ୍ତ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଗୁଡ଼ିକରେ ଆନ୍ତର୍ଯ୍ୟାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି | ଲଖନପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଡା. ଦୁର୍ଗା ପ୍ରସାଦ ଦାଶ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଯୋଗ କାର୍ଯ୍ୟକ୍ରମ ରେ ଯୋଗ ଶିକ୍ଷକ ଶ୍ରୀ ଶ୍ୟାମ କୁମାର ଶାହା ଯୋଗ ର ବିଭିନ୍ନ ମୁଦ୍ରା ସହ ପ୍ରଶିକ୍ଷଣ ପ୍ରଦାନ କରଥିଲେ | କାର୍ଯ୍ୟକ୍ରମ ରେ ଲଖନପୁର ସରପଞ୍ଚ ଶ୍ରୀ ସତ୍ୟ ଭୂଷଣ ସାହୁ, ସଚ୍ଚିଦାନନ୍ଦ ମେହେର, ସୋମନାଥ ବେହେରା, ଆଶା କର୍ମୀ ପ୍ରେମିଶିଲା ଗୌଡ଼, ବିଷ୍ନୁପ୍ରିୟା ଦାଶ, ମହିଳା ସ୍ୱାସ୍ଥ୍ୟ କର୍ମୀ ନନ୍ଦିନୀ ସୁନା, ଆୟୁଷ ଡା. ନମିତା ମିଶ୍ର ଓ ସ୍ଥାନୀୟ ଏଆରବି ଯବାନ ସମେତ ଅନ୍ୟାନ୍ୟ ଜନ ସାଧାରଣ ଉପସ୍ଥିତ ରହି ଯୋଗାଭ୍ୟାସ କରିଥିଲେ |
କାର୍ଯ୍ୟକ୍ରମ କୁ ସ୍ଥାନୀୟ ଫାର୍ମାସିଷ୍ଟ ରୋହିତ କୁମାର ସାହୁ ପରିଚାଳନା କରିଥିଲେ | ଡୁଙ୍ଗୁରି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଫାର୍ମାସିଷ୍ଟ ସସ୍ମିତା ବେହେରା ଙ୍କ ସଂଯୋଜନା ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଯୋଗ ଶିକ୍ଷକ ଶ୍ରୀ ଶ୍ୟାମ କୁମାର ଶାହା ଯୋଗ ଦେଇ ଉପସ୍ଥିତ ଜନ ସାଧାରଣ ଙ୍କୁ ଯୋଗାଭ୍ୟାସ କରାଇ ଥିଲେ | ସେହିପରି ଉତ୍ତମ ଉପକେନ୍ଦ୍ର ଠାରେ ସିଏଚଓ ଶ୍ରୀ ସତ୍ୟ ପ୍ରକାଶ ନାଏକ ଙ୍କ ସଂଯୋଜନା ରେ ଅନୁଷ୍ଠିତ ଯୋଗାଭ୍ୟାସ ଶିବିରରେ ଶିକ୍ଷକ ଶ୍ୟାମ କୁମାର ଶାହା ଯୋଗ ଦେଇଥିବା ବେଳେ ଆଶା କର୍ମୀ ଅହଲ୍ୟା ସେଠ, ବେଦମତି ଭୁଏ ଙ୍କ ସମେତ ଜନ ସାଧାରଣ ଉପସ୍ଥିତ ଥିଲେ |
ସେହିପରି ଲେଥେର ଉପକେନ୍ଦ୍ର ଠାରେ ସିଏଚଓ ଇନ୍ଦିରା ପ୍ରିୟଦର୍ଶିନୀ ସାମନ୍ତରାୟ, ବାଞ୍ଜିପାଲି ଉପକେନ୍ଦ୍ର ଠାରେ ସିଏଚଓ ହୃଦକାନ୍ତି ସୁନା, କୁମ୍ଭୋ ଉପକେନ୍ଦ୍ର ଠାରେ ମହିଳା ସ୍ୱାସ୍ଥ୍ୟ କର୍ମୀ ଛବିରାଣୀ ନେଗୀ, ଝାରପାଲି ଉପକେନ୍ଦ୍ର ଠାରେ ମହିଳା ସ୍ୱାସ୍ଥ୍ୟ କର୍ମୀ ସଂଯୁକ୍ତା ଷଡ଼ଙ୍ଗୀ, ରୁଚିଦା ଉପକେନ୍ଦ୍ର ଠାରେ ମହିଳା ସ୍ୱାସ୍ଥ୍ୟ କର୍ମୀ ଅହଲ୍ୟା ଜେନା ପ୍ରମୁଖଙ୍କ ସଂଯୋଜନା ରେ ଆନ୍ତର୍ଯ୍ୟାତୀୟ ଯୋଗ ଦିବସ ପାଳିତ ହୋଇଥିଲା |
No Result
View All Result