odishatazanews.com, whatsApp – 9938341180, ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com
ଭୁବନେଶ୍ୱର,ରିପୋର୍ଟ (ଓଡିଶା ତାଜା ନ୍ୟୁଜ୍ )୧୮ ମଇ, ସୋମବାର :- ଭୁବନେଶ୍ୱର କେଦାରଗୌରୀ ମନ୍ଦିର ନିକଟସ୍ଥ ଗୁଆଝର କମିଟି ପକ୍ଷରୁ ବିଧାୟକ ସୁରେଶ କୁମାର ରାଉତରାୟ ଦିନରାତି କରୋନା ବିପତ୍ତି ସମୟରେ ନିଜର ପରିବାର, ଆହାର ଓ ନିଦ୍ରାକୁ ପଛରେ ପକାଇ ଏବଂ ଭୟଙ୍କର କରୋନାକୁ ନ ଡରି ଯେଉଁମାନେ ସମାଜ ପାଇଁ କାର୍ଯ୍ୟ କରୁଛନ୍ତି ସେମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ସେମାନଙ୍କ ମଧ୍ୟରେ ସାମ୍ବାଦିକ, ଡାକ୍ତର, ନର୍ସ, ସଫେଇ କର୍ମଚାରୀ, ପୋଲିସ୍ ଓ ସମାଜସେବୀ ଅନ୍ତର୍ଭୁକ୍ତ ।
ଶ୍ରୀ ରାଉତରାୟ ଏହି ପରିପ୍ରେକ୍ଷୀରେ କହିଥିଲେ ଯେ କରୋନା ମହାମାରୀ ସମୟରେ ଏମାନେ ଦେବଦୂତ ଭଳି କାର୍ଯ୍ୟ କରୁଛନ୍ତି । ଏମାନଙ୍କ କାର୍ଯ୍ୟ ଅତ୍ୟନ୍ତ ପ୍ରଶଂସନୀୟ । ସେ ଆହୁରି କହିଥିଲେ କି, ଆମ ଗୁଆଝର କମିଟି ଲକ୍ଡାଉନ୍ ଘୋଷଣା ଦିନଠାରୁ ଏପର୍ଯ୍ୟନ୍ତ ଦୀନ, ଦରିଦ୍ର, ଅସହାୟ ଲୋକଙ୍କୁ ଶୁଖିଲା ଖାଦ୍ୟ ଓ ରନ୍ଧାଖାଦ୍ୟ ବଣ୍ଟନ କରିଆସୁଛି । କରୋନା ସଚେତନ ବାର୍ତ୍ତା ମଧ୍ୟ ପ୍ରଚାର କରିବା ସହିତ ମାସ୍କ ଓ ସାନିଟାଉଜର ବଣ୍ଟାଯାଉଛି ।
ଆଜିର ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମକୁ କ୍ୟାପ୍ଟେନ୍ ମନ୍ମଥ ରାଉତରାୟଙ୍କ ନେତୃତ୍ୱରେ ପ୍ରକାଶ ମିଶ୍ର, କପିଳ ପଣ୍ଡା, ବାଙ୍ଗଲା ମଲିଆ, ବିଜୟ ଦ୍ୱିବେଦୀ, କୁନା ମୁଦୁଲି, କାଳୁ ପତି, ଶ୍ରୀପତି, ବାବୁନା ପଢ଼ିହାରୀ, ମଣ୍ଟୁ ନନ୍ଦ, ନୀଳମଣି ମିଶ୍ର, ଚିନୁ ମହାନ୍ତି, ସରୋଜ ରଥ, ଶରତ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରିଥିଲେ ।