No Result
View All Result
* କର୍ମୀ ଙ୍କୁ ଗୁରୁତ୍ଵ ଦିଅନ୍ତୁ ନେତ୍ରୁ ମଣ୍ଡଳୀ
* ଜନ ସାଧାରଣ ଙ୍କ ସମସ୍ୟା ରେ ସାମିଲ ହୁଅନ୍ତୁ
* କୃଷକ,ଶ୍ରମିକ ,ଛାତ୍ର, ମହିଳା, ଯୁବକ ଙ୍କ ସମସ୍ୟା କୁ ଲଗାତାର ଉତ୍ଥାପନ କରାଯାଉ
* ଟିକେଟ ବର୍ଷକ ପୂର୍ବରୁ ଘୋଷଣା କରାଯାଉ
* ଦଳ ରେ ଶୃଙ୍ଖଳା ଉପରେ ଗୁରୁତ୍ବ ଦିଆଯାଉ
ଓଡ଼ିଶା ତାଜା ନ୍ୟୁଜ୍/୧୮ ଜୁନ ଶନିବାର/ବରଗଡ :- ଦଳୀୟ ଶୃଙ୍ଖଳା କୁ ଗୁରୁତ୍ବ ଦେବା ସହ ନେତୃମଣ୍ଡଳୀ କର୍ମୀ ଙ୍କ ମତ କୁ ସମ୍ମାନ ଦେବା ସାଙ୍ଗକୁ ଦଳ ଜନ ସାଧାରଣ ଙ୍କ ସାମୁହିକ ସମସ୍ୟା ରେ ଓତପ୍ରୋତଃ ଭାବରେ ଜଡ଼ିତ ହେଲେ ଓ ତୃଣମୂଳ ସ୍ତରରୁ ଦଳ କୁ ସୁଦୃଢ଼ କଲେ କଂଗ୍ରେସ ଦଳ ସୁଦୃଢ଼ ହେବା ସହ ଜନ ସାଧାରଣ ଙ୍କ ଆସ୍ଥାଭାଜନ ହୋଇ ଆଗାମୀ ଦିନରେ ସରକାର କୁ ଫେରି ପରିବା ବୋଲି ଆଜି ସ୍ଥାନୀୟ ଟାଉନ ହଲ ଥରେ ଅନୁଷ୍ଠିତ କଂଗ୍ରେସ ନବ ସଂକଳ୍ପ ଶିବିର ରେ କଂଗ୍ରେସ କର୍ମୀ ମାନେ ମତ ରଖିଥିଲେ । ଜିଲ୍ଲା କଂଗ୍ରେସ କମିଟି ସଭାପତି ନିହାର ରଞ୍ଜନ ମହାନନ୍ଦ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି ଶିବିର ରେ ଉପସ୍ଥିତ ସମସ୍ତ କର୍ମୀ ଓ ନେତୃମଣ୍ଡଳୀ କହିଥିଲେ ଯେ କଂଗ୍ରେସ ଦଳ ହିଁ ଦେଶର ସ୍ପନ୍ଦନ ବୁଝିପାରେ ତେଣୁ କଂଗ୍ରେସ ଦଳ ଦେଶରେ ଶାସନ କୁ ଫେରିବା ଦରକାର ଅଟେ।
ଦଳ ଜନ ସାଧାରଣ ଙ୍କ ସମସ୍ୟା ସହ ଓତଃପ୍ରୋତଃ ଭାବରେ ଜଡ଼ିତ ହୋଇ ଆନ୍ଦୋଳନ, ବିକ୍ଷୋଭ,ସମାବେଶ ମାଧ୍ୟମ ରେ ସେମାନଙ୍କ ଦାବି କୁ ଉପସ୍ଥାପନ କରିପାରିଲେ ପୁଣି ଆମ ଦଳ ଜନ ସାଧାରଣ ଙ୍କ ଆସ୍ଥା ଭାଜନ ହୋଇପାରିବା ଓ ପୁଣି ଆମେ ସରକାର କୁ ଫେରି ପରିବା ବୋଲି ସମସ୍ତେ ଏକ ସ୍ଵର ରେ କହିଥିଲେ । ଆଜି କେନ୍ଦ୍ର ର ସରକାର ସମସ୍ତ କ୍ଷେତ୍ର ରେ ବିଫଳ ହୋଇ ସାରିଛି । ଅର୍ଥନୀତି,ବାଣିଜ୍ୟ ନୀତି,ବୈଦେଶିକ ନୀତି ସବୁଥିରେ କେନ୍ଦ୍ର ସରକାର ଫେଲ ମାରିସରିଛି। ଆଜି ଦେଶରେ,ଦୁର୍ନୀତି,ବେକାରୀ,ବେରୋଜଗାରି,ମୁଦ୍ରାସ୍ପିତି ବା ଦରବୃଦ୍ଧି ,ଦେଶରେ ନାରୀ ମାନଙ୍କ ଅବସ୍ଥା ବହୁତ୍ ଖରାପ ସ୍ଥିତି ରେ ରହିଛି । ସମାଜ ର କୌଣସି ଗୋଟିଏ ବର୍ଗ ଏହି କେନ୍ଦ୍ର ଓ ରାଜ୍ୟ ଶାସନକଳ ଯନ୍ତ୍ରଣା ରୁ ମୁକ୍ତ ନାହାନ୍ତି । ଚାଷୀ ମାନେ ଆଜି ତଳି ତଲାନ୍ତ ହୋଇ ସବୁବେଳେ ନିଜର ହକ ପାଇଁ ରାଜରାସ୍ତାରେ ରେ ଓଲ୍ହାଉଛନ୍ତି । ଦେଶରେ ଆଜି କେବଳ ଧର୍ମ ନାମରେ ,ସଂପ୍ରଦାୟ ନାମରେ ବିଭେଦ ସୃଷ୍ଟି କରୁଛନ୍ତି ।
ଶାନ୍ତି ମୈତ୍ରୀ , ସୌହାର୍ଦ୍ଦ୍ୟପୁର୍ଣ୍ଣ ବାତାବରଣ ରେ ବସବାସ କରୁଥିବା ଭାରତ ବର୍ଷ ର ଜନ ସାଧାରଣ ଆଜି ଦେଶରେ ସବୁବେଳେ ଏକ ଭୟ ର ବାତାବରଣ ରେ ବସବାସ କରୁଛନ୍ତି,ତେଣୁ ଆଜି ଦେଶରେ କଂଗ୍ରେସ ସରକାର ଗଠନ ହେବା ଜରୁରୀ ବୋଲି ଉପସ୍ଥିତ ସମସ୍ତ କର୍ମୀ ଓ ନେତ୍ରୁ ମଣ୍ଡଳୀ ଏକ ସ୍ଵରରେ କହିଥିଲେ । ଏହି ଶିବିର ରେ ଅନ୍ୟ ମାନଙ୍କ ମଧ୍ୟରେ ଏହି ସଭାରେ ପ୍ରଦେଶ କଂଗ୍ରେସ କମିଟି ର ପର୍ଯ୍ୟବେକ୍ଷକ ପୁର୍ବତନ ମନ୍ତ୍ରୀ ଯୁଧିଷ୍ଟିର ଜେନା ,ପୂର୍ବ ବିଧାୟକ ସତ୍ୟ ଭୂଷଣ ସାହୁ, କଂଗ୍ରେସ ନେତା ପ୍ରଦୀପ ଦେବତା, ନିପନ ଦାଶ,ଯୁଗଳ ପ୍ରସାଦ ସିଂ, ହରଦିପ ସିଂ ,ସରୋଜ ମହାପାତ୍ର, ଦିଲିପ ପଣ୍ଡା, ସୁଶାନ୍ତ ସାହୁ ,ବ୍ରହ୍ମା ମହାକୁର,ଅଭିଷେକ ସେଟ୍, ସରୋଜ ଷଡ଼ଙ୍ଗୀ ,ରବି ପଣ୍ଡା,ଦିଲିପ ନନ୍ଦ,ରମେଶ ପଣ୍ଡା, ଶୁଭେନ୍ଦୁ ସାହୁ,ପାଣ୍ଡବ କର୍ଣ୍ଣ,ସୁଶିଲ ସାହୁ,ବିନୋଦ କାଳିଆ, ବିନୋଦ ବିଶ୍ଵାଳ,ସୁଧୀର ଜେନା, ଗଜରାଜ୍ ପୁଟା, ଆଜାଦ ପତି, ଗୌନ୍ତିଆ ସାହୁ,ଅନନ୍ତ ତାଣ୍ଡି , ପ୍ରତାପ ନାୟକ ଙ୍କ ସମେତ ବହୁ କଂଗ୍ରେସ ନେତା ଏହି ଶିବିର ରେ ସାମିଲ ହୋଇ ନିଜର ସୁଚିନ୍ତିତ ମତାମତ ରଖିଥିଲେ ।
ଶେଷ ରେ ବରିଷ୍ଠ ନେତା ଦିଲିପ ନନ୍ଦ ଧନ୍ୟବାଦ ଦେଇଥିଲେ । ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକ ଙ୍କ ନିର୍ଦ୍ଦେଶ ଅନୁସାରେ ବରଗଡ଼ ଜିଲ୍ଲା କଂଗ୍ରେସ କମିଟିର ସମସ୍ତ କର୍ମକର୍ତ୍ତାଗଣ,ବରିଷ୍ଠ କଂଗ୍ରେସ ନେତୃବର୍ଗ,ପୂର୍ବତନ ବିଧାୟକ,ସାଂସଦ ପ୍ରାର୍ଥି, ବିଧାୟକ ପ୍ରାର୍ଥି,ପୂର୍ବତନ ପିସିସି କର୍ମକର୍ତ୍ତାଗଣ, ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି, ସମସ୍ତ ନଗର,ବ୍ଲକ କଂଗ୍ରେସ କର୍ମକର୍ତ୍ତାଗଣ, ଯୁବ,ଛାତ୍ର,ମହିଳା କଂଗ୍ରେସର କର୍ମକର୍ତ୍ତାଗଣ, କଂଗ୍ରେସ ଦଳର ବିଭିନ୍ନ ପ୍ରକୋଷ୍ଠ ର ସମସ୍ତ କର୍ମକର୍ତ୍ତାଗଣ ଏହି ସମୟରେ ଉପସ୍ଥିତ ଥିଲେ ।
No Result
View All Result