ଓଡ଼ିଶା ତାଜା ନ୍ୟୁଜ୍/୧୬ ଗୁରୁବାର/ନୟାଗଡ଼ :- ଓଡ଼ିଶାର କୃଷି ଭିତ୍ତିକ ଗଣପର୍ବ ରଜକୁ ନଜରରେ ରଖି ଅନନ୍ୟା ଫାଉଣ୍ଡେସନ୍ ତରଫରୁ ନୂତନ ପୋଷାକ ବିତରଣ କରାଯାଇଛି । ଆଜିର ଏହି କାର୍ଯ୍ୟକ୍ରମରେ ଘଡୁଆଳ ସ୍ଥିତ ତପସ୍ୟା ଶିଶୁ ଗ୍ରୁହରେ ଥିବା ବାଳିକା ମାନଙ୍କୁ ପୋଷାକ ବିତରଣ କରାଯାଇଛି ।
ଅନାଥ ପିଲାମାନେ କିଭଳି ରଜରେ ନୂତନ ପୋଷାକ ପିନ୍ଧିବେ ଏ ଦିଗରେ ପ୍ରୟାସ କରାଯାଇଥିବାରୁ ବୁଦ୍ଧିଜୀବୀମାନେ ପ୍ରଶଂସା କରିଛନ୍ତି । ରଜରେ ସାଧାରଣତଃ କୁଆଁରୀ ଝିଅ ମାନେ ସଜବାଜ ହୋଇଥାନ୍ତି ଓ ପିଠାପଣା ଖାଇଥାନ୍ତି । ଅନାଥାଆଶ୍ରମରେ ମଧ୍ୟ କିଛି ଖାତା ଓ କଲମ ବଣ୍ଟନ କରାଯାଇଥିଲା ।














