No Result
View All Result
ଓଡ଼ିଶା ତାଜା ନ୍ୟୁଜ୍/୧୩ ଜୁନ ସୋମବାର/ବରଗଡ଼ :- ରାଜ ବୋଡ଼ାସମ୍ବର କୃଷକ ସଂଗଠନ ପକ୍ଷରୁ ଆଜି ବିଗତ ୨୦୨୧ର ବୀମା ରାଶି ପ୍ରଦାନ ଦାବିରେ ଆଇନ ଅମାନ୍ୟ ଆନ୍ଦୋଳନ କରି ପଦ୍ମପୁର ଉପ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ଅଫିସ ରେ ତାଲା ପକାଇ ଦେଇଥିଲେ । ପଦ୍ମପୁର ଉପଖଣ୍ଡର ୬ଟି ବ୍ଲକ ର ହଜାର ହଜାର ଚାଷୀ ଙ୍କ ଗତ ୨୦୨୧ ମସିହା ଖରିଫ୍ ଧାନ ମରୁଡି ହୋଇଥିଲା । ସରକାରୀ ସ୍ତରରେ କ୍ରଫ କଟି° ପରେ ବୀମା ରାଶି ପ୍ରଦାନ କରାଯିବା କଥା ତେବେ ଏ ପର୍ଯ୍ୟନ୍ତ ଚାଷୀମାନେ ଉକ୍ତ ଟଙ୍କା ପାଇନାହାନ୍ତି ।
ଏସଂପର୍କରେ ଜିଲ୍ଲାପାଳ ସହ ଅନେକ ଥର ଆଲୋଚନା ହୋଇଥିଲେ ମଧ୍ୟ ବୀମା କମ୍ପାନୀ ଧରା ଛୁଆଁ ଦେଉନାହିଁ । ଫଳରେ ଚାଷୀମାନେ ଆଜି ପର୍ଯ୍ୟନ୍ତ ଟଙ୍କା ପାଇବାରୁ ବଞ୍ଚିତ ହୋଇ ରହିଛନ୍ତି । ଦାବି ପୂରଣ ନ ହେଲେ ଆନ୍ଦୋଳନ ଆହୁରି ତୀବ୍ରତର ହେବ ବୋଲି ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି ।
No Result
View All Result