ଓଡ଼ିଶା ତାଜା ନ୍ୟୁଜ୍/୧୨ ଜୁନ ରବିବାର/ବରଗଡ଼ :- ଆସନ୍ତା ୧୪ ତାରିଖ ଦିନ ବରଗଡ଼ ଜିଲ୍ଲା ର ଅଗ୍ରଣୀ ସମାଜିକ ସଂଗଠନ ନିଷ୍ଠା ର ୧୩ତମ ପ୍ରତିଷ୍ଠା ଦିବସ ତଥା ବିଶ୍ବ ରକ୍ତଦାତା ଦିବସ ପାଳନ କରାଯିବ । ଏହି ଉପଲକ୍ଷେ ଆଜି ରକ୍ତଦାନ ସମ୍ବନ୍ଧୀୟ ସଚେତନତା ସୃଷ୍ଟି କରିବା ପାଇଁ ଏକ ମୋଟର ସାଇକଲ ରେଲି ର ଆୟୋଜନ କରାଯାଇଥିଲା ।
ଏହି ରାଲି ରେ ନିଷ୍ଠା ପରିବାର ର ପ୍ରାୟ ଦୁଇ ଶହ ମୋଟର ସାଇକଲ ସାମିଲ ହୋଇ ଥିଲେ । ରେଲି ଟି ନିଷ୍ଠା ଭବନ ରୁ ଆରମ୍ଭ ହୋଇ ବରଗଡ଼ ସହର ପରିକ୍ରମା କରି ଜନସାଧାରଣ ଙ୍କୁ ସ୍ବେଚ୍ଛାକୃତ ରକ୍ତଦାନ କରିବା ପାଇଁ ଅନୁରୋଧ କରିଥିଲେ ।
ଏହି ରାଲି କୁ ନିଷ୍ଠା ପରିବାର ସଭାପତି ରକ୍ଷପାଲ ସାହୁ , ସମ୍ପାଦକ ଲୋକନାଥ ସାହୁ ଓ କୋଷାଧ୍ୟକ୍ଷ ଶ୍ୟାମ ସୁନ୍ଦର ସାହୁ ପରିଚାଳନା କରିଥିଲେ । ବାଇକ ରାଲି ରେ ଯୋଗଦାନ ତଥା ସହଯୋଗ କରିଥିବା ସମସ୍ତ ଆରୋହୀ, ପୋଲିସ ପ୍ରଶାସନ, ସାମ୍ବାଦିକ ବନ୍ଧୁଗଣ ଏବଂ ଜନସାଧାରଣ ଙ୍କୁ ନିଷ୍ଠା ପରିବାର ର ଉପଦେଷ୍ଟା ଅଶ୍ବିନୀ ତ୍ରିପାଠୀ ଧନ୍ୟବାଦ ଜ୍ଞାପନ କରିଥିଲେ ।














