ଓଡ଼ିଶା ତାଜା ନ୍ୟୁଜ୍/୧୧ ଜୁନ ଶନିବାର/ବାଲିଗୁଡା :- ବାଲେଶ୍ୱର ଜ଼ିଲ୍ଲା ପ୍ରଶାସନ ତରଫରୁ ଆୟୋଜିତ ପଲ୍ଲୀଶ୍ରୀ ମେଳାରେ ବାଲିଗୁଡା ର ଅଗ୍ରଣୀ ସଂସ୍କୃତିକ ଅନୁଷ୍ଠାନ କନ୍ଧମାଳ କଳା ବିକାଶ କେନ୍ଦ୍ରର କୃତିତ୍ବ l ଚଳିତ ମାସ ଦଶ ତାରିଖ ସାଂସ୍କୃତିକ ସନ୍ଧ୍ୟାରେ କୋଡିଏ ଜଣିଆ ସଂସ୍କୃତିକ ଦଳ ଅଂଶ ଗ୍ରହଣ କରି କନ୍ଧମାଳ ର ପାରମ୍ପରିକ ଲୋକନୃତ୍ୟ ଡାକୁଲ ନୃତ୍ୟ ପରିବେଷଣ କରି ମଞ୍ଚ ଦୁଲୁକାଇ ଥିଲେ l

ଅନୁଷ୍ଠାନର ସମ୍ପାଦକ ତଥା ବରିଷ୍ଠ କଳାକାର ପ୍ରମୋଦ କୁମାର ଦଣ୍ଡସେନା ଙ୍କ ସମେତ ନୃତ୍ୟ ଗୁରୁ ଖିରୋଦ ପ୍ରସାଦ ଦଣ୍ଡସେନା, କଣ୍ଠ ଶିଳ୍ପୀ ବିଶ୍ୱଜିତ ସାହୁ, ଲୋକନୃତ୍ୟ କଳାକାର ଅଶ୍ୱିନୀ ପାତ୍ର, ଲକ୍ଷ୍ମୀ ନାରାୟଣ ମଳିକ, ମାଧୁରୀ ପଣ୍ଡା,

ଅଭିଲିପ୍ସା ପ୍ରଧାନ, ପ୍ରିୟଙ୍କା ନାୟକ, ଇନ୍ଦୁରେଖା ପୂଜାରୀ ପ୍ରମୁଖ ପ୍ରତିନିଧିତ୍ବ କରି ମଞ୍ଚ ଦୁଲୁକାଇ ଥିଲେ l ପ୍ରକୃତିର ପୂଜକ ଆଦିବାସୀ ଙ୍କ ପୂଜାର୍ଚନା ଏବଂ ପାରମ୍ପରୀକ ବୀରବାଦ୍ୟ ନୃତ୍ୟ ସଂଗୀତ ଉପସ୍ଥିତ ଦର୍ଶକ ଙ୍କୁ ବିଭୋର କରିଥିଲା l