ଓଡ଼ିଶା ତାଜା ନ୍ୟୁଜ୍/୧୦ ଜୁନ ଶୁକ୍ରବାର/ଭୁବନେଶ୍ୱର :- ମନ୍ତ୍ରୀ ଶ୍ରୀ ଶ୍ରୀକାନ୍ତ ସାହୁ ଦାୟିତ୍ୱ ଗ୍ରହଣ କରିବା ପରେ ଆଜି ଖାରବେଳ ଭବନସ୍ଥିତ ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ବିଭାଗ ପରିଦର୍ଶନ କରିଛନ୍ତି । ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଚିତ୍ରା ଅରୁମୁଗମ୍, ଶ୍ରମ କମିଶନର ତଥା ନିର୍ଦ୍ଦେଶକ, କଳକାରଖାନା ତଥା ବାଷ୍ପିତ ଡ. ଏନ୍. ତିରୁମାଲା ନାୟକ, କର୍ମଚାରୀ ରାଜ୍ୟବୀମା ନିର୍ଦ୍ଦେଶକ ଶ୍ରୀ ଜ୍ୟୋତିରଞ୍ଜନ ପ୍ରଧାନ ତଥା ଅନ୍ୟ ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀମାନେ ମନ୍ତ୍ରୀଙ୍କୁ ସ୍ୱାଗତ ଜଣାଇଥିଲେ ।
ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଅରୁମୁଗମ୍ ମନ୍ତ୍ରୀ ଶ୍ରୀ ସାହୁଙ୍କୁ ବିଭାଗର କାର୍ଯ୍ୟକ୍ରମଗୁଡ଼ିକ ବାବଦରେ ଅବଗତ କରାଇଥିଲେ ଏବଂ ଅନ୍ୟାନ୍ୟ ପଦାଧିକାରୀମାନଙ୍କୁ ମନ୍ତ୍ରୀଙ୍କ ସହିତ ପରିଚିତ କରାଇଥିଲେ । ମନ୍ତ୍ରୀ ଶ୍ରୀ ସାହୁ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ବାବଦରେ ବିଶଦ ଭାବରେ ଅବଗତ ହୋଇଥିଲେ ।
ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପ୍ରବର୍ତ୍ତିତ ୫-‘ଟିି’ ନୀତି ଅନୁସାରେ ବିଭିନ୍ନ କାର୍ଯ୍ୟକ୍ରମର ସଫଳ ରୂପାୟନ ନିମନ୍ତେ ଅଧିକାରୀ ତଥା କର୍ମଚାରୀବୃନ୍ଦ ନିଷ୍ଠା ତଥା ଆନ୍ତରିକତା ପ୍ରଦର୍ଶନ କରିବାକୁ ସେ ପରାମର୍ଶ ଦେଇଥିଲେ । ବିଭାଗ ଅଧିକ କି୍ରୟାଶୀଳ ଏବଂ ଶ୍ରମିକ କଲ୍ୟାଣକୈନ୍ଦି୍ରକ ହେବ ବୋଲି ମନ୍ତ୍ରୀ ଶ୍ରୀ ସାହୁ ଆଶା ପ୍ରକଟ କରିଥିଲେ ।














