No Result
View All Result
ଓଡ଼ିଶା ତାଜା ନ୍ୟୁଜ୍/୦୯ ଜୁନ ଗୁରୁବାର/ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ବାହାଡ଼ାଝୋଲା ବନବିଭାଗ ପକ୍ଷରୁ ବୁଧବାର ବିଳମ୍ବିତ ରାତିରେ ପେଟ୍ରୋଲିଙ୍ଗ ଚାଲିଥିବାବେଳେ ଓଡ଼ଗାଁ ଥାନା ଅଧିନ ମକରାପଲି-ଓଡ଼କପା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କରେ ଏକ ମୃତ ବାରହାକୁ ଦୁବୃତ୍ତମାନେ ଗାଡି ଯୋଗେ ନେବାପାଇଁ ଉଦ୍ୟତ ହେଉଥିବା ବେଳେ ବାହାଡ଼ାଝୋଲା ବନପାଳ ସନାତନ ସ୍ବାଇଁଙ୍କ ସହିତ ବନକର୍ମଚାରୀ ସେଠାରେ ପହଞ୍ଚିଥିଲେ । ତେବେ ବନବିଭାଗକୁ ଦେଖି ଅନ୍ଧାର ରାତିରେ ମୃତ ବାରାହା ଓ ଦୁଇଟି ବ୍ୟବହୃତ ଟିଭିଏସ ଏକ୍ସଏଲ ଗାଡିକୁ ଛାଡି ଦୁବୃତ୍ତମାନେ ଫେରାର ହୋଇଯାଇଥିଲେ ।
ବନ କର୍ମଚାରୀ ମାନେ ଘଟଣା ସ୍ଥଳରୁ ମୃତ ବାରାହା ସହିତ ବ୍ୟବହୃତ ଓଡ଼ି ୨୫ କେ ୦୧୮୯ ଓ ଓଡ଼ି ୨୫ ଇ ୪୦୧୮ ନଂ ଦୁଇ ଗାଡିକୁ ଜବତ କରିଥିଲେ । ବନପାଳଙ୍କ କାର୍ଯ୍ୟାଳୟ ପରିସରରେ ପ୍ରାଣୀ ଚିକିତ୍ସାଧିକାରୀଙ୍କ ସହଯୋଗରେ ମୃତ ବାରହାକୁ ବ୍ୟବଛେଦ କରାଯାଇ କାର୍ଯ୍ୟାଳୟ ପରିସରରେ ପୋତି ଦିଆଯାଇଥିବା ବେଳେ ମୃତ ବାରହାକୁ ଗୁଳିଦ୍ୱାରା ମରାଯାଇଥିବା ବନପାଳ ସନାତନ ସ୍ବାଇଁ କହିଛନ୍ତି ।

No Result
View All Result