ସୂଚନା ପ୍ରକାରେ ବାଲିଗୁଡ଼ା ବ୍ଳକର ଜଳବିଭାଜିକା ଓ ମୃତ୍ତିକା ସଂରକ୍ଷଣ ସଂସ୍ଥା ଦ୍ୱାରା ବାରଖମା ଅଞ୍ଚଳର ୧୦ ଜଣ ହିତାଧିକାରୀଙ୍କ ନାମରେ ପୋଖରୀ ପୁନରୁଦ୍ଧାର କାର୍ଯ୍ୟର କାର୍ଯ୍ୟାଦେଶ ହୋଇଥିଲା କିନ୍ତୁ କାର୍ଯ୍ୟାଦେଶ ନାମକୁ ମାତ୍ର । ହିତାଧିକାରୀଙ୍କ ବଦଳରେ ଏଠାରେ କାମ କରୁଛନ୍ତି ଠିକାଦାର ତାହା ପୁଣି ଜେସିବି ମେସିନ ଦ୍ବାରା । ଘଟଣା ସମ୍ପର୍କରେ ବାଲିଗୁଡ଼ା ଜଳବିଭାଜିକା ଓ ମୃତ୍ତିକା ସଂରକ୍ଷଣ ବିଭାଗ ଅଧିକାରୀଣିଙ୍କୁ ପଚାରିବାରୁ ସନ୍ତୋଷଜନକ ଉତ୍ତର ଉତ୍ତର ନଦେଇ ଓଲଟି ଘଟଣାକୁ ଘଣ୍ଟ ଘୋଡ଼ାଇବା ଭଳି ମନ୍ତବ୍ୟ ଦେଇଛନ୍ତି ।
ଠିକାଦାର ଓ ବିଭାଗୀୟ ଅଧିକାରିଣୀଙ୍କ ମଧୁ ଚନ୍ଦ୍ରିକାରେ ଶ୍ରମିକ ହତାଶ । ସେପଟେ ଘଟଣାକୁ ତିବ୍ର ବିରୋଧ କରିଛନ୍ତି ଜନତା । କାର୍ଯ୍ୟାଦେଶ ନାକଚ କରିବା ସହ ଘଟଣାର ତଦନ୍ତ କରିବାସହ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ବୁଦ୍ଧିଜୀବୀ ।
© 2023 Odisha Taza News.