ଏତଦ୍ବ୍ୟତୀତ ୫-‘ଟିି’ ଓ ‘ମୋ ସରକାର’ କାର୍ଯ୍ୟକ୍ରମ ମାଧ୍ୟମରେ ବିଭାଗ ଦ୍ୱାରା ନିଆଯାଇଥିବା ବିଭିନ୍ନ ଲୋକହିତକାରୀ ପଦକ୍ଷେପ ଯଥା ରାଜସ୍ୱ ନିରୀକ୍ଷକଙ୍କ ତଦନ୍ତ ବିନା ପ୍ରଦାନ କରାଯାଉଥିବା ବିଭିନ୍ନ ପ୍ରମାଣପତ୍ର, ଡିଜି-ଲକର ମାଧ୍ୟମରେ ବିଭିନ୍ନ ପ୍ରମାଣପତ୍ର ଓ ଦରକାରୀ ଜମିଜମା ସମ୍ବନ୍ଧୀୟ କାଗଜପତ୍ରର ସଂରକ୍ଷଣ, ଲାଇସେନ୍ସପ୍ରାପ୍ତ ସର୍ବେକ୍ଷଣକାରୀମାନଙ୍କର ପ୍ରଚଳନ, ପାଉତି ପୋର୍ଟାଲ ମାଧ୍ୟମରେ ଅନଲାଇନ ଖଜଣା ଦେୟ ପୈଠ କରିବା, ସମସ୍ତ ପ୍ରକାର ସାର୍ଟିଫିକେଟ ସେବାକୁ ସମ୍ପୂର୍ଣ ମାଗଣା କରିବା, ରେଜିଷ୍ଟ୍ରେସନ ସେବା ସମ୍ବନ୍ଧୀୟ ସମସ୍ତ ଦେୟର ସିଙ୍ଗଲ ଉଇଣ୍ଡୋ ପେମେଣ୍ଟ ଇତ୍ୟାଦି ବିଷୟରେ ମନ୍ତ୍ରୀ ମହୋଦୟାଙ୍କୁ ସମ୍ୟକ ସୂଚନା ଦିଆଯାଇଥିଲା ।
ଲଘୁ ଖଣିଜ ସମ୍ପଦର ସୁଚାରୁ ପରିଚାଳନା, ବେଆଇନ ଉଠାଣ ଓ ଚୋରି ରୋକିବା ନିମନ୍ତେ ମାଧ୍ୟମରେ ଲଘୁ ଖଣିଜ ଉତ୍ସର ଜିଓ-ଫେନସିଂ କରିବା, ଭେଇକିଲ ଟ୍ରାକିଙ୍ଗ ସିଷ୍ଟମ, ଅନଲାଇନ ଟ୍ରାନଜିଟ ପାସର ପ୍ରଚଳନ ଇତ୍ୟାଦି ଅତ୍ୟାଧୁନିକ ବ୍ୟବସ୍ଥାର ଖୁବ ଶୀଘ୍ର ପ୍ରଚଳନ କରାଯାଉଛି । ସେହିପରି, ନିବନ୍ଧନ କାର୍ଯ୍ୟାଳୟ ମାନଙ୍କରେ ଅଧିକ ସ୍ୱଚ୍ଛତା ଆଣିବା ପାଇଁ ଏକ ସ୍ମାର୍ଟ ସର୍ଭିଲାନ୍ସ ସିଷ୍ଟମର ପ୍ରଚଳନ କରାଯାଉଥିବାର ସୂଚନା ଦିଆଯାଇଥିଲା । ରାଜସ୍ୱ ମନ୍ତ୍ରୀ ବସୁନ୍ଧରା ମାଧ୍ୟମରେ ସମସ୍ତ ବାସହୀନ ଲୋକଙ୍କୁ ତୁରନ୍ତ ବାସଯୋଗ୍ୟ ଜମି ଆଇନ ଅନୁସାରେ ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଥିଲେ । ସେହିପରି ହୀରାକୁଦ ବନ୍ଧର ବିସ୍ଥାପିତଙ୍କ ସମସ୍ୟାକୁ ସମାଧାନ କରିବାକୁ ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ଲଘୁ ଖଣିଜ ସମ୍ପଦର ବିଲୁପ୍ତି ପରେ ସେହି ଉତ୍ସକୁ ସମତୁଲ କରି ବୃକ୍ଷରୋପଣ କରିବାକୁ ପଦକ୍ଷେପ ନେବାକୁ ପ୍ରସ୍ତାବ ଦେଇଥିଲେ । ଓଡିଶାର ସୁନ୍ଦରଗଡ ତଥା ଅନ୍ୟ ଜିଲ୍ଲା ମାନଙ୍କରେ ତ୍ୱରିତ ପଦକ୍ଷେପ ନେଇ ହାଇ-ଟେକ ସର୍ଭେ ସମ୍ପୂର୍ଣ କରିବାକୁ ନିର୍ଦ୍ଦେଶ ଦେଲେ ଏହାପରେ ମୁଖ୍ୟମନ୍ତ୍ରୀଙ୍କ ୫-‘ଟିି’ ଓ ‘ମୋ ସରକାର’ ସୂତ୍ର ଅନୁଯାୟୀ ବିଭିନ୍ନ ଜନହିତକର କାର୍ଯ୍ୟକୁ ଆଗେଇ ନେବା ସହିତ ସମାଜର ଶେଷ ଧାଡ଼ିର ନାଗରିକଙ୍କୁ ଉତ୍ତମ ସେବା ପ୍ରଦାନ କରିବାକୁ ପରାମର୍ଶ ଦେଇଥିଲେ ।
© 2023 Odisha Taza News.