No Result
View All Result
ଓଡ଼ିଶା ତାଜା ନ୍ୟୁଜ୍/୦୪ ଜୁନ ଶନିବାର/ବରଗଡ :- ଓଡିଶା ମୁଏଥାଇ (ଥାଇ ବକ୍ସିଂ) ୟୁନିଅନ; (ଯାହାକି ଓଡିଶା ଅଲମ୍ପିକ ଆସୋସିଏସନ ର ଏକ ସ୍ୱୀକୃତିପ୍ରାପ୍ତ ସଂସ୍ଥା) ଅନୁକୂଲ୍ୟ ରେ ଏବଂ ଆର୍ଟସ ଟେମ୍ପଲ- ବରଗଡ଼ ର ସହଯୋଗିତାକ୍ରମେ ବରଗଡ଼ ଠାରେ ଆସନ୍ତା ଜୁନ୍ ୪ ଓ ୫ ତାରିଖ ରେ ଅନୁଷ୍ଠିତ ହେବାକୁ ଯାଉଛି ୧୦ମ ରାଜ୍ୟସ୍ତରୀୟ ମୁଏଥାଇ ପ୍ରତିଯୋଗିତା । ବରଗଡ଼ ଲେଙ୍ଗୁ ମିଶ୍ର (ମିନି) ଷ୍ଟାଡିୟମ୍ ରେ ଅନୁଷ୍ଠିତ ହେବ ଏହି ଦୁଇଦିନିଆ ମୁଏଥାଇ ପ୍ରତିଯୋଗିତା। ଏହି ପ୍ରତିଯୋିତା ମାଧ୍ୟମ ରେ “ଜାତୀୟ ମୁଇଥାଇ ଚାମ୍ପିଅନସିପ” ପାଇଁ ପ୍ରତିଯୋଗୀ ଚୟନ କରାଯିବ ବୋଲି ଆୟୋଜକ ପ୍ରକାଶ କରିଛନ୍ତି ।
ଏଥିରେ ମୋଟ ୮ଟି ବୟସ ବର୍ଗ ରେ ଉଭୟ ମହିଳା ଓ ପୁରୁଷ ଙ୍କ ପାଈଁ ବିଭିନ୍ନ ଓଜନ ବିଭାଗରେ ପ୍ରତିଯୋିତା ଅନୁଷ୍ଠିତ ହେବ । ଏଥିରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ମୋଟ୍ ୨୭୦ ସଂଖ୍ୟାରେ ମୁଏଥାଇ ଯୋଦ୍ଧା , ଅଫିସିଆଲ , କୋଚ , ରେଫରି , ଏବଂ ବହୁ ମାନ୍ୟଗଣ୍ୟ ଅତିଥି ଅଂଶଗ୍ରହଣ କରିବେ ବୋଲି ୟୁନିଅନ ସମ୍ପାଦକ ଜ୍ଞାନରଞ୍ଜନ ମହାନ୍ତି ପ୍ରକାଶ କରିଛନ୍ତି ।
ମହାମାରୀ କୋରାନ ଯୋଗୁ ଏହି ପ୍ରତିଯୋଗିତା କୁ ଦୁଇ ବର୍ଷ ପାଇଁ ଆୟୋଜକ ସ୍ଥଗିତ ରଖିଥିବା ବେଳେ ଚଳିତ ବର୍ଷ ୧୦ମ ସଂସ୍କରଣକୁ ବରଗଡ଼ ଠାରେ ଆୟୋଜନ କରାଯାଉଛି । ଏହା ଦ୍ୱାରା ଗ୍ରାମାଞ୍ଚଳ ଲୋକଙ୍କ ମଧ୍ୟରେ ଏ ଖେଳ ଆଦୃତି ଲାଭ କରିପାରିବ ବୋଲି ୟୁନିଅନ ର ସଭାପତି ରବିନାରାୟଣ ପଣ୍ଡା କହିଛନ୍ତି । ପ୍ରତିଯୋଗିତା ରେ ଅଂଶଗ୍ରହଣ କରୁଥିବା କ୍ରୀଡାବିତ୍ ମାନଙ୍କୁ ଓଡ଼ିଶା ମୁଏଥାଇ ୟୁନୀୟନ ପକ୍ଷରୁ ସମସ୍ତ ସହଜୋଗ ଯୋଗାଇ ଦିଆଯିବ ବୋଲି ଆୟୋଜକ ପ୍ରକାଶ କରିଛନ୍ତି । ବିଗତ ବର୍ଷ ମାନଙ୍କରେ ଏଥିରୁ ଚୟନ ହୋଇଥିବା ଅନେକ କ୍ରୀଡାବିତ୍ ଜାତୀୟସ୍ତରରେ ବହୁ ସଫଳତା ପାଇଛନ୍ତି ।

No Result
View All Result